‘ସାକ୍ରେଡ ଗେମ୍ସ-୨’କୁ ନେଇ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ମାମଲା, ଜାଣନ୍ତୁ କାହିଁକି ମୁଣ୍ଡ ଟେକିଲା ବିବାଦ

ମୁମ୍ବାଇ : ଏବେ ଅଡୁଆରେ ସାକ୍ରେଡ ଗେମ୍ସ-୨ । ରିଲିଜ୍‌ ହେବାର କିଛି ଦିନ ପରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଏ ନେଇ ରୁଜୁ କରାଯାଇଛି ମାମଲା । ଏହି ୱେବ୍‌ ସିରିଜ୍‌ରେ ଶିଖ୍‌ ସଂପ୍ରଦାୟର ଭାବନାକୁ ଆହତ କରାଯାଇଥିବା ନେଇ ଅଭିଯୋଗ ଅଣାଯାଇଛି । ଦିଲ୍ଲୀ ବିଜେପି ପ୍ରବକ୍ତା ତଜିନ୍ଦର ପାଲ ସିଂହ ବଗ୍ଗା, ଏହି ଅଭିଯୋଗ ଆଣିବା ସହ ଅନୁରାଗ ଜାଣିଶୁଣି ଏଭଳି କରିଥିବା ସେ କହିଛନ୍ତି।

saif ali khanଏହି ଫିଲ୍ମରେ ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଶିଖ୍‌ ସଂପ୍ରଦାୟ ଯୁବକ ଭୂମିକାରେ ନଜର ଆସିଥିବା ବେଳେ ୱେବ୍‌ ସିରିଜ୍‌ର ଏକ ଦୃଶ୍ୟରେ ସେ ନିଜ ହାତରେ ପିନ୍ଧିଥିବା କଡ଼ାକୁ କାଢ଼ି ଅପମାନିତ କରିବା ଭଳି ଫିଙ୍ଗୁଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି ।

ଏହାସହ ପଢନ୍ତୁ : ମିକାଙ୍କ ପରେ ଏବେ ସଲମାନ୍ ଖାନଙ୍କୁ ମଧ୍ୟ କରାଯାଇପାରେ ବ୍ୟାନ୍, FWICE ସଦସ୍ୟ ଦେଲେ ଚେତାବନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.