Below header

ଫିଲ୍ମ ପାଇଁ ରଣବୀରଙ୍କ ପିତା ଦେଇଥିଲେ ଲାଞ୍ଚ : ଭାଇରାଲ ହେଉଛି ଏହି କଥା

ମୁମ୍ବାଇ : ରଣବୀର ସିଂଙ୍କୁ ବଲିଉଡରେ ଲଞ୍ଚ କରିବାକୁ ତାଙ୍କ ପିତା ଆଦିତ୍ୟ ଚୌପ୍ରାକୁ ଟଙ୍କା ଦେଇଥିଲେ । ଯାହାକୁ ନେଇ କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା ହେଉଛି । ତେବେ ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ରଣବୀର ସିଂ । ସେ କହିଛନ୍ତି ଏହା ଏକ ଗୁଜବ । ମୋ ପିତା କାହାକୁ ବି ଟଙ୍କା ଦେଇନାହାଁନ୍ତି । ମୁଁ ବଲିଉଡରେ ଡେବ୍ୟୁ କରିବାକୁ ସଂଘର୍ଷ କରିଛି । ଅନେକ ପରିଶ୍ରମ କରି ଆଜି ମୁଁ ଏହି ସ୍ଥାନରେ ପହଞ୍ଚିଛି । ଟଙ୍କା ଦେଇଥିବା କଥା ଶୁଣି ମତେ ବହୁତ ଦୁଃଖ ଲଗିଛି ବୋଲି ରଣବୀର ସିଂ କହିଛନ୍ତି ।

ଫିଲ୍ମ ବ୍ୟାଣ୍ଡ ବାଜା ବାରାତରୁ ବଲିଉଡରେ ଡେବ୍ୟୁ କରିଥିଲେ ରଣବୀର ସିଂ । ତାଙ୍କ ଅପୋଜିଟ୍ରେ ନାୟିକା ଥିଲେ ଅନୁଷ୍ମା ଶର୍ମା । ଫିଲ୍ମ ବକ୍ସଅଫିସରେ ସୁପରହିଟ୍ ହୋଇଥିଲା । ଅନେକ ଆଓ୍ଵାର୍ଡ ସୋରେ ସମ୍ମାନିତ ହୋଇଥିଲେ ସେ । ଫିଲ୍ମର ପ୍ରଯୋଜକ ଥିଲେ ଆଦିତ୍ୟ ଚୌପ୍ରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.