ନିଆଁ ଲଗାଇଲା ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘Dangerous’, ଭିଡିଓ ଭାଇରଲ

ବଲିଉଡର ଜଣାଶୁଣା ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ Dangerous ପୁଣି ଥରେ ଚର୍ଚ୍ଚାରେ। ଫିଲ୍ମ ରିଲିଜ ହେବା ପୂର୍ବରୁ ସୋସିଆଲ ମିଡିଆରେ ଧୁମ୍ ମଚାଉଛି। ଏହି ଫିଲ୍ମରେ ନଜର ଆସିବାକୁ ଥିବା ଅପସରା ରାନୀ ଏବଂ ନୈନା ଗାଙ୍ଗୁଲିଙ୍କ ବୋଲ୍ଡ ସିନ ଦର୍ଶକଙ୍କୁ ପାଗଳ କରିଛି।

ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା। ଯାହା ଚର୍ଚ୍ଚାର ପରିସରକୁ ଆସିଥିଲା। ଲେସବିୟାନ କ୍ରାଇମ ଷ୍ଟୋରୀରେ ନଜର ଆସିବାକୁ ଥିବା ଦୁଇ ଅଭିନେତ୍ରୀ ନିଜର ଚରିତ୍ରକୁ ଭଲଭାବେ ନିଭାଇଛନ୍ତି। ପୂର୍ବରୁ ନୈନା ୱେବସିରିଜ ‘ଚରିତ୍ରହୀନ’ ଜରିଆରେ ବେଶ ନାମ କମାଇ ସାରିଛନ୍ତି।

ସାଉଥ ଅଭିନେତ୍ରୀ ଅପସରା ରାନୀ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ଫିଲ୍ମ କାହାଣୀର କିଛି ଝଲକ ଦେଖିବାକୁ ମିଳିଛି। ଏଥିରେ ଅପସରା ଏବଂ ନୈନାଙ୍କ କିଛି ବୋଲ୍ଡ ସିନ ଏବଂ ଫଟୋ ନଜର ଆସିଛି। ଯେଉଁଥିରେ ଦୁହେଁ ସବୁ ସୀମା ପାର କରିଛନ୍ତି।

video courtesy: RGV

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.