ପୁଣି ବଦଳିଲା ‘କଭି ଇଦ୍‌ କଭି ଦିଓ୍ଵାଲୀ’ର ଟାଇଟଲ, ‘ଭାଇଜାନ’ନାମରେ ରିଲିଜ ହେବ ଫିଲ୍ମ

ରିଲିଜ ପୂର୍ବରୁ ବିବାଦରେ ଘେରିରହିଛି ସଲମାନଙ୍କ ଫିଲ୍ମ ‘ କଭି ଇଦ୍‌ କଭି ଦିଓ୍ଵାଲୀ’ । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ଏହାର ନାମକୁ ବଦଳା ଯାଇଥିବା ଖବର ମିଳିଛି। ଫିଲ୍ମର ନା’ ପରିବର୍ତ୍ତନ କରାଯାଇ ‘ଭାଇଜାନ’ ବୋଲି କରାଯାଇଛି। ସଲମାନଙ୍କୁ ଲଗାତାର ଜୀବନରୁ ମାରିଦେବାକୁ ଧମକ ମିଳିବା ପରେ ଏପରି କରାଯାଇଛି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି। ସଲମାନଙ୍କୁ ମାରିବା ପାଇଁ ଧମକ ମିଳିବା ପରେ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ଭାଇଜାନଙ୍କ ସୁରକ୍ଷା ବଢାଇଦେଇଛନ୍ତି। ଏହା ମଧ୍ୟରେ ଫିଲ୍ମର ପ୍ରଡକ୍ସନ ହାଉସ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସବୁକିଛି ବଦଳାଯାଇଛି। ଏବେ ଫିଲ୍ମ ସହିତ ଜଡିତ ଆଉ ଏକ ନୂଆ ଖବର ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ, ସଲମାନ ଖାନଙ୍କୁ ମିଳୁଥିବା ଧମକ ମଧ୍ୟରେ ମେକର୍ସ ଫିଲ୍ମର ଟାଇଟଲ ‘କଭି ଇଦ୍‌ କଭି ଦିଓ୍ଵାଲୀ’ ବଦଳାଇ ପୁରୁଣା ନାମ ‘ଭାଇଜାନ’ କରିଦେଇଛନ୍ତି। ଗତବର୍ଷ ଏହି ଫିଲ୍ମକୁ ‘ଭାଇଜାନ’ ଟାଇଟଲ ସହିତ ରିଲିଜ କରିବାର ଥିଲା।

ଏବେ ଫିଲ୍ମର ଟାଇଟଲକୁ ବଦଳାଯାଇ ‘ଭାଇଜାନ’ ରଖାଯାଇଛି। ଫିଲ୍ମ ସାଜିଦ ନାଡିଓ୍ଵାଡଓ୍ଵାଲ ପାଖରୁ ଯିବା ପରେ ସଲମାନ ଏପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ କରିସାରିଛନ୍ତି। ଫିଲ୍ମର ଟାଇଟଲ ବଦଳିବା ପଛରେ ମଧ୍ୟ ବଡ କାରଣ ରହିଛି। ସଲମାନ ଖାନଙ୍କୁ ସମସ୍ତେ ସ୍ନେହରେ ଭାଇଜାନ ଡାକନ୍ତି ବୋଲି ଫିଲ୍ମର ନାମ ‘ଭାଇଜାନ’ ରଖାଯାଇଛି।

SALMAN KHAN

ସଲମାନଙ୍କ ବାପା ସଲିମ ଖାନଙ୍କୁ ୫ ଜୁନକୁ ଏକ ଚିଠି ମିଳିଥିଲା। ଯେଉଁଥିରେ ସଲମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଏହି ଚିଠିରେ ଲେଖାଯାଇଥିଲା କି, ପଞ୍ଜାବୀ ସିଦ୍ଧୁ ମୁସେଓ୍ଵାଲାଙ୍କ ଭଳି ସଲମାନ ଖାନଙ୍କର ଅବସ୍ଥା ହେବ। ଏହି ଧମକପୂର୍ଣ୍ଣ ଚିଠିକୁ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟ ଗମ୍ଭୀରତାର ସହ ନେଇ ସଲମାନଙ୍କ ସୁରକ୍ଷାକୁ ବଢାଇଦେଇଛନ୍ତି। ସଲମାନଙ୍କ ବାପା ସଲିମ ଖାନ୍ ସବୁବେଳେ ସକାଳ ମର୍ଣ୍ଣିଂ ୱାକ୍ କରି ଯେଉଁଠି ବସିଥାନ୍ତି ସେହି ସ୍ଥାନରେ ଏହି ଚିଠି ପଡ଼ିଥିବାରୁ ତାଙ୍କ ସୁରକ୍ଷାକର୍ମୀ ପାଇଥିଲେ ବୋଲି ସୂଚନା ମିଳିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଛି।

ସୂଚନା ଥାଉକି , ଗତ ମାସ ୨୯ ତାରିଖରେ ପଞ୍ଜାବୀ ଗାୟକ ତଥା ପଲିଟିସିଆନ ସିଦ୍ଧୁ ମୁସେୱାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟର ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଥିଲା । ଉକ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏହି କାରନାମା ଘଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଯୋଜନା କରିଥିବା ଜଣାପଡ଼ିଥିଲା । ତେବେ ମୁସେୱାଲାଙ୍କ ପରି ସଲମାନଙ୍କ ଅବସ୍ଥା କରି ଦିଆଯିବ ବୋଲି ଅପରାଧୀମାନେ ଧମକ ଦେବା ପରେ ଅଭିନେତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରିଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.