ଏକା ସାଥିରେ ଦେଖାଗଲେ ମା-ଝିଅ; କରୀନା କପୁରଙ୍କ ଶୋରେ ପହଁଚିଲେ ସାରା ଅଲ୍ଲୀ ଖାନ୍‌, ଦେଖନ୍ତୁ ଭିଡିଓ

ବଲିଉଡ ଆକ୍ଟ୍ରେସ ସାରା ଅଲ୍ଲୀ ଖାନ ଏବଂ କରୀନା କପୁର ନିକଟରେ ରେଡିଓ ଶୋ ସମୟରେ ଦୁହିଁଙ୍କୁ ଏକାସାଥିରେ ନଜର ଆସିଛନ୍ତି। ସାରା ଏବଂ କରୀନାଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଦୁହିଁ ଅଭିନେତ୍ରୀ ସୁଟିଂ ସାରି ବାହାରକୁ ବାହାରୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ କରୀନା କପୁର ଏବଂ ସାରା ଅଲ୍ଲୀ ଖାନ ଦୁହେଁ ଦୁହିଙ୍କୁ ଆଲିଙ୍ଗନ କରୁଥିବାର ଦେଖିବାକୁ ମିଳିଛି। ସାରା ଏବଂ କରୀନାଙ୍କର ଏହି ଭିଡିଓ ଏବେ ଇଣ୍ଟରନେଟରେ ଖୁବ ଧମାଲ ମଚାଉଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ସେଲିବ୍ରିଟି ପେଜ୨ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି। ଦୁହିଁଙ୍କ ଲୁକ୍‌ ମଧ୍ୟ ଜବରଦସ୍ତ ରହିଥିବା ଦେଖିବାକୁ ମିଳୁଛି।

ବହୁତ ଜଲଦି ଅଭିନେତ୍ରୀ ସାରା ଅଲ୍ଲୀ ଖାନ କାର୍ତ୍ତିକ ଆର୍ୟନଙ୍କ ସହିତ ଫିଲ୍ମ ‘ଲଭ୍‌ ଆଜ କଲ’ରେ ନଜର ଆସିବେ। ଏହି ଫିଲ୍ମରେ ଏହି ଯୋଡିଙ୍କୁ ଅନସ୍କ୍ରୀନ ରୋମାନ୍ସ କରୁଥିବା ଦେଖିବାକୁ ମିଳିବ। ସେହିପରି କରୀନାଙ୍କୁ ଶେଷ ଥର ଅକ୍ଷୟ କୁମାରଙ୍କ ସହିତ ଫିଲ୍ମ ଗୁଡ୍‌ ନ୍ୟୁଜରେ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.