ଆର୍‌ଓର ବିଶୁଦ୍ଧ ପାଣି ପିଉଥିଲେ ସାବଧାନ! ବିଶେଷଜ୍ଞ କଲେ ଆଶ୍ଚର୍ଯ୍ୟକର ଖୁଲାସା

ସମସ୍ତେ ଜାଣନ୍ତି ଯେ ଆର୍‌ଓର ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ । ଏହି କାରଣରୁ ଆମେ ଘରେ ଦାମୀ ଓ୍ଵାଟର ପ୍ୟୁରିଫାୟର (ଆର୍‌ଓ) ଲଗାଇଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶେଷଜ୍ଞମାନେ ଆର୍‌ଓ ପାଣି ପିଇବାକୁ ମନା କରିଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି ସେମାନେ କହିଛନ୍ତି ।

ଭାରତର ଅଧିକାଂଶ ଲୋକ ନିଜ ଘରେ ସ୍ୱଚ୍ଛ ପାଣି ପାଇଁ ଆର୍‌ଓ ବା ଓ୍ଵାଟର ପ୍ୟୁରିଫାୟର ଲଗାଉଛନ୍ତି । ସମସ୍ତେ ଜାଣନ୍ତି ଯେ ଆର୍‌ଓର ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ । ଏହି କାରଣରୁ ଆମେ ଘରେ ଦାମୀ ଓ୍ଵାଟର ପ୍ୟୁରିଫାୟର (ଆର୍‌ଓ) ଲଗାଇଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବିଶେଷଜ୍ଞମାନେ ଆର୍‌ଓ ପାଣି ପିଇବାକୁ ମନା କରିଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ବୋଲି ସେମାନେ କହିଛନ୍ତି ।

ନିକଟରେ ଏ ନେଇ ଆୟୋଜିତ ଏକ ସେମିନାରରେ ବିଶେଷଜ୍ଞ କହିଛନ୍ତି ଯେ ଓ୍ଵାଟର ପ୍ୟୁରିଫାୟରରେ ଆମେ ପାଣି ପରିଷ୍କାର କରିବା ବେଳେ ଏହି ପ୍ରକ୍ରିୟାରେ କେବଳ ପାଣିର ମଇଳା ସଫା ହୁଏ ନାହିଁ ବରଂ ପାଣିରେ ଥିବା ଖଣିଜ ପଦାର୍ଥ ମଧ୍ୟ ନଷ୍ଟ ହୋଇଯାଇଥାଏ । ଏଭଳି ସ୍ଥିତିରେ ଆର୍‌ଓ ପାଣି ଶରୀରକୁ ଗଲେ ତାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଅର୍ଥାତ୍‌ ଆର୍‌ଓର ପାଣିକୁ ଦୀର୍ଘ ସମୟ ଯାଏଁ ସେବନ କରିବା ଯାଏଁ ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇପାରେ ।

ବିଶେଷଜ୍ଞଙ୍କ ମତରେ ୧ ଲିଟର ପ୍ୟୁରିଫାଏ ହୋଇଥିବା ପାଣିରେ ଅତିକମ୍‌ରେ ୨୦୦ରୁ ୨୫୦ ମିଲିଗ୍ରାମ ପୋଷକ ତତ୍ତ୍ୱ ମିଶି ରହିଥାଏ । ଯଦି ଏହି ପୋଷକ ତତ୍ତ୍ୱଯୁକ୍ତ ପାଣି ପିଉଥାନ୍ତି, ତେବେ ଶରୀରକୁ କ୍ୟାଲ୍‌ସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ଭଳି ଜରୁରୀ ଖଣିଜ ମିଳିଥାଏ ।

ଏଣୁ ବିଶେଷଜ୍ଞମାନେ କୁହନ୍ତି ଯେ ଓ୍ଵାଟର ପ୍ୟୁରିଫାୟର ‘ଆର୍‌ଓ’ ପାଣି ବଦଳରେ ପାଣିକୁ ଫୁଟାଇ ପିଇପାରିବେ । ଏହା ଦ୍ୱାରା ପୋଷକ ତତ୍ତ୍ୱ ମଧ୍ୟ କମି ନ ଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.