୩୮ କୋଟି ଟଙ୍କାର ଘର ଏବଂ ଆପାର୍ଟମେଣ୍ଟକୁ ପତ୍ନୀ ଶିଳ୍ପାଙ୍କ ନାମରେ କଲେ ରାଜକୁନ୍ଦ୍ରା, ହେଲେ କାହିଁକି ?

ରାଜକୁନ୍ଦ୍ରା ଏବଂ ଶିଳ୍ପା ସେଟ୍ଟୀ ବଲିଉଡର ଲୋକପ୍ରିୟ ଯୋଡି। ହେଲେ କିଛି ଦିନ ହେଲାଣି ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ନାମରେ ପର୍ଣ୍ଣୋଗ୍ରାଫୀ ମାମଲା ଆସିବା ପରଠାରୁ ଉଭୟ ରାଜ୍ ଓ ଶିଳ୍ପା ସେଟ୍ଟୀ ବିବାଦ ଭିତରେ ଘେରି ହୋଇରହିଛନ୍ତି । ଆଉ ଏଥିପାଇଁ ଟ୍ରୋଲିଂର ଶିକାର ହୋଇଥିଲେ ଦୁହେଁ। କିନ୍ତୁ ଏବେ ଖବର ମୁତାବକ, ରାଜ୍ କୁନ୍ଦ୍ରା ନିଜ ପତ୍ନୀ ଶିଳ୍ପାଙ୍କ ନାମରେ ମୁମ୍ବାଇର ୫ଟି ଫ୍ଲାଟ୍ ଟ୍ରାନ୍ସଫର୍ କରିଛନ୍ତି । ସମ୍ପତ୍ତି କିଣାବିକା ଓ ବ୍ୟବସାୟ ଉପରେ ନଜର ରଖୁଥିବା ଏକ ୱେବସାଇଟରୁ ଏହି ଖବର ମିଳିଛି ।

ସୂଚନାଯୋଗ୍ୟ, ରାଜ୍ କୁନ୍ଦ୍ରା ମୁମ୍ବାଇରେ ଥିବା ବଙ୍ଗଳା ‘କିନାରା’ର ଫାର୍ଷ୍ଟ ଫ୍ଲୋର୍ ପତ୍ନୀ ଶିଳ୍ପାଙ୍କ ନାମରେ କରିଛନ୍ତି । ଏଥିରେ ୫ଟି ଫ୍ଲାଟ୍ ରହିଛି । ଏହି ସମ୍ପତ୍ତିର ମୂଲ୍ୟ ୩୮.୫ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି । ଏହି ବଙ୍ଗଳା ସମୁଦ୍ର ତଟରୁ ପାଖାପାଖି ୩୦୦ ମିଟର୍ ଦୂରରେ ତିଆରି ହୋଇଛି । ତେବେ ସମ୍ପତ୍ତି ଟ୍ରାନ୍ସଫର୍ ସମ୍ପର୍କରେ ଦୁହେଁ କୌଣସି ସୂଚନା ଏପର୍ଯ୍ୟନ୍ତ ଦେଇନାହାନ୍ତି । ରାଜ୍ କୁନ୍ଦ୍ରା ଓ ଶିଳ୍ପାଙ୍କ ଜୁହୁ ବିଚର ଗାନ୍ଧୀଗ୍ରାମ ରୋଡରେ ଥିବା କିନାରା ବଙ୍ଗଳା ପ୍ରାୟ ୫,୯୫୫ ସ୍କୋୟାର୍ ଫୁଟ୍ ପର୍ଯ୍ୟନ୍ତ ବିସ୍ତୃତ ରହିଛି ।

ସୂଚନାଯୋଗ୍ୟ, ଗତବର୍ଷ ପର୍ଣ୍ଣୋଗ୍ରାଫୀ ମାମଲାରେ ରାଜ୍ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା । ହେଲେ ପରେ ଜାମିନରେ ସେ ବାହାରକୁ ଆସିଥିଲେ । ଶିଳ୍ପାଙ୍କ ଅପକମିଂ ଫିଲ୍ମ ନିକମ୍ମା ଏବେ ପରଦାକୁ ଆସିବାକୁ ରହିଛି। ଏହି ଫିଲ୍ମରେ ଶିଳ୍ପାଙ୍କ ସହିତ ଅଭିମନ୍ୟୁ ଦଶାନୀ, ଶର୍ଲି ସେଥିଆ, ସୁନୀଲ ଗ୍ରୋଭର ପ୍ରମୁଖ ଭୂମିକାରେ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.