ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌ ! ଓସିଏ ସଂପାଦକ ଦେଲେ ସୂଚନା

ଓଡିଶା କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ବାରବାଟୀରେ ହେବ ଭାରତ- ଦକ୍ଷିଣ ଆଫ୍ରିକା ମୁକାବିଲା। ଜୁନ ମାସରେ ହୋଇପାରେ ଟି-୨୦ ମ୍ୟାଚ୍‌ । ବାରବାଟୀରେ ଖେଳାଯିବ ଏହି ମ୍ୟାଚ୍ । ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ବିସିସିଆଇ ସହ କଥା ହୋଇଥିବା କହିଛନ୍ତି ।

ଏନେଇ ବିସିସିଆଇ ସଭାପତିଙ୍କ ସହ କଥା ହୋଇଥିବା OCA ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି । ପରିସ୍ଥିତି ଠିକ ଥିଲେ ମ୍ୟାଚରେ ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଫେବ୍ରୁଆରୀ ୧୫ରେ ବାରବାଟୀରେ ହେବାକୁ ଥିବା ମ୍ୟାଚ୍‌ ବାତିଲ ହୋଇଛି ।

ଓସିଏ ସମ୍ପାଦକ କହିଛନ୍ତି ଯେ, କରୋନା ପାଇଁ ବାରବାଟୀରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଦିନିକିଆ ମ୍ୟାଚ୍ ହୋଇଥାନ୍ତା । କିନ୍ତୁ ବାୟୋ ବବଲ ପାଇଁ ଏହାକୁ ଦୁଇଟି ସ୍ଥାନରେ ଖେଳାଯିବ । ତେବେ ଜୁନ ମାସରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସିବ । ଉଭୟ ଟିମ୍ ମଧ୍ୟରେ ଟି୨୦ ସିରିଜ୍ ଖେଳାଯିବ । ସିରିଜର ଗୋଟିଏ ମ୍ୟାଚ୍ ବାରବାଟୀରେ ଖେଳାଯାଇପାରେ । ଏନେଇ ସେ ବିସିସିଆଇ ସଭାପତିଙ୍କ ସହ କଥା ହୋଇଛନ୍ତି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.