ସାଙ୍ଗମାନଙ୍କ ସହ ମସ୍ତି କରୁଥିଲେ ପ୍ରିୟା ପ୍ରକାଶ, କିନ୍ତୁ ବାଲାନ୍ସ ବିଗିଡି ଉପରେ ପଡିଲା ପାଣି ଭର୍ତ୍ତି ଟବ୍‌

ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ନିଜର ଖାସ୍‌ ଅନ୍ଦାଜ୍‌ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଫଟୋ ହେଉ କିମ୍ବା ଭିଡିଓ ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ଏବେ ମଧ୍ୟ ପ୍ରିୟା ପ୍ରକାଶଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଦର୍ଶକଙ୍କ ମୁହଁରେ ଖୁବ୍‌ ହସ ଆଣିଦେଇଛି। ଏହି ଭିିଡିଓରେ ପ୍ରିୟା ନିଜ ସାଙ୍ଗମାନଙ୍କ ସହ ମସ୍ତି କରୁଥିବାର ନଜର ଆସିଛନ୍ତି। କିନ୍ତୁ ମସ୍ତି କରୁ କରୁ ଏସବୁ ମଧ୍ୟରେ ଗୋଡରେ ଟେକି ଧରିଥିବା ପାଣି ଟବ୍‌ ସମସ୍ତଙ୍କ ଉପରେ ପଡିଯାଉଛି, ଯାହାର ଭିଡିଓକୁ ପ୍ରିୟା ପ୍ରକାଶ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର୍‌ କରିଛନ୍ତି।

 

View this post on Instagram

 

Things we do for @thesharannair 😂

A post shared by Priya Prakash Varrier💫 (@priya.p.varrier) on

ଏହି ଭିଡିଓରେ ଦେଖିବାକୁ ମିଳିଛି ପ୍ରିୟା ପ୍ରକାଶ ତାଙ୍କ ସାଙ୍ଗମାନଙ୍କ ସହ ମିଶି ଗୋଡରେ ପାଣି ଭର୍ତ୍ତି ହୋଇଥିବା ଟବ୍‌ କୁ ଟେକି ଧରିଛନ୍ତି। ଏଥିରେ ସମସ୍ତେ ଜଣ ଜଣ କରି ପାଦରୁ ସକ୍ସ ବାହାର କରୁଛନ୍ତି। ପ୍ରଥମ ରାଉଣ୍ଡରେ ସମସ୍ତେ ବାଲାନ୍ସ ରଖି ଜଣ ଜଣ କରି ପାଦରୁ ମୋଜା ବାହାର କରିଥିଲେ କିନ୍ତୁ ଯେତେବେଳେ ଅନ୍ୟ ଏକ ପାଦରୁ ମୋଜା ବାହାର କରାଯାଇଥିଲା ସେତେବେଳେ ବାଲାନ୍ସ ନରହି ପାଣି ଭର୍ତ୍ତି ଟବ୍‌ ସେମାନଙ୍କ ଉପରେ ପଡିଗଲା। ପ୍ରିୟା ପ୍ରକାଶଙ୍କ ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଥର ଦେଖାଯାଇସାରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.