ଟାଇଗରଙ୍କ ସହ ସ୍କ୍ରିନ୍‌ ସେୟାର କରିବେ ରଶ୍ମିକା ମନ୍ଦାନା, ସାମ୍ନାକୁ ଆସିଲା ଫିଲ୍ମର ନାଁ ଓ ରିଲିଜ୍‌ ତାରିଖ

ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର ୨’ ପରେ ପୁଣିଥରେ କରନ୍‌ ଜୋହରର ଧର୍ମା ପ୍ରଡକ୍ସନ୍‌ର ସହ କାମ କରିବା ପାଇଁ ପୂରା ପ୍ରସ୍ତୁତ ଅଛନ୍ତି। ଆଗକୁ ଶଶାଙ୍କ ଖେତାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଆକ୍ସନ୍‌ ଏଣ୍ଟରଟେନ୍‌ମେଣ୍ଟରେ ମଧ୍ୟ ଟାଇଗର ନଜର ଆସିବେ। ଫିଲ୍ମରେ ତାଙ୍କ ସହ ନଜର ଆସିବେ ‘ପୁଷ୍ପା’ ଫେମ୍‌ ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ଏହି ଫିଲ୍ମର ନାଁ ଓ ସୁଟିଂକୁ ନେଇ ଖବର ସାମ୍ନାକୁ ଆସିଛି।

ରିପୋର୍ଟ ମୁତାବକ, ଟାଇଗର ଶ୍ରଫ୍‌-ରଶ୍ମିକା ମନ୍ଦାନା ଷ୍ଟାରର ଫିଲ୍ମର ନାଁ ‘ସ୍କ୍ରୁ ଢିଲା’ ରଖା ଯାଇଛି। ଟାଇଗରଙ୍କ ଚରିତ୍ରକୁ ଦୃଷ୍ଟିରେ ରଖି ଫିଲ୍ମର ଏଭଳି ନାଁ ରଖାଯାଇଛି। ଟାଇଗର ଏହି ଫିଲ୍ମରେ ଏକ ଭିନ୍ନ ଚରିତ୍ର କରିଛନ୍ତି। ଏଭଳି ସ୍ଥିତିରେ ଫିଲ୍ମର ନାଁ ଟିକେ ଅଲଗା ରଖାଯାଇଛି। ଫିଲ୍ମର ଲିଡ୍‌ କାଷ୍ଟ କରାଯାଇଥିବା ବେଳେ ଏବେ ନେଗେଟିଭ୍‌ ରୋଲ୍‌ ଖୋଜା ଯାଉଛି। ଅନ୍ୟପଟେ କୁହାଯାଉଛି ଯେ ଏହି ଫିଲ୍ମ ଆଗାମୀ ବର୍ଷ ରିଲିଜ୍‌ ହେବ।

କୁହାଯାଉଛି ଯେ କରନ୍‌ ଜୋହରଙ୍କ ଫିଲ୍ମ ‘ସ୍କ୍ରୁ ଢିଲା’ର ସୁଟିଂ ଭାରତ ଓ ବିଦେଶରେ କରାଯିବ। ଫିଲ୍ମର ପ୍ରଥମ ସିଡ୍ୟୁଲ ୟୁରୋପରେ ଆରମ୍ଭ ହେବ ବୋଲି କୁହାଯାଉଛି। ଟାଇଗର ଓ ରଶ୍ମିକା ଉଭୟେ ଏହି ସିଡ୍ୟୁଲର ଅଂଶ ହେବେ। ଏହି ଫିଲ୍ମରେ ଆକ୍ସନ୍‌ ସହ ଏକ ମଜଭୁତ କାହାଣୀ ମଧ୍ୟ ରହିଛି। ଏଭଳି କାହାଣୀରେ ଟାଇଗରଙ୍କୁ ପ୍ରଥମେ ଦର୍ଶକେ ଦେଖିନାହାନ୍ତି।

ଅନ୍ୟପଟେ ରଶ୍ମିକା ମନ୍ଦାନାଙ୍କ କାମ କଥା କହିବା ତ ସେ ଗୁଡବୟରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ ମଧ୍ୟ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ସେ ରଣବୀର କପୁରଙ୍କ ସହ ‘ଆନିମଲ’ ମଧ୍ୟ କରୁଛନ୍ତି।

Also Read: ବିମାନରେ ଯାତ୍ରା କରିବା ପୂର୍ବରୁ ଅସୁସ୍ଥ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ବାଧ୍ୟତାମୂଳକ, DGCA ଆଣିଲା ନୂଆ ନିୟମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.