ରିଲିଜ ହେଲା ‘ମୋନିକା ଓ ମାଇଁ ଡାର୍ଲିଂ’ ଟିଜର, ଫିଲ୍ମରେ ଦେଖିବାକୁ ମିଳିବ ରାଜକୁମାର ଭିନ୍ନ ଲୁକ୍‌

ବଲିଉଡ ସୁପରଷ୍ଟାର ରାଜକୁମାର ରାଓ ଅପକମିଂ ଫିଲ୍ମ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ। ଏହି ଫିଲ୍ମର ନାମ ‘ମୋନିକା ଓ ମାଇଁ ଡାର୍ଲିଂ’ ରହିଛି। ଫିଲ୍ମର ଘୋଷଣା ନେଟଫ୍ଲିକ୍ସର ୨୫ ବର୍ଷ ପୂରଣ ବେଳେ କରାଯାଇଛି। ଏହା ମଧ୍ୟରେ ଏହି ଫିଲ୍ମର ଟିଜର ରିଲିଜ ହୋଇଛି। ଏହି ଟିଜରରେ ରାଜକୁମାରଙ୍କୁ ଦେଖି ଫିଲ୍ମ ସସପେନ୍ସରେ ଭରପୁର ରହିଛି।

ଏହି ଫିଲ୍ମକୁ ଦର୍ଶକେ ବେଶ୍‌ ଅପେକ୍ଷା କରି ରହିଛନ୍ତି। ଏହାକୁ ନେଟଫ୍ଲିକ୍ସ ଇଣ୍ଡିଆ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି।ଏହି ଟିଜରେ ରାଜକୁମାର ରାଓ ଏବଂ ଅଭିନେତ୍ରୀ ଆକାଂକ୍ଷା ରଂଜନ କପୁର ନଜର ଆସିଛନ୍ତି।

 

View this post on Instagram

 

A post shared by Netflix India (@netflix_in)

କେବଳ ରାଜକୁମାର ରାଓ ନୁହେଁ ବରଂ ସିକନ୍ଦର ଖେର, ହୁମା କ୍ୟୁରେଶୀ, ରାଧିକା ଆପ୍ତେ, ଆକାଂକ୍ଷା ରଂଜନ କପୁର ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ଟିଜର ଦେଖି ଫ୍ୟାନ୍ସ ଫିଲ୍ମ ପାଇଁ ଉତ୍ସାହିତ ରହିଛନ୍ତି। କିନ୍ତୁ ଫିଲ୍ମ କେବେ ରିଲିଜ ହେବ ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ।

ନିକଟରେ ରାଜକୁମାର ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଠାରୁ ଏକ ଲଗ୍‌ଜ୍ୟୁରୀ ଆପାର୍ଟମେଣ୍ଟ କିଣିଥିଲେ। ଏହାକୁ ଏବେ ପର୍ଯ୍ୟନ୍ତର ସବୁଠୁ ଦାମୀ ଡିଲ୍‌ ବୋଲି କୁହାଯାଉଛି। ଏହି ଆପାର୍ଟମେଣ୍ଟ ଯେଉଁ ସ୍ଥାନରେ ରହିଛି, ତାହା ଦେଶର ସବୁଠୁ ଲୋକପ୍ରିୟ ଏରିଆ ଜୁହୁରେ ବୋଲି କୁହାଯାଉଛି। ଏହି ବିଲ୍ଡିର ନାଁ ଲୋଟସ୍‌ ଆର୍ଯ୍ୟା। ଏହା ଜଣାଶୁଣା ପ୍ରଯୋଜକ ତଥା ବିଲ୍ଡର ଆନନ୍ଦ ପଣ୍ଡିତଙ୍କର ବୋଲି ଜଣାଯାଇଛି।

୨୦୨୦ ମସିହାରେ ଜାହ୍ନବୀ କପୁର ମୁମ୍ବାଇର ସବୁଠୁ ଲୋକପ୍ରିୟ ଜୁହୁ ପାର୍ଲେର ଏକ ବିଲ୍ଡିରେ ନିଜ ପାଇଁ ୩ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ କିଣିଥିଲେ। ସେହି ସମୟରେ ଏହି ଆପାର୍ଟମେଣ୍ଟର ଦାମ୍‌ ୩୯ କୋଟି ଥିଲା। କିନ୍ତୁ ଏବେ ସେ ଏହି ଆପାର୍ଟମେଣ୍ଟକୁ ରୁହିର କୋ-ଷ୍ଟାର ରାଜକୁମାର ରାଓଙ୍କୁ ୫ କୋଟି ଟଙ୍କା ଲାଭରେ ଅର୍ଥାତ୍‌ ୪୪ କୋଟିରେ ବିକ୍ରି କରିଛନ୍ତି। ଏହି ଆପାର୍ଟମେଣ୍ଟ ଲୋଟସ ଆର୍ଯ୍ୟା ନାମକ ବିଲ୍ଡିଂରେ ୪,୧୪୪ ବର୍ଗ ମିଟର ଅଞ୍ଚଳ ପରିବ୍ୟାପ୍ତ।

ରିପୋର୍ଟ ମୁତାବକ, ରାଜକୁମାର ରାଓ ୪୪ କୋଟି ଟଙ୍କାରେ ଏହି ଆପର୍ଟମେଣ୍ଟ କିଣିଥିଲେ। ଶ୍ରୀଦେବୀ ତନୟା ଜାହ୍ନବୀ କପୁରଙ୍କ ଠାରୁ ସେ ଏହି ଆପାର୍ଟମେଣ୍ଟ କିଣିଥିଲେ। ଏହି ଫ୍ଲାଟ୍‌ ୩୪୫୬ ବର୍ଗ ଫୁଟ୍‌। ରାଜକୁମାର ରାଓ ଏହି ଫ୍ଳାଟ୍‌କୁ ବର୍ଗ ଫୁଟ୍‌ ପିଛା ୧.୨୭ ଲକ୍ଷ ଟଙ୍କା ହିସାବରେ କିଣିଥିଲେ। ଏହି ଡିଲ୍‌କୁ ଦେଶର ସବୁଠୁ ଦାମୀ ଡିଲ୍‌ ବୋଲି କୁହାଯାଉଛି।