ସେଲଫି ନେଲାବେଳେ ପ୍ରଶଂସକଙ୍କ ମୋବାଇଲ୍ ଫୋପାଡିଦେଲେ ରଣବୀର, ଭିଡିଓ ହେଉଛି ଭାଇରାଲ୍
ବଲିଉଡ ଅଭିନେତା ରଣବୀର କପୁର ସେହି ଷ୍ଟାରମାନଙ୍କ ମଧ୍ୟରୁ ଜଣେ ଯିଏ କି ନିଜକୁ ସବୁବେଳେ କୁଲ୍ ରଖିଥାନ୍ତି। ବିଶେଷ କରି ମିଡିଆ ଭିତରେ ଓ ଗହଳି ସ୍ଥାନରେ । କିନ୍ତୁ ବର୍ତ୍ତମାନ ତାଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ସମସ୍ତଙ୍କୁ ଚକିତ କରିଛି। କେହି କେହି ତାଙ୍କୁ ଅଭଦ୍ର ବୋଲି କହିଛନ୍ତି। ଆଉ କିଛି କହିଛନ୍ତି ବୋଧ ହୁଏ ସେ ଚାପଗ୍ରସ୍ତ ଥିବେ।
ଇଣ୍ଟରନେଟରେ ଆସିଥିବା ଅଭିନେତାଙ୍କ ଏକ ଭିଡିଓରେ ସେ ତାଙ୍କ ସହ ସେଲଫି ପାଇଁ ପୋଜ୍ ନେଉଥିବା ଜଣେ ପ୍ରଶଂସକଙ୍କର ଫୋନ୍ ଫିଙ୍ଗିଥିବାର ନଜର ଆସୁଛନ୍ତି। ଏହି ଭାଇରାଲ୍ କ୍ଲିପ୍ ରେ ରଣବୀର ପ୍ରଥମେ ଜଣେ ପ୍ରଶଂସକଙ୍କ ସହ ହସୁଥିବା ଏବଂ ସେଲଫି ପାଇଁ ପୋଜ୍ ନେଉଥିବା ଦେଖିବାକୁ ମିଳିଛି । କିନ୍ତୁ, ଯେତେବେଳେ ପ୍ରଶଂସକ ସେଲଫି ପାଇଁ ବାରମ୍ବାର ଚେଷ୍ଟା କରିଥିଲେ, ଅଭିନେତା ତାଙ୍କ ଫୋନ୍ ମାଗି ଫିଙ୍ଗିଦେଇଥିଲେ।
Shocking 😱 Ranbir Kapoor THROWS Fan’s Phone for annoying him for a Selfie.#RanbirKapoor pic.twitter.com/dPEymejxRv
— [email protected] (@SAMTHEBESTEST_) January 27, 2023
ଯଦିଓ କ୍ଲିପ୍ରେ ଲାଗୁଛି ଯେ ରଣବୀର ନିଜର ଟେମ୍ପର ହରାଇ ହତାଶ ହେବା ପରେ ପ୍ରଶଂସକଙ୍କ ଫୋନ ଫିଙ୍ଗିଥିଲେ। ହେଲେ ପ୍ରକୃତ କଥାଟି ହେଉଛି ଏହା ଏକ ସୁଟ୍ ଏବଂ ଏକ ପ୍ରମୋସନାଲ୍ ଜିମିକ୍ ର ଅଂଶ ।
ଭିଡିଓକୁ ଦେଖି ଜଣେ ବ୍ୟକ୍ତି ଲେଖିଛନ୍ତି, “ସେ ଭାବିଲେ ରଣବୀର ସବୁଠାରୁ ଥଣ୍ଡା ସ୍ବଭାବର ସୁପରଷ୍ଟାର। ଯାହାକୁ ପ୍ରାୟ କେହି କେବେ ରାଗ ମୁଡରେ ଦେଖିନାହାନ୍ତି । ସେ କାହା ସହିତ ଅସଦାଚରଣ କରିନାହାଁନ୍ତି। ତାଙ୍କ ସହିତ କ’ଣ ହେଲା? ସେ ଅନୁମାନ କରୁଥିଲେ ପାରିବାରିକ ଦାୟିତ୍ବର ଚାପ ଥାଇପାରେ।