ଅକ୍ସିଜେନ୍‌ ଟିକିଏ ପାଇଁ ଛଟପଟ କେମିତି ହେଉଥିଲେ ରାହୁଲ ବୋହରା ଦେଖନ୍ତୁ, କନ୍ଦାଇଦେବ ଏ ଭିଡିଓ

ସୋଡ଼ିଆଲ ମିଡ଼ିଆ ପାଇଁ ଘରେ ଘରେ ପରିଚିତ ଥିଲେ ରାହୁଲ୍ ବୋହରା। ଯୁବ ପିଢ଼ିଙ୍କୁ ମନୋରଞ୍ଜନ ଯୋଗାଉଥିବା ଅଭିନେତା ତଥା ୟୁଟ୍ୟୁବର ରାହୁଲ୍ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ମାତ୍ର ୩୫ ବର୍ଷ ବୟସ ହୋଇଥିଲା । ତାଙ୍କୁ ଦିଲ୍ଲୀ ସ୍ଥିତ ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କରୋନା ସହ ସଂଘର୍ଷ କରି ହସ୍ପିଟାଲରେ ହିଁ ସେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । ତାଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ସୋସିଆଲ ମିଡିଆରେ ନିଜ ପାଇଁ ସାହାଯ୍ୟ ମାଗି ଆଖି ବୁଜିଲେ ରାହୁଲ୍। ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସେ ଫେସବୁକ୍ ପୋଷ୍ଟରେ କହିଦେଇଥିଲେ ଯେ ସେ ଆଉ ବଞ୍ଚିବେନାହିଁ । ଯଦି ସଠିକ୍ ଚିକିତ୍ସା ମିଳିଥାନ୍ତା ତେବେ ସେ ହୁଏତ ବଞ୍ଚିଯାଇଥାନ୍ତେ ।

ମୃତ୍ୟୁ ପୁର୍ବରୁ ସେ ନିଜେ ଏକ ଭିଡିଓ କରିଥିଲେ। ଯାହା ଏବେ ମୃତ୍ୟୁ ପରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଜାଣି ନଥିଲେ ଏହା ତାଙ୍କର ଶେଷ ଭିଡିଓ । କଥା ହେଲା ବେଳେ ହସ୍ପିଟାଲର ବାସ୍ତବ ଚିତ୍ର ନିଜ ଅନୁଭବ କହି ଚୁପ୍ ହେଇଗଲେ। ମରିବା ପୂର୍ବରୁ ନିଜେ ସୋସିଆଲ ମିଡିଆରେ ଲେଖିଛନ୍ତି, ମୋତେ ଭଲ ଚିକିତ୍ସା ମିଳିଥିଲେ ମୁଁ ବଞ୍ଚି ଯାଇଥାନ୍ତି। ତୁମର ରାହୁଲ୍ ବୋହରା । କିଛି ଏଭଳି ଲେଖିଛନ୍ତି ନିଜ ପୋଷ୍ଟରେ ରାହୁଲ… ।

ଏବେ ପୁଣି ତାଙ୍କ ପତ୍ନୀ ଜ୍ୟୋତି ତିଓ୍ବାରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଜ୍ୟୋତି ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପାଇଁ ହସ୍ପିଟାଲର ଅବହେଳାକୁ ଦାୟୀ କରିବା ସହ ନ୍ୟାୟ ଭିକ୍ଷା କରିଛନ୍ତି । ସେ ଇନଷ୍ଟାଗ୍ରାମରେ ସ୍ବାମୀ ରାହୁଲ ଭୋରାଙ୍କର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ହସ୍ପିଟାଲ ବେଡରେ ପଡିଥିବା ଦେଖିବାକୁ ମିଳିଛି । ତାଙ୍କ ମୁହଁରେ ଅକ୍ସିଜେନ୍ ମାସ୍କ ଲଗାଯାଇଛି ।

 

View this post on Instagram

 

A post shared by Jyoti Tiwari (@ijyotitiwari)

ଏହି ଭିଡିଓକୁ ସେୟାର କରି ରାହୁଲ ଭୋରାଙ୍କ ପତ୍ନୀ ଲେଖିଛନ୍ତି, ‘ସବୁ ରାହୁଲଙ୍କ ପାଇଁ ନ୍ୟାୟ । ମୋ ରାହୁଲ ଆଉ ନାହାନ୍ତି ଏହା ସମସ୍ତଙ୍କୁ ଜଣାଅଛି । ମାତ୍ର କେମିତି ମୃତ୍ୟୁ ହେଲା ତାହା କାହାରିକୁ ଜଣାନାହିଁ । ରାଜୀବ ଗାନ୍ଧୀ ସୁପର ସ୍ପେସିଆଲିଟି ହସ୍ପିଟାଲ ତାହିରପୁର ଦିଲ୍ଲୀ । ଏହିଭଳି ଭାବେ ଚିକିତ୍ସା ସୁବିଧା ଦିଆଯାଏ ସେଠାରେ । ଆଶା କରୁଛି ମୋ ସ୍ବାମୀଙ୍କୁ ନ୍ୟାୟ ମିଳିବ । ଆଉ ଜଣେ ରାହୁଲ ଏ ଦୁନିଆରୁ ଯିବା ଉଚିତ୍ ନୁହେଁ ।’ ରାହୁଲଙ୍କ ପତ୍ନୀଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ସୋସିଆଲ ମିଡିଆ ୟୁଜର୍ସ ନିଜର ପ୍ରତିକ୍ରୀୟା ଦେଉଛନ୍ତି। ଆଉ ଏହା ଦ୍ୱାରା ମଧ୍ୟ ଜଣାଯାଉଛି ଯେ ଏବେ ଦେଶରେ କେମିତି ଚାଲିଛି ସ୍ୱାସ୍ଥ୍ୟ ସେବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.