ବ୍ୟାଚଲର ପାର୍ଟିରେ ପ୍ରିୟଙ୍କାଙ୍କ ହଟ୍ ଅନ୍ଦାଜ

ମୁମ୍ବାଇ : ବଲିଉଡ଼ରେ ଚାଲିଛି ବିବାହ ଉତ୍ସବ। ଗୋଟିଏ ପରେ ଗୋଟିଏ ସମସ୍ତ ସୁପରଷ୍ଟାର ବିବାହ ବନ୍ଧନରେ ବାନ୍ଧି ହେବାରେ ଲାଗିଛନ୍ତି। ତେବେ ଏତେ ନିକଟରେ ବଳିଉଡ଼ର ଦେଶୀଗର୍ଲଙ୍କର ବ୍ୟାଚଲର ପାର୍ଟି ଶେଷ ହୋଇଛି। ଏହି ପାର୍ଟିରେ ହଟ୍ ଅନ୍ଦାଜର ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା। ନ୍ୟୁୱର୍କରେ ବ୍ରାଇଡ ସାୱାର ପାର୍ଟି ପରେ ବ୍ୟାଚଲର ପାର୍ଟିରେ ମସ୍ତି କରିଛନ୍ତି ପ୍ରିୟଙ୍କା। ନିଜ ସୋସିଆଲ ଆକାଉଣ୍ଟରେ ପ୍ରିୟଙ୍କା ସାଙ୍ଗମାନଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି।
ସେପଟେ ଏହି ଫଟୋ ଉପରେ କମେଣ୍ଟ କରି ପ୍ରିୟଙ୍କାଙ୍କ ଭାବି ଶାଶୁ ତଥା ନିକଙ୍କ ମାଆ ଡେନିଶ ଲେଖିଛନ୍ତି ଭଲ ବନିବାକୁ ଚେଷ୍ଟା କର। ଖୁବ ଶୀଘ୍ର ଆମେରିକାନ ସିଙ୍ଗର ନିକ ଜୋନ୍ସଙ୍କୁ ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା। କିଛି ଦିନ ତଳେ ମୁମ୍ବାଇରେ ଭାରତୀୟ ରୀତିନୀତିରେ ତାଙ୍କର ରୋକା ହୋଇଥିଲା। ଏବେ ବାହାଘର ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।