ଅକ୍ଷୟ କୁମାରଙ୍କ ଠାରୁ ରଣବୀର କପୁର ପର୍ଯ୍ୟନ୍ତ, ଏହି ବଲିଉଡ୍‌ ଷ୍ଟାରଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଅବାକ୍‌

ମୁମ୍ବାଇ : ବଲିଉଡ଼ର ଅଭିନେତାମାନେ ମନୋରଞ୍ଜନ ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ନିଜର ଛବି ସୃଷ୍ଟି କରିଛନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମରେ ଅଭିନୟ କରିବା ସହ ବିଭିନ୍ନ ବିଜ୍ଞାପନ ଜରିଆରେ ପଇସା ଓ ପ୍ରଶଂସା ଉଭୟ ହାସଲ କରିଛନ୍ତି । ସେ ଅକ୍ଷୟ କୁମାର ହୁଅନ୍ତୁ ବା ଅମିତାଭ ବଚ୍ଚନ । ଅର୍ଥ ଓ ପ୍ରତିଷ୍ଠାରେ ଏମାନଙ୍କ ସହ ତାଳ ଦେଇ ଚାଲିଛନ୍ତି ବଲିଉଡର ୩ ଖାନ୍‌ । ଜାଣିବା ଆସନ୍ତୁ ଏହି ଅଭିନେତାମାନଙ୍କର ଆୟର ପରିମାଣ କେତେ ।

Akshya
photo credit: Deadline

ଅକ୍ଷୟ କୁମାର :

ବଲିଉଡ଼ର ସୁପରହିରୋ ଅକ୍ଷୟ କୁମାର ଭାରତର ଏକମାତ୍ର ଷ୍ଟାର ଯାହାଙ୍କ ନାମ ଫୋର୍ବସ୍‌ ଆମେରିକାର ଟପ୍‌ ଟେନ ସୂଚୀ ମଧ୍ୟରେ ନାମ ଆସୁଛି । ହାଏଷ୍ଟ ପେଡ୍‌ (ସର୍ବାଧିକ ଅର୍ଥ ପାଉଥିବା) ଅଭିନେତାଙ୍କ ତାଲିକାରେ ଅକ୍ଷୟ କୁମାର ୬ଷ୍ଠ ସ୍ଥାନରେ ରହିଛନ୍ତି । ୧ ଜୁନ ୨୦୧୯ ରୁ ୧ ଜୁନ୍‌ ୨୦୨୦ ମଧ୍ୟରେ ତାଙ୍କର ମୋଟ ଆୟ ୪୮.୫ ମିଲିୟନ ଡଲାର (୩୬୨ କୋଟି ଟଙ୍କା) ତାଙ୍କର ମୋଟ ସମ୍ପତ୍ତି ୨୭୩ ମିଲିୟନ ଡଲାର ବା ୧୯୩୫ କୋଟି ଟଙ୍କା ।

Salman
photo credit: Bollywood Hungama

ସଲ୍‌ମାନ ଖାନ୍‌ :

ସବୁଠୁ ଧନୀ ଅଭିନେତାଙ୍କ ତାଲିକାରେ ସଲ୍‌ମାନ୍‌ ଖାନ୍‌ଙ୍କ ନାମ ମଧ୍ୟ ରହିଛି । ସଲ୍‌ମାନ୍‌ ଖାନ୍‌ ୨୦୧୯ରେ ମୋଟ ୨୨୯.୨୫ କୋଟି ଟଙ୍କା ଆୟ କରିଥିଲେ । ୨୦୨୦ରେ ତାଙ୍କର ମୋଟ ଆୟ ୩୧୦ ମିଲିୟନ ଡଲାର ବା ୨୧୯୮ କୋଟି ଟଙ୍କା ।

amitav
photo credit: DNA india

ଅମିତାଭ ବଚ୍ଚନ :

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଆଜି ବି ଦର୍ଶକଙ୍କୁ ଛୋଟ ଓ ବଡ଼ ପରଦାରେ ବେଶ୍‌ ମନୋରଞ୍ଜନ ଦେଉଛନ୍ତି । ୨୦୧୯ ରେ ତାଙ୍କର ମୋଟ ଆୟ ୨୩୯.୨୫ କୋଟି ଟଙ୍କା ଥିବା ବେଳେ ୨୦୨୦ରେ ମୋଟ ଆୟ ୪୦୦ ମିଳିୟନ ଡଲାର ବା ୨୮୩୭ କୋଟି ଟଙ୍କା ।

ଶାହାରୁକ୍‌ ଖାନ୍‌ :

ଫିଲ୍ମ ଜିରୋ ପରେ ପୁଣି ଥରେ ଶାହାରୁକ୍‌ ଖାନ୍‌ ଫେରୁଛନ୍ତି । ୩ ବର୍ଷ ପରେ ପୁଣି ଥରେ ସେ ଫିଲ୍ମ ‘’ପଠାନ’ ରେ ନଜର ଆସିବେ । ୨୦୧୯ରେ ତାଙ୍କର ଆୟ ଥିଲା ୧୨୪.୩୮ କୋଟି ଟଙ୍କା ତାଙ୍କର ମୋଟ ଆୟ ୭୫୦ ମିଲିୟନ ଡଲାର ବା ୫୩୨୦ କୋଟି ଟଙ୍କା ।

Amir
photo credit: DNA India

ଅମିର ଖାନ୍‌ :

ମିଷ୍ଟର ପରଫେକ୍‌ସନ ବା ଅମିର ଖାନ୍‌ ଏବେ ଲାଲ୍‌ ସିଂହ ଚଢ଼୍‍ଢ଼ାରେ ନଜର ଆସିବେ । ୨୦୧୯ରେ ସେ ୮୫ କୋଟି ଟଙ୍କା ଆୟ କରିଥିଲେ । ତାଙ୍କର ମୋଟ ଆୟ ୨୦୫ ମିଲିୟନ ଡଲାର ବା ୧୪୫୩ କୋଟି ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.