Below header

ମୀରାବାଇ ଚାନୁଙ୍କୁ ଭେଟିଲେ ସଲମାନ୍‌ ଖାନ୍‌, ନିଜ ଫ୍ୟାନ୍‌ ବୋଲି ଜାଣିବା ପରେ କଲେ ନିମନ୍ତ୍ରଣ

ଟୋକିଓ ଅଲମ୍ପିକରେ ସିଲଭର ପଦକ ଜିତି ଦେଶ ନାଁ ଉଜ୍ଜ୍ୱଳ କରିଥିବା ମୀରାବାଇ ଚାନୁଙ୍କୁ ଭେଟିଛନ୍ତି ଆକ୍ଟର ସଲମାନ୍‌ ଖାନ୍‌। ମୀରାଙ୍କୁ ଭେଟିବା ବେଳର ଫଟୋକୁ ସଲମାନ୍‌ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ମୀରାବାଇ ସଲମାନ୍‌ଙ୍କର ଜଣେ ବଡ଼ ଫ୍ୟାନ୍‌ ଓ ଏକ ଇଣ୍ଟରଭ୍ୟୁରେ ଏନେଇ ସେ ସୂଚନା ବି ଦେଇଛନ୍ତି। ଏନେଇ ସଲମାନ୍‌ ଜାଣିବା ପରେ ମୀରାବାଇଙ୍କୁ ନିମନ୍ତ୍ରଣ କରିଥିଲେ ଓ ତାଙ୍କୁ ସାକ୍ଷାତ କରିଥିଲେ।

ସଲମାନ୍‌ ସୋସିଆଲ ମିଡିଆରେ ମୀରାବାଇ ଚାନୁଙ୍କ ସହ ଫଟୋ ସେୟାର କରି ଲେଖିଛନ୍ତି- ସିଲଭର ମେଡାଲ ବିଜେତାଙ୍କୁ ଶୁଭକାମନା, ମୀରାବାଇ ଚାନୁ ଆପଣଙ୍କ ସହ ଖୁବ୍‌ ସୁନ୍ଦର ସାକ୍ଷାତ, ସବୁବେଳେ ଅଭିନନ୍ଦନ!

ସୂଚନାଯୋଗ୍ୟ ଯେ ମୀରାବାଇ ଚାନୁ ସିଲଭର ମେଡାଲ ଜିତିବା ବେଳେ ସଲମାନ୍‌ ଖାନ୍‌ ଟ୍ଵିଟରରେ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସଲମାନ୍‌ ଟ୍ଵିଟ୍‌ କରି ଲେଖିଥିଲେ-ଆଜି ଦେଶର ସୁପରଷ୍ଟାର ବନିଥିବା ମୀରାବାଇ ଚାନୁଙ୍କୁ ଅଭିନନ୍ଦନ! ଆପଣ ଆମକୁ ଗୌରବାନ୍ଵିତ କରିଛନ୍ତି। ଆପଣ ତ ଅସଲି ଦବଙ୍ଗ!

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.