Below header

କଣ ହଲିଉଡରେ ସମୟ ନଷ୍ଟ କରୁଛନ୍ତି ପ୍ରିୟଙ୍କା ? ବିଶ୍ବାସ ହେଉନି ତ ଦେଖନ୍ତୁ ଏହି ଫିଲ୍ମର ଟ୍ରେଲର

କଣ ପ୍ରିୟଙ୍କା ଚୋପ୍ରା ହଲିଉଡରେ ଦୁଇ – ପାଂଚ ମିନିଟର ଷ୍ଟାର୍ ? ଗତ ସପ୍ତାହରେ ପ୍ରିୟଙ୍କାଙ୍କ ଆମେରିକା ଫିଲ୍ମ ଇଜଣ୍ଟ ଇଟ ରୋମାଣ୍ଟିକର ଟ୍ରେଲର୍ ରିଲିଜ୍ ହୋଇଛି । କିନ୍ତୁ ଦେଖିବା ଲୋକ ଆଶ୍ଚର୍ଯ୍ଯ ହୋଇଗଲେ ଯେ ଏଥିରେ ପ୍ରକୃତରେ ପ୍ରିୟଙ୍କା କରୁଛନ୍ତି କଣ । ଟ୍ରେଲରରେ ମୁଖ୍ୟ ଭୂମିକାରୁ ବହୁତ୍ ଅଲଗା ଏବଂ ଅତି କଷ୍ଟରେ ୪ – ୫ ସେକେଣ୍ଡ ପାଇଁ ନଜର ଆସିଛନ୍ତି ଦେଶୀ ଗର୍ଲ । ଏହା ପୂର୍ବରୁ ଆଉ ଏକ ହଲିଉଡ୍ ଫିଲ୍ମ ଏ କିଡ୍ ଲାଇଫ୍ ଜେକ୍ ରେ ମଧ୍ୟ ସମାନ ଅବସ୍ଥା ଥିଲା ପ୍ରିୟଙ୍କାଙ୍କର ।

ଫିଲ୍ମ ଇଜଣ୍ଟ ଇଟ ରୋମାଣ୍ଟିକ୍ ଆସନ୍ତା ବର୍ଷ ଭାଲେଣ୍ଟାଇନ ଡେ ରେ ରିଲିଜ୍ ହେବ । କିନ୍ତୁ ଟ୍ରେଲରେ ସେମିତି କିଛି ଖାସ୍ ନାହିଁ ଯାହା ଭାରତୀୟ ଦର୍ଶକଙ୍କୁ ଆକର୍ଷିତ କରିପାରିବ । ଇଜଣ୍ଟ ଇଟ ରୋମାଣ୍ଟିକର ଟ୍ରେଲର ଦେଖିବା ପରେ ବଲିଉରେ ଚର୍ଚ୍ଚା ହେଉଛି ଯେ କଣ ହଲିଉଡରେ ପ୍ରିୟଙ୍କା ନିଜ ସମୟ ନଷ୍ଟ କରୁଛନ୍ତି ?

priyanka ଫିଲ୍ମର ଟ୍ରେଲର୍ ମୁଖ୍ୟତଃ ଅଭିନେତ୍ରୀ ରେବେଲ୍ ବିଲ୍ସନଙ୍କ ଉପରେ କେନ୍ଦ୍ରିତ । ଆଉ ଅଧାରୁ ଅଧିକ ଟ୍ରେଲର୍ ଚାଲିଯିବା ପରେ କିଛି ସମୟ ପାଇଁ ନଜର ଆସୁଛନ୍ତି ପ୍ରିୟଙ୍କା । ତେଣୁ ସମସ୍ତେ ଏବେ ଆଶ୍ଚର୍ଯ୍ଯ ଯେ ପିୟଙ୍କାଙ୍କୁ ହଲିଉଡରେ ଛୋଟ ମୋଟ ରୋଲ୍ ସ୍ବୀକାର କରିବା କଣ ଆବଶ୍ୟକ । ଏ କିଡ୍ ଲାଇଫ୍ ଜେକରେ ମଧ୍ୟ ସେକେଣ୍ଡ୍ ଲିଡରେ ଥିଲେ ପ୍ରିୟଙ୍କା । ଫିଲ୍ମଟି ଆମେରିକାରେ ରିଲିଜ୍ ହେବା ପରେ ପ୍ରିୟଙ୍କାଙ୍କୁ କୌଣସି ଫାଇଦା ମିଳି ନଥିଲା । କୌଣସି ନୂଆ ଫିଲ୍ମ ମଧ୍ୟ ମିଳିନଥିଲା । ଆମେରିକାରେ ପ୍ରିୟଙ୍କାଙ୍କ ସ୍ଥିତି ୱାନ୍ ସୋ ୱଣ୍ଡର ଭଳି ହୋଇଯାଇଛି ବୋଲି ମାନୁଛନ୍ତି ବଲିଉଡର ଅନେକ ନିର୍ମାତା ନିର୍ଦ୍ଦେଶକ ।

ଗତ କିଛି ବର୍ଷ ଧରି ପ୍ରିୟଙ୍କାଙ୍କ ହଲିଉଡ୍ ଯାତ୍ରାକୁ ନେଇ ଯେଉଁଭଳି ପ୍ରଚାର ହେଉଥିଲା ପ୍ରକୃତରେ ସେଭଳି କିଛି ହୋଇନାହିଁ । ଟିଭି ସିରିୟଲ୍ କ୍ବାଣ୍ଟିକୋର ପ୍ରଥମ ସିଜନର ଲୋକପ୍ରିୟତାରୁ ଆଗକୁ ଯାଇପାରିନାହାଁନ୍ତି ପ୍ରିୟଙ୍କା । ଦ୍ବିତୀୟ ସିଜନଟି ଏଭଳି ଫ୍ଲପ୍ ହେଲା ଯେ ନିର୍ମାତା ତୃତୀୟ ସିଜନର ଆଇଡିଆ ହିଁ ଡ୍ରପ୍ କରିଦେଲେ ।

priyanka chopraଏହା ପରେ ଯେଉଁ ଦୁଇଟି ଫିଲ୍ମ ବିଷୟରେ ଚର୍ଚ୍ଚା ହେଲା ସେଥିରେ ଆଖି ଦୃଷିଆ ନଥିଲା ପ୍ରିୟଙ୍କାଙ୍କ ଭୂମିକା । ସେହିପରି ଯେଉଁ ହଲିଉଡ୍ ଫିଲ୍ମ ପାଇଁ ସଲମାନଙ୍କ ଭାରତ ଛାଡିଦେଇଥିଲେ ପ୍ରିୟଙ୍କା ତାହା ସୁଟିଂ ହେବା ପୂର୍ବରୁ ହିଁ ବନ୍ଦ ହୋଇଗଲା । ବର୍ତ୍ତମାନ ହଲିଉଡରେ ପ୍ରିୟଙ୍କାଙ୍କ ପାଇଁ କୌଣସି ରାସ୍ତା ଖୋଲା ନାହିଁ । ଏବେ ପ୍ରଶ୍ନ ଉଠୁଛି ଏଭଳି ମୋଡରେ ପ୍ରିୟଙ୍କାଙ୍କ କ୍ୟାରିୟର୍ କେଉଁ ଦିଗକୁ ଯାଉଛି । ହଲିଉଡ୍ ପାଇଁ ବଲିଉଡର ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ପ୍ରିୟଙ୍କା । ଯାହା ଫଳରେ ତାଙ୍କର କ୍ୟାରିୟର୍ ଗ୍ରାଫ୍ ତଳକୁ ଆସିଯାଇଛି ।

ଦେଖନ୍ତୁ ଟ୍ରେଲର :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.