Below header

ସପନା ଚୌଧୁରୀ କଂଗ୍ରେସରେ ଯୋଗ ଦେବା ପାଇଁ ରଖିଥିଲେ ଏହି ସର୍ତ୍ତ, ଜାଣନ୍ତୁ କଣ ?

ହରିୟାଣର ଡ୍ୟାନ୍ସର ଏବଂ ବିଗ୍ ବସର ଫେମ୍ ସପନା ଚୌଧୁରୀ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ସପନା ବିଗତ ଦେଢ ମାସ ଧରି କଂଗ୍ରେସ ସମ୍ପର୍କରେ ରହିଆସିଛନ୍ତି। ରିପୋର୍ଟ ଅନୁଯାୟୀ ସପନା ଚୌଧୁରୀ କଂଗ୍ରେସ ଦଳ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ, ଯାହା ପାଇଁ ସେ ବର୍ତ୍ତମାନ ପର୍ଯ୍ୟନ୍ତ କଂଗ୍ରେସ ଦଳରେ ସାମିଲ ହୋଇ ପାରିନାହାନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ସପନା ଏମିତି କି ସର୍ତ୍ତ ରଖିଥିଲେ ଯେ, ଯାହାକୁ କଂଗ୍ରେସ ଦେଢ ମାସ ବିତି ଯିବା ପରେ ମଧ୍ୟ ପାର୍ଟିରେ ସାମିଲ କରିବାକୁ ରାଜି ହୋଇନାହିଁନ୍ତି।

Sapna-Chaudhary-is-supporting-Congress

ରିପୋର୍ଟ ଅନୁଯାୟୀ ସେ କହିଥିଲେ କି , ଯଦି ତାଙ୍କୁ  କଂଗ୍ରେସ ଦଳ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦିଆଯାଏ ତେବେ ସେ ପାର୍ଟିରେ ଯୋଗ କରିବେ ଅଥବା ନାହିଁ। ତେବେ ଏନେଇ ବର୍ତ୍ତମାନ କଂଗ୍ରେସ ସପନାଙ୍କୁ ମଥୁରାରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି କରୁଛି ବୋଲି ଜଣାପଡିଛି। ସପନାଙ୍କର ୟୁପି ଏବଂ ବିହାରରେ ଅନେକ ଲୋକପ୍ରିୟତା ରହିଥିବା ଦେଖି କଂଗ୍ରେସ ଦଳ ତାଙ୍କୁ ନିର୍ବାଚନରେ ଠିଆ କରିବ ବୋଲି କୁହାଯାଉଛି। ଖବର ଅନୁଯାୟୀ ମଥୁରାରେ ହେମାମାଳିନୀଙ୍କ ବିପକ୍ଷରେ ସପନା ଚୌଧୁରୀ ନିର୍ବାଚନ ଲଢିପାରନ୍ତି।

sapna_join congressସପନା ୨୫ ସେପ୍ଟେମ୍ବର ୧୯୯୦ରେ ରୋହତକର ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ସେ ରୋହତକରୁ ହିଁ ତାଙ୍କ ଶିକ୍ଷା ଆରମ୍ଭ କରିଥିଲେ। ତାଙ୍କ ପିତା ରୋହତକରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ।

୧୨ ବର୍ଷ ବୟସରେ ନିଜ ପିତାଙ୍କୁ ହରାଇଥିବା ସପନା ଚୋଧୁରୀ  ସଂଘର୍ଷ କରି ନିଜ ପରିବାରର ଦେଖାଶୁଣା କରିଛନ୍ତି। ପିତାଙ୍କ ମୃତ୍ଯୁ ପରେ ମା ନିଲମ ଚୌଧୁରୀ ଏବଂ ଭାଇ-ଭଉଣୀଙ୍କ ଦାୟିତ୍ବ ସପନା ନିଜେ ବହନ କରିଥିଲେ। ସେ ସଙ୍ଗୀତ ଏବଂ ନୃତ୍ୟକୁ କେବଳ ନିଜର ଭବିଷ୍ୟତ କରିନଥିଲେ ବରଂ ଏଥିରେ ସେ ନିଜର ପୁରା ପରିବାରର ଦାୟିତ୍ବ ତୁଲାଉଥିଲେ। ହରିୟାଣାର ରୋହତକ ରେ ଜନ୍ମ ଗ୍ରହଣ କରିଥିବା ସପନାଙ୍କୁ ତାଙ୍କ ପ୍ରଥମ ଗୀତ ହିଁ ତାଙ୍କୁ ସୁପରଷ୍ଟାର କରିଦେଇଥିଲା। ଗୋଟିଏ ଗୀତ ଗାଇବା ପରେ ସପନା କେବଳ ହରିୟାଣାରେ ନୁହେଁ ବରଂ ୟୁପି, ରାଜସ୍ଥାନ, ଦିଲ୍ଲୀ ଏବଂ ପଞ୍ଜାବରେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିପାରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.