ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପିଟିସନ ଖାରଜ, ଶୁଣାଣି କରିବାକୁ ମନା କଲେ ଦିଲ୍ଲୀ ହାଇକୋର୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍‌ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପଦରୁ ହଟାଇବା ପିଟିସନ ହାଇକୋର୍ଟରେ ଖାରଜ ହୋଇଛି । କେଜ୍ରିଓ୍ଵାଲଙ୍କୁ ସିଏମ୍‌ ପଦରୁ ହଟାଇବାକୁ ଦାବି କରୁଥିବା ପିଆଇଏଲ୍‌ (PIL) ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । ଆବେଦନ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ କହିଛନ୍ତି, ଏମିତି କୌଣସି ସାମ୍ବିଧାନିକ ବାଧ୍ୟତା ନାହିଁ ଯେ ଅରବିନ୍ଦ କେଜ୍ରିୱାଲ ତାଙ୍କ ପଦରେ ଜାରି ରହିପାରିବେ ନାହିଁ ।

ହାଇକୋର୍ଟ କହିଛନ୍ତି, ଏହା କାର୍ଯ୍ୟପାଳିକା ସହ ଜଡିତ ମାମଲା । ଦିଲ୍ଲୀ ଉପରାଜ୍ୟପାଳ ଏହି ମାମଲା ଉପରେ ଦୃଷ୍ଟି ଦେବେ ଏବଂ ପରେ ସେ ଏହାକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବେ । ଏହି ମାମଲାରେ କୋର୍ଟଙ୍କର କୌଣସି ଭୂମିକା ନାହିଁ ।

କେଜ୍ରିୱାଲଙ୍କୁ ସିଏମ ପଦରୁ ହଟାଇବା ପାଇଁ ଦିଲ୍ଲୀର ନିବାସୀ ସୁରଜିତ ସିଂ ଯାଦବ ଆବେଦନ କରିଥିଲେ । ସେ କହିଛନ୍ତି ଯେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ସାର୍ବଜନିକ ପଦରେ ରହିବାର ଅନୁମତି ମିଳିବା ଉଚିତ୍‌ ନୁହେଁ । ସେ କହିଛନ୍ତି, କେଜ୍ରିୱାଲ ପଦରେ ରହିଲେ କେବଳ ଆଇନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବ ନାହିଁ, ବରଂ ନ୍ୟାୟ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହେବ ଏବଂ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ନଷ୍ଟ ହୋଇଯିବ ।

କହି ରଖୁଛୁ, ମାର୍ଚ୍ଚ ୨୧ରେ ଇଡି ଦିଲ୍ଲୀ ମଦ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଆଜି କେଜ୍ରିୱାଲଙ୍କ ୬ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ଇଡି ତାଙ୍କୁ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.