ବିଗ୍ ବସ୍ ଘରର ଝଗଡା ଦେଖୁଥିବା ଦର୍ଶକ, ଏବେ ଘର ଭିତରର ଏହି ୧୦ ସିକ୍ରେଟ୍ ବି ଜାଣିନିଅନ୍ତୁ

ସୁରଭି ରାଣାଙ୍କ ଏଣ୍ଟ୍ରି ପରେ ଉଷ୍ମ ହୋଇ ଯାଇଛି ବିଗ୍ ବସ୍ ଘର । ଆସିବା ଦିନଠାରୁ ପ୍ରତିଦିନ କାହା ନା କାହା ସହ ତାଙ୍କର ଝଗଡା ହେଉଛି । ଅନ୍ୟପଟେ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ବିଗ୍ ବସର ସିକ୍ରେଟ୍ ଘରକୁ ପଠାଇଦିଆଯାଇଛି, ଯେଉଁଠାରୁ ସେ ଘରେ ଥିବା ଅନ୍ୟ ପ୍ରତିଯୋଗୀଙ୍କ ଉପରେ ନଜର ରଖିପାରିବେ । ଖାସ୍ କରି ନିଜ ପାର୍ଟନର୍ ଜସଲିନଙ୍କ ଉପରେ । ବିଗ୍ ବସର ତାଜା ଅପଡେଟ୍ ତ ଆପଣଙ୍କୁ ମିଳିଗଲା । ଏବେ କିଛି ଗୁପ୍ତ ରହସ୍ୟ ବି ଜାଣିନିଅନ୍ତୁ । ଯାହା ବିଷୟରେ ଆପଣ କେବେ ଶୁଣି ନଥିବେ ।

– ୱିକେଣ୍ଡ କା ବାର୍ ଏପିସୋଡରେ ପ୍ରତିଯୋଗୀଙ୍କ ସ୍ପେଶାଲ୍ ଖାଦ୍ୟ ଆସିଥାଏ । ତାହା ବି ସୋର ହୋଷ୍ଟ ସଲମାନଙ୍କ ଘରୁ । ଯାହାକୁ ବନାଇଥାନ୍ତି ଭାଇଜାନଙ୍କ ପର୍ସନାଲ୍ କୁକ୍ ।

– ଅନେକ ଲୋକ କୁହନ୍ତି ବିଗ୍ ବସ୍ ଘରେ ମଦ ମିଳିଥାଏ । କିନ୍ତୁ ଏହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

bigg boss – ଯଦି କୌଣସି ପ୍ରତିଯୋଗୀ ସୋକୁ ଅଧାରୁ ଛାଡି ଯିବାକୁ ଚାହିଁବ ତେବେ ୨ କୋଟି ଟଙ୍କା ଜରିମାନା ଦେବାକୁ ପଡିବ ।

– ସୋରେ ଏଣ୍ଟ୍ରି କରିବା ସମୟରେ ପ୍ରତିଯୋଗୀଙ୍କୁ ଦୁଇଟି ବ୍ୟାଗ୍ ଦିଆଯାଇଥାଏ । ସେଥିରେ ହିଁ ସେମାନଙ୍କୁ ନିଜର ସବୁ ଜିନିଷ ରଖିବାକୁ ପଡିବ ।

– ବିଗ୍ ବସ୍ ଘରେ ସକାଳୁ ଶୋଇକି ଉଠିବାର କୌଣସି ସମୟ ନଥାଏ । ସବୁ ସୋର ସୁଟିଂ ଉପରେ ନିର୍ଭର କରିଥାଏ ।

big boss– ସେମିତି ତ ବିଗ୍ ବସ୍ ଘର ସଫା କରିବା ପ୍ରତିଯୋଗୀଙ୍କ ଉପରେ ଥାଏ । କିନ୍ତୁ ଅନେକ ସମୟରେ ରାତିରେ କ୍ଲିନର୍ ଆସି ଘର ସଫା କରିଯାଇଥାନ୍ତି । ଯାହା ଫଳରେ ଟିଭିରେ ଘର ଅପରିସ୍କାର ନଦେଖାଯିବ ।

– ବିଗ୍ ବସ୍ ଘରର କ୍ରୁ ମେମ୍ବର୍ସ ପ୍ରତିଯୋଗୀଙ୍କ ଆଖପାଖରେ ଥାନ୍ତି । କିନ୍ତୁ କାହାକୁ ସେମାନେ ଦେଖାଯାଆନ୍ତିନି ।

– ଶନିବାର ସୁଟିଂ ହୋଇନଥାଏ । ସେଦିନ ଘରର ସଦସ୍ୟ ପାର୍ଲର୍ ଯାଇଥାନ୍ତି କିମ୍ବା ଆରାମ କରିଥାନ୍ତି ।

crue– ସୋ ର ପ୍ରିମିୟରର ପୂର୍ବରୁ ପ୍ରତିଯୋଗୀଙ୍କ ଚେହେରା କାହାକୁ ଦେଖା ନଯାଉ ସେଥିପାଇଁ ସେମାନଙ୍କ ମୁହଁରେ ମାସ୍କ ଏବଂ ଆଖିରେ ପଟି ବନ୍ଧା ଯାଇ ଭ୍ୟାନିଟି ଯାଏ ନିଆଯାଇଥାଏ ।

– ବିଗ୍ ବସ୍ ଘର ଭିତରକୁ ଟୋପି, ଘଂଟା, ବହି ଏବଂ ସନଗ୍ଲାସ୍ ନେଇପାରିବେନି ପ୍ରତିଯୋଗୀ ।

ଏହି ରହସ୍ୟକୁ ରହସ୍ୟ ରଖନ୍ତୁ ନାହିଁ । ବିଗ୍ ବିସ୍ ଦେଖୁଥିବା ଆପଣଙ୍କ ସାଙ୍ଗଙ୍କୁ ନିଶ୍ଚୟ ଟ୍ୟାଗ୍ କରନ୍ତୁ ।

Leave A Reply

Your email address will not be published.