ଏହି ମୋବାଇଲ ନମ୍ବରକୁ ଯିଏ କଲେ ବ୍ଯବହାର ହୋଇଗଲା ତାଙ୍କର ମୃତ୍ୟୁ, ଆପଣଙ୍କ ପାଖରେ ନାହିଁ ତ ଏହି ନମ୍ବର

ଗାଡ଼ି ନମ୍ବର ଭଳି କିଛି ଲୋକ ନିଜ ପସନ୍ଦର ଫୋନ୍ ନମ୍ବର ପାଇବାକୁ ଚାହାନ୍ତି । କିଛି ଲକୀ ନମ୍ବର ଭାବି ଓ ଆଉ କିଛି ସହଜରେ ମନେ ରଖିଲା ଭଳି ନମ୍ବର ନିଅନ୍ତି । ତେବେ ଏମିତି କିଛି ନମ୍ବର ଅଛି ଯାହାକୁ ନେଲେ ଆପଣ ହଇରାଣରେ ପଡ଼ିଯିବାର ସମ୍ଭାବନା ଥାଏ ।ତେବେ ଆପଣ ଆଜି ପର୍ଯ୍ଯନ୍ତ କେବଳ ଭୟାନକ ସ୍ଥାନ ଏବଂ ଲୋକଙ୍କ ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ କିଛି ଖତରନାକ ଫୋନ୍ ନମ୍ବର ବିଷୟରେ । ଏହାକୁ କୁହାଯାଉଛି ଭୂତିଆ ନମ୍ବର । ଏହି ମୋବାଇଲ ନମ୍ବର ଆଜି ପର୍ଯ୍ଯନ୍ତ ଯେଉଁ ବ୍ଯକ୍ତି ବ୍ଯବହାର କରିଛନ୍ତି ସେମାନେ ତାଙ୍କ ଜୀବନ ହରାଇଛନ୍ତି। କଥାଟି ବିଶ୍ବାସ ନହେଲେ ମଧ୍ୟ ସତ ।
ଆଜ୍ଞା ହଁ, ଏପରି ଏକ ମୋବାଇଲ ନମ୍ବର ଅଛି ଯାହାକୁ ଯେଉଁ ବ୍ଯକ୍ତି ବ୍ଯବହାର କରିଛି ପରେ ତାର ଜୀବନ ଯାଇଛି। ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏହି ଭୂତିଆ ମୋବାଇଲ ନମ୍ବର। ଇଏ ପ୍ରଥମ ଥର ନୁହଁ, ପୂର୍ବରୁ ମଧ୍ୟ ଏହି ଭୂତିଆ ମୋବାଇଲ ନମ୍ବର ତିନିଟି ଜୀବନ ନେଇ ସାରିଲାଣି।
ଘଟଣାଟି ବୁଲଗେରିୟାର । ସର୍ବପ୍ରଥମେ ଏହି ମୋବାଇଲ ନମ୍ବରକୁ ମୋବିଟେଲ କମ୍ପାନିର ସିଇଓ ଭ୍ଲାଦିମିର କିଣିଥିଲେ। ନମ୍ବରଟି ହେଉଛି 0888888888 । ସେ ନିଜେ ଏହି ନମ୍ବରକୁ ବ୍ଯବହାର କରୁଥିଲେ। ଏହାପରେ ୨୦୦୧ ମସିହାରେ ଭ୍ଲାଦିମିରଙ୍କର କ୍ଯାନ୍ସରରେ ମୃତ୍ୟୁ ହୋଇଯାଇଥିଲା। ତେବେ ଲୋକଙ୍କ ହିସାବରେ ତାଙ୍କ ମୃତ୍ୟୁର କାରଣ କ୍ଯାନ୍ସର ନୁହଁ ବରଂ ତାଙ୍କ ମୋବାଇଲ ନମ୍ବର ଥିଲା।
ଭ୍ଲାଦିମିରଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ ନମ୍ବରକୁ ଡିମିତ୍ରାବ ନାମକ ଜଣେ କୁଖ୍ଯାତ ଡ୍ରଗ୍ ଡିଲର ବ୍ଯବହାର କରିଥିଲେ। ୨୦୦୩ ମସିହାରେ ପୋଲିସ ଗୁଳିରେ ଡିମିତ୍ରାବଙ୍କର ମୃତ୍ୟୁ ହୋଇଥିଲା। ସେ ପାଖାପାଖି ୫୦୦ ମିଲିୟନ ଡ୍ରଗ୍ସର ମାଲିକ ଥିଲେ।
ଡିମିତ୍ରାବଙ୍କ ପରେ ଏହି ମୋବାଇଲ ନମ୍ବରକୁ ବୁଲଗେରିଆର ଜଣେ ବ୍ୟବସାୟୀ ଡିସଲିବ୍ ବ୍ଯବହାର କରୁଥିଲେ। ତାଙ୍କୁ ୨୦୦୫ ମସିହାରେ ହତ୍ଯା କରାଯାଇଥିଲା। ପୋଲିସ ଯାଞ୍ଚ କରିବା ପରେ ଏହି ମୋବାଇଲ ନମ୍ବରକୁ ବ୍ଯାନ କରିଥିଲା । ବାରମ୍ବାର ଏଭଳି ଘଟଣା ଘଟିବା ପରେ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତାକୁ ନାଁ ଦିଆଯାଇଥିଲା ଭୂତିଆ ମୋବାଇଲ ନମ୍ବର ।