ଜାଣନ୍ତୁ ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେଉଁ ତେଲ ଉପକାରୀ

ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଖାଇବା ତେଲ ବାଛିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍‌ ।ଆଜିକାଲିର ବ୍ୟସ୍ତ ଲାଇଫଷ୍ଟାଇଲ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପରି ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କର ବିଶେଷ ଯତ୍ନ ନେବା ଜରୁରୀ ଅଟେ ।

ଆମ ଶରୀର ପାଇଁ ହୃଦୟ ଏବଂ ମସ୍ତିଷ୍କର ସୁସ୍ଥ ରହିବା ଅତ୍ୟନ୍ତ ଆବଶ୍ୟକ । ଆଜିକାଲିର ଲାଇଫଷ୍ଟାଇଲ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ହେତୁ ହୃଦୟ ଏବଂ ମସ୍ତିଷ୍କ ସମ୍ବନ୍ଧୀୟ ରୋଗ ଦ୍ରୁତ ଗତିରେ ବଢିବାରେ ଲାଗିଛି । ଏପରି ସମୟରେ ନିଜ ହୃଦୟ ଏବଂ ମସ୍ତିଷ୍କର ବିଶେଷ ଯତ୍ନ ନେବା ଜରୁରୀ ହୋଇଥାଏ । ଖାଇବା ତେଲରେ ଥିବା ଫ୍ୟାଟି ଏସିଡ୍ ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଯେଉଁ ତେଲରେ ଓମେଗା-3 ଫ୍ୟାଟି ଏସିଡ୍ ଥାଏ ତାହା କୋଲେଷ୍ଟ୍ରଲ ହ୍ରାସ ଏବଂ ରକ୍ତ ପ୍ରବାହରେ ଉନ୍ନତି ଆଣିବାରେ ସାହାଯ୍ୟ କରେ । ଏହି ତେଲ ବ୍ୟବହାର କରି ହୃଦୟ ଏବଂ ମନକୁ ସୁସ୍ଥ ରଖାଯାଇପାରିବ । ଆସନ୍ତୁ ଜାଣିବା କେଉଁ ଖାଇବା ତେଲ ଆମ ହୃଦୟ ଏବଂ ମନ ପାଇଁ ସର୍ବୋତ୍ତମ ।

ଖାଇବା ତେଲ କିପରି ବାଛିବେ:
ବିଶେଷଜ୍ଞଙ୍କ ଅନୁସାରେ, ଖାଇବା ତେଲ ବାଛିବା ସମୟରେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା ନାହିଁ ତାହା ଜାଣିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଅନେକ ସମୟରେ ଅମେ ମାର୍କେଟରେ ମିଳୁଥିବା ଶସ୍ତା ତେଲରେ ବ୍ୟବହାର କରିଥାଉ। ଏହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଖାଇବା ତେଲରେ ଥିବା ଫ୍ୟାଟି ଏସିଡର ମାତ୍ରା ଏବଂ ଗୁଣ ବହୁତ ଗୁରୁତ୍ୱପୂର୍ଣ୍ଣ । MUFA ଏବଂ PUFA ଭଳି ଅସେଚୁରଟେଡ ଫ୍ୟାଟର ମାତ୍ରା ଅଧିକ ରହିବା ଦରକାର ।

ବିଶେଷତଃ Omega-3 PUFA ହୃଦୟର ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ ହୋଇଥାଏ । ଏହା ବ୍ୟତୀତ ତେଲକୁ ଅଧିକ ଗରମ ମଧ୍ୟ କରିବା ଉଚିତ ନୁହେଁ । ତେଲକୁ ଅଧିକ ଗରମ କରିବା ଦ୍ୱାରା ଏଥିରେ କ୍ଷତିକାରକ ରାସାୟନିକ ପଦାର୍ଥ ସୃଷ୍ଟି ହୋଇପାରେ । ସବୁବେଳେ ସଠିକ ଖାଇବା ତେଲ ବାଛିବା ଦରକାର । ମୂଲ୍ୟ ଉପରେ ଧ୍ୟାନ ନ ଦେଇ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟୀ ହୋଇଥିବ ସେହି ତେଲର ବ୍ୟବହାର କରିବା ଉଚିତ ।

ହୃଦୟ ଏବଂ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରନ୍ତୁ ଏହି ତେଲ:

ଅଲିଭ୍‌ ଅଏଲ୍‌- ଅଲିଭ୍‌ ଅଏଲରେ ମୋନୋଅନସେଚୁରେଟେଡ୍‌ ଫ୍ୟାଟି ଏସିଡ୍‌ ମିଳିଥାଏ । ଯାହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟୀ ।

ବାଦାମ ତେଲ- ଏହି ତେଲରେ OMEGA-3 ଏବଂ OMEGA-6 ଫ୍ୟାଟି ଏସିଡ୍‌ ଥାଏ । ଏହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

କନୋଲା ଅଏଲ୍‌- କନୋଲା ଅଏଲ୍‌ରେ OMEGA-3 ଫ୍ୟାଟି ଏସିଡ୍‌ ଭରପୂର ମାତ୍ରାରେ ମିଳିଥାଏ ।

ସୋରିସ ତେଲ- ଏହି ତେଲରେ ମଧ୍ୟ OMEGA-3 ଫ୍ୟାଟି ଏସିଡ୍‌ ରହିଥାଏ, ଯାହା ହୃଦୟ ଏବଂ ମସ୍ତିଷ୍କର ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.