ରାମ-ରାବଣ ଭୂମିକା ପାଇଁ ରଣବୀର ଓ ହ୍ରିତିକ ନେବେ ୧୫୦ କୋଟି ଟଙ୍କା, ୭୫୦ କୋଟି ଟଙ୍କାର ସିରିଜ ତିଆରି କରିବେ ନୀତିଶ ତିୱାରୀ

ବଲିଉଡର ଜଣାଶୁଣା ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ ଖୁବଶୀଘ୍ର ରାମ ଓ ରାବଣ ଭୂମିକାରେ ନଜର ଆସିବେ। ଫିଲ୍ମ ନିର୍ଦ୍ଦେଶକ ନୀତିଶ ତିୱାରୀଙ୍କ ‘ରାମାୟଣ’ରେ ଦୁହିଁଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଯାହାକି ସେମାନେ ଏବେ ସୁଦ୍ଧା କରିଥିବା ଫିଲ୍ମ ଠାରୁ ସବୁଠୁ ପ୍ରମୁଖ ଓ ଆକର୍ଷଣୀୟ ହେବ ।

ରିପୋର୍ଟ ମୁତାବକ, ଫିଲ୍ମଟିକୁ ୩ଟି ଭାଗରେ ପ୍ରସ୍ତୁତ କରାଯିବ। ଉକ୍ତ ଫିଲ୍ମର ବଜେଟ୍‌ ୭୫୦ କୋଟି ଟଙ୍କା ରଖାଯାଇଛି। ଏବେ ଫିଲ୍ମର ବଜେଟ ଏତେ ରହିଥିବା ବେଳେ ହ୍ରିତିକ୍‌ ଓ ରଣବୀରଙ୍କର ଫିସ୍‌କୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଦୁହିଁଙ୍କୁ ରାମ ଓ ରାବଣ ଭୂମିକା ପାଇଁ ପାଖାପାଖି ୧୫୦ କୋଟି ଅର୍ଥାତ୍ ରଣବୀରଙ୍କୁ ୭୫ କୋଟି ଏବଂ ହ୍ରିତିକଙ୍କୁ ୭୫ କୋଟି ଟଙ୍କା ମିଳିବ।

ସୂଚନାଯୋଗ୍ଯ, ଏହା ପୂର୍ବରୁ ବି ଅନେକ ଥର ‘ରାମାୟଣ’କୁ ଫିଲ୍ମମେକରମାନେ ନିଜର ଅଲଗା ଅଲଗା ଅନ୍ଦାଜରେ କରିବାକୁ କାର୍ଯ୍ୟଭାର ସମ୍ଭାଳିଛନ୍ତି । ହେଲେ କେହି ବି ରାମାନନ୍ଦ ସାଗରଙ୍କ ଭଳି ‘ରାମାୟଣ’ ବନାଇ ପାରିନାହାନ୍ତି। ରାମାନନ୍ଦ ସାଗରଙ୍କର ‘ରାମାୟଣ’ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିଲା। ଏହି ଶୋ’କୁ ଏତେ ମାତ୍ରାରେ ପସନ୍ଦ କରାଯାଇ ଥିଲା କି ଲକ୍‌ଡାଉନ୍‌ ସମୟରେ ଏହାକୁ ପୁଣି ଥରେ ପ୍ରସାରିତ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା।

ଏବେ ବହୁତ ବଡ ବଜେଟ ସହିତ ରାମାୟଣକୁ ଖାସ୍ କରିବା ପାଇଁ ସମସ୍ତ ପ୍ରୟାସ ଜାରି ରହିଛି। ଏବେ ରାମ ଓ ରାବଣ ପାଇଁରଣବୀର ଏବଂ ହ୍ରିତିକ ଚୟନ ହୋଇସାରିଥିବା ବେଳେ ସୀତା ଭୂମିକା ପାଇଁ ଅଭିନେତ୍ରୀ ଖୋଜା ଜାରି ରହିଛି। ସୀତା ଭୂମିକା ପାଇଁ କରୀନାଙ୍କ ନାମ ଆସିଥିବା ଖବର ମିଳିଛି। କିନ୍ତୁ ତାହା ସତ୍ଯ କି ନାହିଁ ଜଣାପଡିନାହିଁ। ଏହାମଧ୍ୟରେ ହ୍ରତିକି ଏବଂ ରଣବୀର ନିତୀଶ ତିୱାରୀ ଏବଂ ନିର୍ମାତା ମଧୁ ମେଣ୍ଟନାଙ୍କ ସହିତ ପ୍ରଥମ ଅଫିସିଆଲ ସାକ୍ଷାତ କରିସାରିଛନ୍ତି।

Leave A Reply

Your email address will not be published.