ନିର୍ଭୟା ଦୋଷୀ ବିନୟକୁ ଝଟକା, ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନିର୍ଭୟା ଦୋଷୀ ବିନୟର ରାଜକ୍ଷମାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଦେଇଛନ୍ତି । ସୂଚନା ଅନୁଯାୟୀ ନିର୍ଭୟା ଗ୍ୟାଙ୍ଗରେପ କେସରେ ଚାରି ଦୋଷୀଙ୍କ ମଧ୍ୟରୁ ବିନୟର ରାଜକ୍ଷମାକୁ ଆଜି ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି । ବିନୟର ଓକିଲ ଏପି ସିଂ ଗତ ବୁଧବାର ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଅପିଲ କରିଥିଲେ ତେବେ ବିନୟର କ୍ୟୁରେଟିଭ ପିଟିସନକୁ ମଧ୍ୟ ପୂର୍ବରୁ ସୁପ୍ରିମକୋର୍ଟ ଖାରଜ କରିସାରିଛି ।

Image result for nirbhaya case convict vinay"

ଏହା ପୂର୍ବରୁ ରାଷ୍ଟ୍ରପତି ଦୋଷୀ ମୁକେଶର ରାଜକ୍ଷମାକୁ ଖାରଜ କରିସାରିଛନ୍ତି । ବର୍ତ୍ତମାନ ବିନୟର ରାଜକ୍ଷମାକୁ ରାଷ୍ଟ୍ରପତି ଖାରଜ କରିଦେଇଛନ୍ତି ବୋଲି ତିହାର ଜେଲ ପ୍ରଶାସନକୁ ପଟିଆଲା ହାଉସ କୋର୍ଟରେ କହିବାକୁ ପଡିବ, ଯାହାଦ୍ୱାରା ଚାରିଜଣ ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ନୂଆ ଡେଥ ୱାରେଣ୍ଟ ଜାରି କରାଯାଇପାରିଵ । ଯଦିଓ ରାଜକ୍ଷମା ଖାରଜ ହେବାପରେ ବିନୟ ପାଖରେ ବର୍ତ୍ତମାନ ଆଉ ଏକ ବିକଳ୍ପ ରହିଛି ମୁକେଶ ଭଳି ସେ ମଧ୍ୟ କୋର୍ଟରେ ଚ୍ୟାଲେଞ୍ଜ ପିଟିସନ ଦାୟର କରିପାରିବ ।

Image result for nirbhaya-case-convict-vinay-mercy-plea-rejected-by-president-ramnath-kovind"

ଟଳିଲା ଫାଶୀଙ୍କ ଦୋଷୀ

ଶୁକ୍ରବାର ପଟିଆଲା ହାଉସ କୋର୍ଟ ଚାରି ଅଭିଯୁକ୍ତଙ୍କ ଫାଶୀକୁ ପୁଣିଥରେ ଘୁଞ୍ଚାଇ ଦେଇଛନ୍ତି । ଯଦିଓ ଆଜି ସକାଳୁ ବା ଫେବୃୟାରୀ ୧ ତାରିଖ ସକାଳ ୬ଟା ସମୟରେ ଉକ୍ତ ଚାରିଜଣଙ୍କୁ ଫାଶୀ ଦିଆଯିବା ପାଇଁ ଡେଥ ୱାରେଣ୍ଟ ଜାରି ହୋଇସାରିଥିଲା । ତେବେ କୋର୍ଟର ଆଗାମୀ ଆଦେଶ ପର୍ଯ୍ୟନ୍ତ ଫାଶୀ ଉପରେ ରୋକ ଲଗାଇ ଦିଆଯାଇଛି । କୋର୍ଟ ଫାଶୀ ଟାଳିବା ପାଇଁ ନିୟମ ‘836’ର ସାହାରା ନେଇଥିଲା ଯାହା କହିଥାଏ କି ଯଦି ଦୋଷୀର ରାଜକ୍ଷମା ବିଚାରାଧୀନ ଅଛି ତାହେଲେ ଦୋଷୀକୁ ଫାଶୀ ଦିଆଯାଇପାରିବ ନାହିଁ । ତେବେ ଏହି ନିଷ୍ପତ୍ତି ଆଡିସନାଲ ସେସନ ଜଜ ଧର୍ମେନ୍ଦ୍ର ରାଣା ଶୁଣାଇଥିଲେ ।

କୋର୍ଟର ନିଷ୍ପତ୍ତି ପରେ ନିର୍ଭୟାଙ୍କ ମା ଆଶାଦେବୀ ନିଜର ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି ‘ଦୋଷୀଙ୍କ ଓକିଲ ଏପି ସିଂ ମୋତେ ଚ୍ୟାଲେଞ୍ଜ କରିଛନ୍ତି ଯେ ଦୋଷୀମାନଙ୍କୁ ଫାଶୀ ଦିଆଯିବ ନାହିଁ କିନ୍ତୁ ମୁଁ ମୋ ଲଢେଇ ଜାରି ରଖିବି ଆଉ ସରକାରଙ୍କୁ ଦୋଷୀମାନଙ୍କୁ ଫାଶୀ ଦେବାକୁ ପଡିବ ।’ ଦ୍ଵିତୀୟଥର ପାଇଁ ନିର୍ଭୟା ଦୋଷୀଙ୍କ ଫାଶୀକୁ ଟାଳି ଦିଆଯାଇଛି । ଏହା ପୂର୍ବରୁ ଜାନୁଆରୀ ୨୨ ତାରିଖରେ ମଧ୍ୟ ଦୋଷୀମାନଙ୍କୁ ଫାଶୀ ଦିଆଯିବା ପାଇଁ ଡେଥ ୱାରେଣ୍ଟ ଜାରି କରାଯାଇଥିଲା କିନ୍ତୁ ପରେ ଏହାକୁ ଟାଳି ଦିଆଯାଇଥିଲା ।

Leave A Reply

Your email address will not be published.