ଆସୁଛି ବଲିଉଡ଼ ମେଗା ଫିଲ୍ମ ରାମାୟଣ, ରାମ କିଏ ହେବେ ମହେଶ ବାବୁ ନା ରଣବୀର କପୁର? ଚାଲିଛି ବିତର୍କ

ଆଗକୁ ଆସୁଛି ବଲିଉଡ଼ ହାଇ ବଜେଟ୍ ପୌରାଣିକ ଚଳଚିତ୍ର ରାମାୟଣ। ଏହି ଫିଲ୍ମ ପାଇଁ ଷ୍ଟାର କାଷ୍ଟ ମଧ୍ୟ ସରିଛି କିନ୍ତୁ ରାମାୟଣର ମୁଖ୍ୟ ଚରିତ୍ର ଶ୍ରୀରାମଙ୍କ ଭୂମିକା କିଏ ନିଭାଇବ ତାକୁ ନେଇ ବର୍ତ୍ତମାନ ଆଲୋଚନା ଜୋରସୋର ଚାଲିଛି ।

bollywood star
Picture Credit – Eagles vine

ନିର୍ଦ୍ଦେଶକ ମଧୁ ମଣ୍ଟେନାଙ୍କ ଫିଲ୍ମ୍ ରାମାୟଣରେ କେଉଁ ଅଭିନେତା ପ୍ରଭୁ ରାମ ଭୂମିକାରେ ଅଭିନୟ କରିବେ? ରଣବୀର କପୁର ନା ମହେଶ ବାବୁ, ଏହାକୁ ନେଇ ବିତର୍କ ଚାଲିଛି। ସୂଚନା ଅନୁଯାୟୀ ଗତ ମାସରେ ରଣବୀର କପୁରଙ୍କ ସହ ନିର୍ଦ୍ଦେଶକ ଏକ ମିଟିଙ୍ଗ୍ କରିଥିଲେ। ଖାଲି ତାଙ୍କ ସହ ନୁହେଁ ସାଉଥ୍ ମେଗା ଷ୍ଟାର ମହେଶ ବାବୁଙ୍କ ସହ ମଧ୍ୟ ନିର୍ଦ୍ଦେଶକ ଆଲୋଚନା କରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜଣା ପଡିନି ଯେ ରାମଙ୍କ ଭୂମିକାରେ କାହାକୁ ନିଆଯିବ। ତେବେ ବର୍ତ୍ତମାନ ମହେଶ ବାବୁ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସୁଟିଂରେ ବ୍ୟସ୍ତ ଥିବା ବେଳେ ରଣବୀର କପୁର ମଧ୍ୟ ତାଙ୍କ ଆଗାମୀ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି।

ତେବେ ରାବଣ ଭୂମିକାରେ ଦେଖିବାକୁ ମିଳିବ ଏଭରଗ୍ରୀନ ଷ୍ଟାର ହ୍ରିତିକ ରୋଶନଙ୍କୁ। ଖାଲି ସେତିକି ନୁହେଁ ରାମାୟଣ ଫିଲ୍ମରେ ସୀତାଙ୍କ ଭୂମିକାରେ ଅଭିନୟ କରିବେ ବଲିଉଡ଼ ଡିଭା ଦୀପିକା ପାଦୁକୋନ। ଏହି ଫିଲ୍ମ ଏକ ହାଇ ବଜେଟ୍ ଫିଲ୍ମ ହେବାକୁ ଯାଉଛି। ଫିଲ୍ମ ପାଇଁ ଅନେକ କଳାକାରଙ୍କୁ ମଧ୍ୟ ଚୟନ କରାଯାଉଛି। ତେବେ ରାମଙ୍କ ଚରିତ୍ର ଫାଇନାଲ ହେବା ପରେ ହିଁ ଫିଲ୍ମ ସୁଟିଂ ଆରମ୍ଭ ହେବ ବୋଲି ନିର୍ଦ୍ଦେଶକ କହିଛନ୍ତି ।