ନିର୍ବାଚନ ଲଢିବାକୁ ମୋ ପାଖରେ ପଇସା ନାହିିଁ : ନିର୍ମଳା ସୀତାରମଣ

ନିର୍ମଳା ସୀତାରମଣ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି । ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ । ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ସମସ୍ୟା ରହିଛି । ତେଣୁ ମୁଁ ମନା କରି ଦେଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭା ନିର୍ବାଚନ ଲଢିବା ପାଇଁ ବିଜେପିର ପ୍ରସ୍ତାବକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଯେଉଁ ଭଳି ପାଣ୍ଠି ଦରକାର ତାହା ନଥିବାରୁ ବେଶ ବିନମ୍ରର ସହ ସେ ଦଳର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ରହିବା ପାଇଁ ବିକଳ୍ପ ଦିଆଯାଇଥିଲା ।

ଏକ କାର୍ଯ୍ୟକ୍ରମ ସମୟରେ ନିର୍ମଳା ସୀତାରମଣ କହିଛନ୍ତି, “ପ୍ରସ୍ତାବ ମିଳିବା ପରେ ମୁଁ ପ୍ରାୟ ୭ରୁ ୧୦ ଦିନ ଚିନ୍ତା କରିଥିଲି । ନିର୍ବାଚନ ଲଢ଼ିବା ପାଇଁ ଆବଶ୍ୟକ ଟଙ୍କା ମୋ ପାଖରେ ନାହିଁ । ଆନ୍ଧ୍ର ପ୍ରଦେଶ ହେଉ କିମ୍ବା ତାମିଲନାଡୁରେ ମୋର ମଧ୍ୟ ସମସ୍ୟା ରହିଛି । ତେଣୁ ମୁଁ ମନା କରି ଦେଇଛି । କାରଣ ମୁଁ ଏସବୁ କରିପାରିବି ନାହିଁ । ତେଣୁ ମୁଁ ନିର୍ବାଚନ ଲଢ଼ୁ ନାହିଁ ।”

ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି ଅନେକ ରାଜ୍ୟସଭା ସାଂସଦଙ୍କୁ ଟିକେଟ ଦେଇଛି । ଏମାନଙ୍କ ମଧ୍ୟରେ ପୀୟୂଷ ଗୋଏଲ, ଭୂପେନ୍ଦର ଯାଦବ, ରାଜୀବ ଚନ୍ଦ୍ରଶେର, ମନସୁଖ ମାଣ୍ଡଭୀୟ, ଧର୍ମେନ୍ଦ୍ର ପ୍ରଧାନ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ପ୍ରମୁଖ ରହିଛନ୍ତି । ହେଲେ ସୀତାରମଣ ଅନ୍ୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ । ମିଡିଆ କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.