Below header

ଆନ୍ନା ହଜାରେ ଦିଲ୍ଲୀରେ ପୁଣି ଭରିବେ ହୁଙ୍କାର! ନୂଆ ସଙ୍ଗଠନ ‘ରାଷ୍ଟ୍ରୀୟ ଲୋକ ଆନ୍ଦୋଳନ’ର ଘୋଷଣା କରିବେ

୨୦୧୧ରେ ରାଜଧାନୀ ଦିଲ୍ଲୀରେ ଭ୍ରଷ୍ଟାଚାର ବିରୋଧରେ ଜବରଦସ୍ତ ଆନ୍ଦୋଳନ କରିଥିଲେ ସାମାଜିକ କର୍ମୀ ଆନ୍ନା ହଜାରେ। ବର୍ତ୍ତମାନ ସେ ପୁଣିଥରେ ହୁଙ୍କାର ଭରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଆନ୍ନା ହଜାରେ ନିଜର ଏକ ନୂଆ ସଙ୍ଗଠନ ‘ରାଷ୍ଟ୍ରୀୟ ଲୋକ ଆନ୍ଦୋଳନ’ ଗଠନ କରିଛନ୍ତି। ଆସନ୍ତା ଜୁନ୍‌ ୧୯ ନିଜ ଜନ୍ମଦିନ ଅବସରରେ ୮୪ ବର୍ଷୀୟ ଆନ୍ନା ହଜାରେ ଏହି ସଙ୍ଗଠନ ବିଷୟରେ ଘୋଷଣା କରିବାକୁ ଯାଉଛନ୍ତି।

ଆନ୍ନା ହଜାରେ ଜୁନ୍‌ ୧୯ରେ ଦିଲ୍ଲୀ ଆସିବେ। ଏଠାରେ ସେ ନୂଆ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନଙ୍କର ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହେବେ। ସଙ୍ଗଠନ ଭ୍ରଷ୍ଟାଚାର ବିରୋଧରେ ଆନ୍ଦୋଳନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.