ଡ୍ରଗ୍ସ ମାମଲାକୁ ନେଇ ମୁହଁ ଖୋଲିଲେ ରିୟା, କହିଲେ ‘ସୁଶାନ୍ତ ବେଳେବେଳେ ଗଞ୍ଜେଇ ଟାଣୁଥିଲେ, କିନ୍ତୁ …’

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ଧୀରେ ଧୀରେ ଡ୍ରଗ୍ସ କାରବାର ଆଡ଼କୁ ମୁହାଁଉଛି। ଏବେ ଏହି ମାମଲାରେ ରିୟାଙ୍କ ଭାଇ ସୌଭିକ୍‌ଙ୍କ ସମେତ ଆଉ କିଛି ଲୋକଙ୍କୁ ଗିରଫ କରିଛି ପୋଳିସ। ତେବେ ଏହି ମାମଲାରେ ଆଜି ପୁଣିଥରେ ଏନ୍‌ସିବି ରିୟାଙ୍କୁ ଜେରା କରୁଛି। ଜେରା ବେଳେ ରିୟା ସୁଶାନ୍ତଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ରିୟା କହିଛନ୍ତି ସୁଶାନ୍ତ ବେଳେ ବେଳେ ଗଞ୍ଜେଇ ଟାଣନ୍ତି, କିନ୍ତୁ କେବେ ବି ଡ୍ରଗ୍ସ ନେଇ ନାହାନ୍ତି। ତେବେ ଆଜି ସିଦ୍ଧାର୍ଥ ପିଠାନୀ ଓ ଅବ୍ଦାସ୍‌ ଖାଲୋଇଙ୍କୁ ଜେରା କରିବା ପରେ ରିୟାଙ୍କୁ ଗିରଫ କରାଯାଇପାରେ, ଏଣୁ ତାଙ୍କୁ ଡକାଯାଇଛି।

rhea

ଅନ୍ୟପଟେ ରିମାଣ୍ଡର ପ୍ରଥମ ଦିନରେ ସୁଶାନ୍ତଙ୍କ କୁକ୍‌ ଦିପେଶ ସାଓ୍ଵନ୍ତ କହିଛନ୍ତି ଯେ ସାର ଗଞ୍ଜେଇ ପିଉଥିଲେ। ତାଙ୍କୁ ଏହି ଗଞ୍ଜେଇ ଷ୍ଟାଫ୍‌ଙ୍କ ସମେତ ଋଷିକେଶ ପବାର ଓ ଅବ୍ଦାସ୍‌ ଖାଲୋଇ ନାମକ ବ୍ୟକ୍ତି ଆଣି ଦେଉଥିଲେ। କେବଳ ରିୟାଙ୍କ ସାମ୍ନାରେ ନୁହେଁ ସୁଶାନ୍ତ ଷ୍ଟାଫ୍‌ଙ୍କ ସାମ୍ନାରେ ମଧ୍ୟ ଗଞ୍ଜେଇ ପିଉଥିଲେ ବୋଲି ସାଓ୍ଵନ୍ତ କହିଛନ୍ତି।

ସୂଚନାଯୋଗ୍ୟ ଯେ ଏନ୍‌ସିବି ଅଫିସରୁ ବାହାରକୁ ବାହାରିବା ପରେ ଗତକାଲି ରିୟା କହିଥିଲେ ସେ ଗିରଫ ହେବାକୁ ପ୍ରସ୍ତୁତ ଅଛନ୍ତି। ପ୍ରେମ ପାଇଁ ତାଙ୍କୁ ଦଣ୍ଡ ମିଳିବା ଜରୁରୀ। ତାଙ୍କୁ ଜବରଦସ୍ତି କେସ୍‌ରେ ଫସାଯାଉଛି। ଏଣୁ ସେ ସତକୁ ଅପେକ୍ଷା କରିଛନ୍ତି ଓ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.