ମୃତ୍ୟୁ ପୂର୍ବରୁ ଯମରାଜା ଦେଇଥାନ୍ତି ଏହି ୪ ସଂକେତ, ଜାଣନ୍ତୁ ଏହା କଣ ?

ଯାହାର ଜନ୍ମ ହେଇଛି ତାର ମୃତ୍ୟୁ ସୁନିଶ୍ଚିତ ଅଟେ। ଏହି ସତ୍ୟକୁ କେହି ବଦଳାଇ ପାରିବେ ନାହିଁ କିନ୍ତୁ କେବେ ଆମର ମୃତ୍ୟୁ ହେବ ଏହାର ସୂଚନା ଆମକୁ ପୂର୍ବରୁ ହିଁ ମିଳିଯାଇଥାଏ।

କୁହାଯାଏ ଯେ ଯ ଯମଲୋକର ଦୂତ ମାନେ ସବୁ ମନୁଷ୍ୟଙ୍କୁ ତାଙ୍କର ମୃତ୍ୟୁ ପୂର୍ବରୁ ଯମରାଜାଙ୍କର ୪ଟି ସନ୍ଦେଶ ପଠାଇଥାନ୍ତି। ଯାହା ଦ୍ବାରା ଏହା ଜାଣିହେବ ଯେ ବର୍ତ୍ତମାନ ତାହାର ଶେଷ ସମୟ ଆସିଗଲାଣି।

ଏକ ପ୍ରଚଳିତ କଥା ଅନୁସାରେ ଯମରାଜା ତାଙ୍କର ଭକ୍ତ ଅମୃତକୁ ବଚନ ଦେଇଥିଲେ ଯେ ସମସ୍ତଙ୍କ ମୃତ୍ୟୁ ପୂର୍ବରୁ ସେ ୪ଟି ସଂକେତ ଜରିଆରେ ଏହାର ସୂଚନା ପଠାଇବେ। ଯାହା ଦ୍ବାରା ଲୋକଙ୍କୁ ଜଣାପଡିବାରିବ ଯେ ତାର ମୃତ୍ୟୁ କେବେ ହେବ ଏବଂ ସେହି ସମୟ ଭିତରେ ସେ ତାର ଅଧୁରା କାମ କରିପାରିବ।

yam rajଗୋଟିଏ ଦିନ ଯମୁନା କୂଳରେ ଅମୃତ ନାମକ ବ୍ୟକ୍ତି ରହିଆସୁଥିଲା। ସେ ଦିନରାତି ଯମ ଦେବତାଙ୍କ ପୂଜା କରୁଥିଲା। କାରଣ ତାକୁ ସର୍ବଦା ନିଜର ମୃତ୍ୟୁର ଭୟ ଚିନ୍ତିତ କରୁଥିଲା। ଯମରାଜା ଅମୃତର ତପସ୍ୟାରେ ପ୍ରଭାବିତ ହେଲେ ଏବଂ ପ୍ରକଟ ହୋଇ କହିଲେ ଯେ କଣ ବର ମାଗୁଛ କୁହ।

ଏହା ଶୁଣି ଅମୃତ ଯମରାଜାଙ୍କୁ ଅମର ବର ମାଗିଲେ। ଏହା ଶୁଣି ଯମରାଜା ତାକୁ ବୁଝାଇବାକୁ ଲାଗିଲେ ଏବଂ କହିଲେ ସ୍ରୁଷ୍ଟିରେ ଯିଏ ଜନ୍ମ ନେଇଛି ତାକୁ ମରିବାକୁ ହିଁ ପଡିବ। କୌଣସି ବି ମଣିଷ ମୃତ୍ୟୁ ଠାରୁ ରକ୍ଷା ପାଇପାରିବ ନାହିଁ। ଯମରାଜାଙ୍କର ଏହି କଥା ଶୁଣି ଅମୃତ ଯମରାଜାଙ୍କୁ କହିଲା ଯେ ଯଦି ମୃତ୍ୟୁକୁ ଟଳି ହେବ ନାହିଁ ତେବେ ଯେତେବେଳେ ମୃତ୍ୟୁ ମୋ ପାଖାପାଖି ଥିବ ସେତେବେଳେ ଯେପରି ମୁଁ ଜାଣିପାରେ ଯାହାଦ୍ବାରା ମୃତ୍ୟୁ ପୂର୍ବରୁ ମୁଁ ମୋ ପରିବାର ପାଇଁ ଯେପରି କିଛି ବ୍ୟବସ୍ଥା କରିପାରିବି।

yammଏହାପରେ ଯମରାଜା ଅମୃତକୁ ମୃତ୍ୟୁ ପୂର୍ବର ସୂଚନା ଦେବାର ବରଦାନ କଲେ। ଯମରାଜା ଏହା ବଦଳରେ ଅମୃତକୁ କହିଲେ ଯେ ସେ ମଧ୍ୟ ଶପଥ କରିବ ଯେତେବେଳେ ତାକୁ ମୃତ୍ୟୁର ସୂଚନା ମିଳିବ ସେତେବେଳେ ସେ ସଂସାରରୁ ବିଦାୟ ନେବା ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଦେବ। ଏହା କହିବା ପରେ ଯମରାଜା ଅଦ୍ରୁଶ୍ୟ ହୋଇଲେ। ଏମିତି ବର୍ଷ ପୂରିବାକୁ ଲାଗିଲା ଅମୃତ ଯମରାଜାଙ୍କ ପ୍ରତିଶୃତିରୁ ଆଶ୍ବସ୍ଥି ହୋଇ ସବୁ ସାଧନା ଛାଡି ବିଳାସପୂର୍ଣ୍ଣ ଜୀବନ ଜିଇଁବା ଆରମ୍ଭ କରିଦେଲା। ତାକୁ ଆଉ ମୃତ୍ୟୁର ପାଇଁ ଚିନ୍ତା ନଥିଲା, ଧୀରେ ଧୀରେ ତାର କେଶ ଧଳା ହେବାକୁ ଲାଗିଲା।

କିଛି ବର୍ଷ ପରେ ତାର ସବୁ ଦାନ୍ତ ଭାଙ୍ଗିଗଲା, ଏହା ପରେ ତାର ଆଖିର ଦ୍ରଷ୍ଟି ଶକ୍ତି କମିଯିବାକୁ ଲାଗିଲା। ଏହା ପରେ ମଧ୍ୟ ଯମରାଜାଙ୍କ କୌଣସି ସଂକେତ ତାକୁ ଆସିଲା ନାହିଁ। ଏମିତିରେ କିଛି ବର୍ଷ ଆହୁରୀ ବିତିଗଲା ସେ ଏବେ ବିଛଣାରୁ ଉଠିବାକୁ ମଧ୍ୟ ଅସମର୍ଥ ଥିଲା। ଏତେ ସବୁ ପରେ ସେ ମନକୁ ମନ କିଛି ସଂକେତ ନ ଆସିଥିବାରୁ ଯମରାଜାଙ୍କୁ ଧନ୍ୟବାଦ ଦେଲା।

yamrajଗୋଟିଏ ଦିନ ସେ ଆଶ୍ଚର୍ଯ୍ଯ ହୋଇଗଲା, ଯେତେବେଳେ ସେ ଯମରାଜାଙ୍କୁ ନିଜ ପାଖରେ ଦେଖିଲା। ଯମରାଜା ତାକୁ ଯମରାଜାଙ୍କ ପାଖକୁ ନେଇଗଲେ। ଏହା ପରେ ଅମୃତ କହିଲେ ଯେ ଆପଣ ତ ମୋତେ ମୃତ୍ୟୁ ପୂର୍ବରୁ କୌଣସି ସଂକେତ ଦେଇନଥିଲେ।
ତେବେ ଯମରାଜା ବିନମ୍ରତାପୂର୍ବକ ଉତ୍ତର ଦେଲେ ଯେ ତୁମକୁ ୪ଟି ସନ୍ଦେଶ ପଠାଇଥିଲି। କିନ୍ତୁ ତୁମ ସ୍ପ୍ରହା ବିଳାସପୂର୍ଣ୍ଣ ଜୀବନଶୈଳୀ ତୁମକୁ ଅନ୍ଧ କରିଦେଇଥିଲା। ଯେତେବେଳେ ତୁମ କେଶ ଧଳା ହୋଇଗଲା ଏହା ତୁମର ପ୍ରଥମ ସଂକେତ ଥିଲା। ଏହାପରେ

ଯେତେବେଳେ ତୁମର ସବୁ ଦାନ୍ତ ଭାଙ୍ଗିଗଲା ତାହା ଦ୍ବିତୀୟ ସଂକେତ ଥିଲା। ତାପରେ ତୁମର ତ୍ରୁତୀୟ ସଂକେତ ଥିଲା ଯେତେବେଳେ ତୁମର ଦ୍ରୁଷ୍ଟିଶକ୍ତି ହରାଇ ବସିଲ। ଚତୁର୍ଥ ସନ୍ଦେଶ ଥିଲା ଯେ ତୁମର ଶରୀର ସମସ୍ତ ଅଙ୍ଗ କାମ କରିବା ବନ୍ଦ କରିଦେଲା। କିନ୍ତୁ ତୁମେ ଏହା ମଧ୍ୟରୁ କୌଣସି ସଂକେତକୁ ଜାଣି ପାରିଲ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.