ଅକ୍ଷୟ କୁମାରଙ୍କ ପ୍ରତି ରାମ ଚରଣଙ୍କ ସମ୍ମାନ ଦେଖି ଫ୍ୟାନ୍ସ ଖୁସିରେ ବିଭୋର,ଭିଡିଓ ହେଲା ଭାଇରାଲ

କେନ୍ୟୁଜ୍‌: ଆଜି କାଲି ସୋସିଆଲ ମିଡିଆରେ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର ଏବଂ ତେଲୁଗୁ ସୁପର ଷ୍ଟାର ରାମ ଚରଣଙ୍କ ଭିଡିଓ ଜୋର ସୋରରେ ଭାଇରାଲ ହେଉଛି । ଏହି ଦୁଇ ସୁପରଷ୍ଟାରଙ୍କୁ ଗୋଟିଏ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଥିଲା । ତାଙ୍କର ଏହି ଭିଡିଓଟି କଣ ପାଇଁ ଭାଇରାଲ ହେଉଛି ? କାହିଁକି ଲୋକମାନେ ଅନେକ ମାତ୍ରାରେ ସେୟାର କରୁଛନ୍ତି? କଣ ରହିଛି ଏହି ଭିଡିଓରେ?  ଆଉ ଡେରି ନ କରି ଆସନ୍ତୁ ଜାଣିବା ।
ଘଟଣା ଟି ଏମିତି ହେଇଛି କି ଏହି ଦୁଇ ସୁପରଷ୍ଟାର ଗୋଟିଏ ଇଭେଣ୍ଟ ଯୋଗ ଦେଇଥିଲେ । ଏହି ଇଭେଣ୍ଟରେ ରାମ ଚରଣ ଅକ୍ଷୟ କୁମାରଙ୍କୁ ସମ୍ମାନ ଦେବାରେ ଦେଖା ଯାଉଛନ୍ତି । ତା ପରେ ଏହି ଭିଡ଼ିଓ ଟି ଭାଇରାଲ ହେଉଛି । ସମସ୍ତେ ଏହି ଭିଡିଓରେ ରାମ ଚରଣଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

ଦୃଶ୍ୟଟି ଏମିତି ଥିଲା କି ଯେତେବେଳେ ଅକ୍ଷୟ ଏବଂ ରାମ ଚରଣ ଇଭେଣ୍ଟରେ କଥାବାର୍ତ୍ତା ପାଇଁ ଗଲେ ପ୍ରଥମେ ରାମ ଚରଣ ଅକ୍ଷୟଙ୍କୁ ସୋଫାରେ ବସିବା ପାଇଁ କହିଲେ । ଏଥିରେ ଅକ୍ଷୟ ବି ପଛରେ ନଥିଲେ । ଅକ୍ଷୟ ବି ରାମ ଚରଣଙ୍କୁ ବସିବା ପାଇଁ କହିଲେ । ଏହି ଭିଡିଓରେ ଦୁଇଙ୍କ ଭିତରେ ଥିବା ଭଲ ପାଇବା ବାରି ହୋଇ ପଡ଼ୁଥିଲା ।ଏହି ଛୋଟ କ୍ଲିପ୍‌ରେ ଦର୍ଶକମାନେ ସାଉଥ ସହିତ ନର୍ଥର ଭଲ ପାଇବାକୁ ଯୋଡ଼ିଛନ୍ତି । ରାମ ଚରଣଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି । ଦର୍ଶକମାନେ କହିଛନ୍ତି ରାମ ଚରଣଙ୍କୁ ମେଗାଷ୍ଟାର ଚୀରଞ୍ଜିବଙ୍କ ସଂସ୍କାର ମିଳିଛି ।ଅକ୍ଷୟଙ୍କର ଏବେ ଏବେ ଫିଲ୍ମ ‘ରାମ ସେତୁ’ ରିଲିଜ ହୋଇଥିବା ବେଳେ ଆଗକୁ ତାଙ୍କର ‘ବଡ଼େ ମିଆଁ ଛୋଟେ ମିଆଁ’, ‘ଗୋର୍ଖା’ ଏବଂ ‘ସେଲ୍ଫି ଔର ଷ୍ଟାର୍ଟ ଅପ ’ ପରି ବିଗ୍‌ ବଜେଟର ଫିଲ୍ମ ଆସୁଛି । ରାମ ଚରଣଙ୍କର ‘ଆଚାର୍ଯ୍ୟ’,‘ଆର୍‌ସି-୧୫’ ଏବଂ ପରି ଫିଲ୍ମ ମଧ୍ୟ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.