ସାମ୍ନାକୁ ଆସିଲା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହୀରାମଣ୍ଡି’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କ’ଣ ରହିଛି ଷ୍ଟୋରି

ନିର୍ମାତାମାନେ ‘ହୀରାମଣ୍ଡି’ ୱେବ୍ ସିରିଜର ଅନେକ ଝଲକ ଦେଖାଇ ସାରିଛନ୍ତି, କିନ୍ତୁ ରିଲିଜ୍ ଡେଟ୍‌ ବିଷୟରେ କୌଣସି ସୂଚନା ଦେଇନଥିଲେ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ସିରିଜ୍ କେବେ ରିଲିଜ୍ ତାକୁ ନେଇ ଅପେକ୍ଷାରେ ଥିଲେ । ବର୍ତ୍ତମାନ ଶେଷରେ ନିର୍ମାତାମାନେ ଏହାର ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି ।

ସଞ୍ଜୟ ଲୀଲା ଭଂସାଲୀଙ୍କ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ପାଇଁ ଲୋକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ନିର୍ମାତାମାନେ ୱେବ୍ ସିରିଜର ଅନେକ ଝଲକ ଦେଖାଇ ସାରିଛନ୍ତି, କିନ୍ତୁ ରିଲିଜ୍ ଡେଟ୍‌ ବିଷୟରେ କୌଣସି ସୂଚନା ଦେଇନଥିଲେ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଏହି ସିରିଜ୍ କେବେ ରିଲିଜ୍ ତାକୁ ନେଇ ଅପେକ୍ଷାରେ ଥିଲେ । ତେବେ କିଛି ଦିନ ହେବ ସୋସିଆଲ ମିଡିଆରେ #HeeramandiKabReleaseHogi ମଧ୍ୟ ଟ୍ରେଣ୍ଡ ଜାରି ରଖିଥିଲେ । ବର୍ତ୍ତମାନ ଶେଷରେ ନିର୍ମାତାମାନେ ଏହାର ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି । ଏପରି ଭାବେ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ ରିଲିଜ୍ ହେବାକୁ ନେଇ ନିର୍ମାତାମାନେ ସୂଚନା ଦେଇଛନ୍ତି ।

ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ ମୁମ୍ବାଇର ମହାଲକ୍ଷ୍ମୀ ରେସ୍ କୋର୍ସ ଉପରେ ଏକ ଗ୍ରାଣ୍ଡ ଡ୍ରୋନ୍ ସୋ’ରେ ନେଟଫ୍ଲିକ୍ସ ରେ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରିଲିଜ୍ ଡେଟ୍‌ ଘୋଷଣା କରିଛନ୍ତି । ତେବେ ସୂଚନା ମିଳିଛି ଯେ ୱେବ୍ ସିରିଜ୍ ମେ ୧, ୨୦୨୪ ରେ ପ୍ରିମିୟର୍ ହେବ । ତେବେ ‘ହୀରାମଣ୍ଡି’ରେ ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚଢା,ସଞ୍ଜୀଦା ଶେଖ ଏବଂ ଶର୍ମନ ଶେହଗଲ ନଜର ଆସିବେ । ଏହାର ରିଲିଜ୍ ଡେଟ୍‌ ଘୋଷଣା କରିବାକୁ ୧୦୦୦ ଡ୍ରୋନ୍‌ର ବ୍ୟବହାର କରାଯାଇଥିଲା, ଯାହା ଏକ ଖାସ୍‌ ମୁହୂର୍ତ୍ତ ହୋଇଥିଲା । ପ୍ରିମିୟର ଡେଟ୍‌ ଘୋଷଣା କରି ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀ କହିଛନ୍ତି, ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ନେଟଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି । ତେବେ ଏହି ଗ୍ରାଣ୍ଡ ଡ୍ରୋନ୍ ସୋ’ ସବୁ ଠାରୁ ଭିନ୍ନ ଭାବେ ସମସ୍ତଙ୍କ ସାମ୍ନାକୁ ଆସିଛି ।

ତେବେ ସଞ୍ଜୟ ଲୀଲା ଭଂସାଲୀ ତାଙ୍କ ସିରିଜରେ ‘ହୀରାମଣ୍ଡି’ ସେକ୍ସ ୱାର୍କରଙ୍କ କାହାଣୀ ଦେଖାଇବେ, ଯେଉଁମାନେ ‘ହୀରାମଣ୍ଡି’ ନାମକ ଏକ ସ୍ଥାନରେ ରହୁଛନ୍ତି । ଟିଜରରେ ଦେଖାଯାଇଥିବା ଲୁକ ଅନୁଯାୟୀ, କାହାଣୀଟି ସ୍ୱାଧୀନତା ସଂଗ୍ରାମ ସମୟରେ । ଏହି ୱେବ ସିରିଜରେ, ସ୍ୱାଧୀନତା ସଂଗ୍ରାମ ମଧ୍ୟରେ ସେକ୍ସ ୱାର୍କରଙ୍କ ସଂଘର୍ଷ ଦେଖାଇବାକୁ ଚେଷ୍ଟା କରାଯାଇଛି । ତେବେ ଏହି ସିରିଜ୍‌ରେ ଅଦିତି ରାଓ ହାଇଦରୀ, ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନା, ରିଚା ଚାଢା, ସଞ୍ଜୀଦା ଶେଖ ଏବଂ ଶର୍ମନ ସହଗଲ ମୁଖ୍ୟ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.