Below header

ବଜେଟ୍‌ ଉପସ୍ଥାପନ ବେଳେ ନିର୍ମଳା ସୀତାରମଣ କାହିଁକି ପିନ୍ଧିଲେ ହଳଦି ରଙ୍ଗର ଶାଢ଼ି ?

ନୂଆଦିଲ୍ଲୀ : ଏବେ ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ତେବେ ବାହାରେ ଚର୍ଚ୍ଚା ତାଙ୍କର ହଳଦିଆ ଶାଢ଼ିକୁ ନେଇ । ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ସେ କାହିଁକି ହଳଦି ରଙ୍ଗର ଶାଢ଼ି ପିନ୍ଧିଛନ୍ତି । ଆଜି ନିର୍ଦ୍ଦିଷ୍ଟ ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଆସି ପହଞ୍ଚିଥିଲେ ଦେହରେ ହଳଦିଆ ଶାଢ଼ି ସାଙ୍ଗକୁ ହାତରେ ଥିଲା ଲାଲ ବଜେଟ୍‌ର ଫାଇଲ । ଯେତେବେଳେ ସେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟ ସହଯୋଗୀଙ୍କ ସହ ଫଟୋ ଉଠାଇଲେ ସଂଗେ ସଂଗେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ହଳଦି ରଙ୍ଗ ସୁଖ ସମୃଦ୍ଧିର ପ୍ରତୀକ ବୋଲି ନିର୍ମଳା ସୀତାରମଣ ଏହି ରଙ୍ଗର ଶାଢ଼ି ପିନ୍ଧିଛନ୍ତି ବୋଲି ଚର୍ଚ୍ଚା ହେଉଛି ।
ବଜେଟ୍‌ ଉପସ୍ଥାପନ ପୂର୍ବରୁ ଯେତେବେଳେ ସେ ଫାଇଲ୍‌କୁ ବସ୍ତା ଭିତରୁ କାଢୁଥିଲେ ସେତେବେଳ ତାଙ୍କ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସହାୟତା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.