Below header

ମୋବାଇଲ ୟୁଜରଙ୍କ ପାଇଁ ଅଶୁଭ ଖବର, ପୁଣି ମହଙ୍ଗା ହେବ ପ୍ରିପେଡ଼ ପ୍ଲାନ

ଜିଓ, ଏୟାର ଟେଲ, ଭୋଡ଼ାଫୋନ ପରି ଟେଲିକମ କମ୍ପାନୀ ମାନ ଗତ ଡିସେମ୍ବର ମାସରେ ନିଜ ନିଜ ପ୍ରିପେଡ଼ ପ୍ଲାନ ଗୁଡିକୁ ଲଞ୍ଚ କରିଥିଲେ । କମ୍ପାନୀର ଏପରି ନୂଆ ନିୟମରେ ଉପଭୋକ୍ତା ମାନଙ୍କୁ ବି ଖୁବ ହଟହଟାର ସାମ୍ନା କରିବାକୁ ପଡିଥିଲା । ତାରିଫ ପ୍ଲାନର ଦର ପୁଣି ଥରେ ବଢ଼ିବ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ସବୁ ଡାଟା ପ୍ଲାନ ଗୁଡିକର ଦର ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢାଯିବାର ସମ୍ଭାବନା ଅଛି । ଅବଶ୍ୟ ଏନେଇ କମ୍ପାନୀ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ।

prepaid plan

ଜିଓର ୧୪୯ ଟଙ୍କିଆ ପ୍ଲାନ;

ଯଦି ତାରିଫ ପ୍ଲାନକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଯାଏ ତେବେ ଏହି ପ୍ଲାନର ଦର ବଢି ୧୯୩ ଟଙ୍କା ହେବ । ସୁବିଧା କଥା କହିଲେ ପ୍ରତିଦିନ ୧ ଜିବି ଡାଟା ମିଳିବା ସହ ଜିଓ ରୁ ଜିଓକୁ ଅନଲିମିଟେଡ଼ କଳିଙ୍ଗ, ଅନ୍ୟ ନେଟୱର୍କ ପାଇଁ ୩୦୦ ମିନିଟ ଏଫୟୁବି ମିନିଟର ମଧ୍ୟ ସୁବିଧା ମିଳିପାରିବ । ଏସବୁ ସହ ଗ୍ରାହକଙ୍କୁ ୧୦୦ ଏସଏମଏସ, ପ୍ରିମିୟମ ଆପ୍ସରେ ମାଗଣା ସବସ୍କ୍ରିପସନ ସହ ୨୪ ଦିନର ବୈଧତା ମଧ୍ୟ ମିଳିପାରିବ ।

prepaid plan

ଏୟାରଟେଲର ୨୧୯ ଟଙ୍କିଆ ପ୍ଲାନ ;

ଯଦି ୩୦ ପ୍ରତିଶତ ବଢ଼ାଯାଏ ତେବେ ଏହାର ଦର ବଢି ୨୮୪ ଟଙ୍କା ହୋଇଯିବ । ଗ୍ରାହକଙ୍କୁ ଅତିରିକ୍ତ ପ୍ରାୟ ୬୫.୭ ଟଙ୍କା ଦେବାକୁ ପଡିବ । ଏହା ବାଦ ୟୁଜର ମାନଙ୍କୁ ପ୍ରତିଦିନ ୧ ଜିବି ଡାଟା, ୧୦୦ ଏସଏମଏସ ଅନଲିମିଟେଡ଼ କଲିଙ୍ଗର ସୁବିଧା ଉପଲବ୍ଧ ରହିଛି । ଏଥିରେ ପ୍ରିମିୟମ ସବସ୍କ୍ରିପସନର ସୁବିଧା ରହିବା ସହ ବୈଧତା ରହିବ ୨୮ ଦିନ ।

preapaid plan

ଭୋଡ଼ାଫୋନ- ଆଇଡ଼ିଆର ୧୯୯ ଟଙ୍କିଆ ପ୍ଲାନ :

ଏହି ପ୍ଲାନରେ ତାରିଫ ଦର ଯଦି ୩୦ ପ୍ରତିଶତ ବଢେ ତେବେ ଏହାର ମୂଲ୍ୟ ବଢି ୨୫୮ ଟଙ୍କା ହୋଇଯିବ । ଏଥିରେ ମଧ୍ୟ ୟୁଜର ମାନଙ୍କୁ ୧ ଜିବି ଡାଟା, ୧୦୦ ଏସଏମଏସ ସମେତ କୌଣସି ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ କରିପାରିବେ । ମାଗଣାରେ ପ୍ରିମିୟମ ଆପ ଗୁଡିକର ସବସ୍କ୍ରିପସନ ମିଳିବା ସହ ୨୮ ଦିନର ଅବଧି ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.