ସୋସିଆଲ ମିଡିଆରେ ଚର୍ଚ୍ଚାରେ ରଣବୀର କପୁର… ଭାଇରାଲ ଭିଡିଓ ଦେଖିଲେ କରିବେ ପ୍ରଂସଶା

ରଣବୀରଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି । ଯେଉଁଥିରେ ସେ ଓ୍ଵାହିଦା ରେହମାନଙ୍କୁ ପ୍ରୋଟେକ୍ଟ କରୁଥିବାର ନଜର ଆସିଛନ୍ତି । ସେଠାରେ ରଣବୀର କପୁର ଓ୍ଵାହିଦା ରେହମାନଙ୍କୁ ମିଡିଆଙ୍କ ଠାରୁ ବଞ୍ଚାଉଥିବାର ନଜର ଆସିଛନ୍ତି ।

ଏହି କିଛି ଦିନ ପୂର୍ବରୁ ବଲିଉଡ ସୁପରଷ୍ଟାର ରଣବୀର କପୁର ତାଙ୍କ ପତ୍ନୀ ଆଲଆ ଭଟ୍ଟଙ୍କ ସହ ଦିଲ୍ଲୀରେ ପହଞ୍ଚିଥିଲେ । ଯେଉଁ ଠାରେ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ପାଇଁ ତାଙ୍କୁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଥିଲା । ସେହି ସମୟରେ ରଣବୀର ଆଲିଆଙ୍କୁ ସମର୍ଥନ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା।

ବର୍ତ୍ତମାନ ରଣବୀରଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଓ୍ଵାହିଦା ରେହମାନଙ୍କୁ ପ୍ରୋଟେକ୍ଟ କରୁଥିବାର ନଜର ଆସିଛନ୍ତି । ସେଠାରେ ରଣବୀର କପୁର ଓ୍ଵାହିଦା ରେହମାନଙ୍କୁ ମିଡିଆଙ୍କ ଠାରୁ ବଞ୍ଚାଉଥିବାର ନଜର ଆସିଛନ୍ତି । ତେବେ ଭିଡିଓରେ ଦେଖିବା ପାଇଁ ମିଳିଛି ଯେ ମିଡିଆର କିଛି ଲୋକ ଓ୍ଵାହିଦା ରେହମାନଙ୍କ ଫଟୋ ଉଠାଇବା ପାଇଁ ତାଙ୍କ ଟେବଲ ପାଖରେ ଆସି ଠିଆ ହୋଇଯାଇଥିଲେ । ଏହି ସମୟରେ ଟେବଲଟି ଘୁଞ୍ଚି ଯିବା ଯୋଗୁ ଅଭିନେତ୍ରୀ ଅଳ୍ପ ଭୟଭୀତ ହୋଇଯାଇଥିଲେ । ତେବେ ଏହା ସବୁ ଦେଖିବା ପରେ ରଣବୀର ତାଙ୍କ ସିଟ୍‌ରୁ ଉଠି ମିଡିଆର ଲୋକଙ୍କୁ କହିଥିଲେ ଯେ, ‘ପ୍ଲିଜ୍‌ ଥୋଡା ସମ୍ଭଲକର ତସବୀର ଲିଜିଏ’… ।

 

View this post on Instagram

 

A post shared by Pinkvilla (@pinkvilla)

ଏହି ଭିଡିଓଟି ଭାଇରାଲ ହେବା ପାରେ ସୋସିଆଲ ମିଡିଆରେ ୟୁଜସ୍‌ମାନେ ରଣବୀରଙ୍କର ଅନେକ ପ୍ରଂଶସା କରୁଛନ୍ତି । ତେବେ ଏହି ସମାରୋହରେ ଆଲିଆ ଭଟ୍ଟ ତାଙ୍କ ବାହାଘରର ଶାଢୀ ପିନ୍ଦିଥିବାର ନଜର ଆସିଛନ୍ତି । ସେହି ପରି ରଣବୀର ବ୍ଲାକ୍‌ ସୁଟ୍‌ରେ ବହୁତ ସୁନ୍ଦର ଲାଗୁଥିଲେ ।

ଆଲିଆ ଭଟ୍ଟଙ୍କୁ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିୟାଓ୍ଵାଡି’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି । ଏଥିପାଇଁ ଅଭିନେତ୍ରୀଙ୍କୁ ସମସ୍ତେ ସୋସିଆଲ ମିଡିଆ ଜରିଆରେ ଶୁଭକାମନା ଜଣାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.