୧୫୦ରୁ ୨୦୦ ବର୍ଷ ହେବ ବେରଙ୍ଗ ପଡ଼ିଛି ଏହି ସବୁ ଗାଁ, କେଉଁଠି ଅଭିଶାପ ତ କେଉଁଠି ମୃତ୍ୟୁର ଭୟ ଯୋଗୁ ବନ୍ଦ ରହିଛି ହୋଲି

ହୋଲି ଭାରତର ଏକ ପ୍ରମୁଖ ପର୍ବ। ରଙ୍ଗ, ଅବିର, ସ୍ନେହଶ୍ରଦ୍ଧା ଏବଂ ଭକ୍ତିର ପର୍ବ ହୋଲିକୁ ମନାଇବାର ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଭାରତରେ ଅନେକ ଗାଁ ଏମିତି ବି ଅଛି, ଯେଉଁଠି ଲମ୍ବା ସମୟରୁ ହୋଲି ଖେଳିବାର କୌଣସି ବିଧି ବିଧାନ ନାହିଁ। ଆଜି ଆମେ ଭାରତର ସେହି ଗାଁଗୁଡ଼ିକ ବିଷୟରେ କହିବୁ, ଯେଉଁଠି ହୋଲି ପର୍ବ ପାଳନ କରାଯାଏ ନାହିଁ।

ରୁଦ୍ରପ୍ରୟାଗ(ଉତ୍ତରାଖଣ୍ଡ)

ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାରେ କୁରଝାଁ ଏବଂ କ୍ୱିଲି ନାମକ ଦୁଇଟି ଗାଁ ରହିଛି। ଏଠାରେ ପାଖାପାଖି ୧୫୦ ବର୍ଷ ହେବ ହୋଲି ପାଳନ କରାଯାଇ ନାହିଁ। ଲୋକଙ୍କ ମାନ୍ୟତା ରହିଛି, ଅଞ୍ଚଳର ପ୍ରମୁଖ ଦେବୀ ତ୍ରିପୁର ସୁନ୍ଦରୀଙ୍କୁ କୋଳାହଳ ଆଦୌ ପସନ୍ଦ ନୁହେଁ। ଏଥିପାଇଁ ଗାଁ ଲୋକେ ହୋଲି ଖେଳନ୍ତି ନାହିଁ।

ରୁଦ୍ରପ୍ରୟାଗରେ ଅଳକନନ୍ଦା ଏବଂ ମନ୍ଦାକିନୀ ନଦୀର ସଙ୍ଗମ ରହିଛି। ଏଠାରେ ଶ୍ରଦ୍ଧାଳୁ କାଟେଶ୍ୱର ମହାଦେବଙ୍କୁ ଦର୍ଶନ କରିବାକୁ ନିଶ୍ଚୟ ଆସନ୍ତି। ଏମିତି ବି ମାନ୍ୟତା ରହିଛି କି, ଭସ୍ମାସୁର ନାମକ ରାକ୍ଷସଙ୍କ ନଜରରୁ ବଞ୍ଚିବା ପାଇଁ ଭଗବାନ ଶିବ ଏଠାରେ ଏକ ଚମତ୍କାରୀ ଗୁମ୍ଫାରେ ନିଜକୁ ଲୁଚେଇ ରଖିଥିଲେ।

ଦୁର୍ଗାପୁର(ଝାଡ଼ଖଣ୍ଡ)

ଝାଡ଼ଖଣ୍ଡର ଦୁର୍ଗାପୁର ଗାଁରେ ବି ହୋଲି ପାଳନ କରାଯାଏ ନାହିଁ। ଏଠି ରହୁଥିବା ପାଖାପାଖି ୧୦୦୦ ଲୋକ ୧୦୦ରୁ ଅଧିକ ବର୍ଷ ହେବ ହୋଲି ପାଳନ କରିନାହାନ୍ତି। ସେମାନଙ୍କ କହିବା ହେଲା, ଯଦି କେହି ହୋଲି ରଙ୍ଗକୁ ଉଡ଼ାଇ ଦିଏ, ତ ତା’ର ମୃତ୍ୟୁ ସୁନିଶ୍ଚିତ।

୧୦୦ ବର୍ଷ ପୂର୍ବେ ଏଠାକାର ଜଣେ ରାଜା ହୋଲି ଖେଳିଥିଲେ, ଯେଉଁଥିପାଇଁ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିଥିଲା। ରାଜାଙ୍କ ପୁଅର ମୃତ୍ୟୁ ସେହି ହୋଲି ଦିନ ହିଁ ହୋଇଥିଲା। ଏହାପରେ ଖୋଦ୍‌ ରାଜାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ମରିବା ପୂର୍ବରୁ ରାଜା ଏଠାକାର ଲୋକଙ୍କୁ ହୋଲି ନ ଖେଳିବାକୁ ଆଦେଶ ଦେଇଥିଲେ।

holi3
photo credit: Zee News

ତାମିଲନାଡୁ

ତାମିଲନାଡ଼ୁରେ ରହୁଥିବା ଲୋକେ ମଧ୍ୟ ପାରମ୍ପରିକ ରୂପେ ହୋଲି ଉତ୍ସବ ପାଳନ କରନ୍ତି ନାହିଁ। କୁହାଯାଏ କି, ହୋଲି ପୂର୍ଣ୍ଣିମା ଦିନ ପଡ଼ିଥାଏ ଏବଂ ତାମିଲନାଡ଼ୁରେ ଏହି ଦିନ ମାସୀ ମାଗମଙ୍କୁ ସମର୍ପିତ ରହିଛି। ଏହି ଦିନ ତାଙ୍କ ପିତୃ ପବିତ୍ର ନଦୀ ଏବଂ ଜଳାଶୟରେ ବୁଡ଼ ପକାଇବା ପାଇଁ ଆକାଶରୁ ଧରାପୃଷ୍ଠକୁ ଓହ୍ଲାଇ ଥାଆନ୍ତି। ଏଣୁ ଏହି ଦିନ ହୋଲି ମନାଇବା ବାର୍ଜିତ ରହିଛି।

ରାମସନ ଗାଁ(ଗୁଜରାଟ)

ଗୁଜରାଟର ବନସକାନ୍ତା ଜିଲାରେ ଥିବା ରାମସନ ଗାଁରେ ବି ବିଗତ ୨୦୦ ବର୍ଷ ହେବ ହୋଲି ଉତ୍ସବ ପାଳନ କରାଯାଇ ନାହିଁ। ପ୍ରଥମେ ଏହି ଗାଁର ନାଁ ରାମେଶ୍ୱର ଥିଲା। ମାନ୍ୟତା ରହିଛି, ଭଗବାନ ରାମ ନିଜ ଜୀବନ କାଳରେ ଥରେ ଏଠାକୁ ଆସିଥିଲେ। କୁହାଯାଏ କି, ଜଣେ ଅହଂକାରୀ ରାଜାଙ୍କ ଦୂରାଚାର ଯୋଗୁ କିଛି ସନ୍ଥ ଏହି ଗାଁକୁ ଉତ୍ସବରେ ବେରଙ୍ଗ ରହିବା ପାଇଁ ଅଭିଶାପ ଦେଇଥିଲେ। ସେବେଠାରୁ ଏଠାରେ ହୋଲି ପାଳନର ପ୍ରଥା ବନ୍ଦ ପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.