‘ପଠାନ୍’ର ସଫଳତା ପରେ ନିଜକୁ ଗିଫ୍ଟ ଦେଲେ ଶାହରୁଖ, କିଣିଲେ ଭାରତରେ ବିକ୍ରି ହେଉଥିବା ସବୁଠୁ ଦାମୀ କାର୍

କିଙ୍ଗ୍ ଖାନଙ୍କ ନୁଆ ଷ୍ଟାଇଲିସ୍ ଏସୟୁଭିର ମୂଲ୍ଯ ୧୦ କୋଟି ଟଙ୍କା। ବର୍ତ୍ତମାନ ସମୟରେ ଭାରତରେ ବିକ୍ରି ହେଉଥିବା ଏହା ହେଉଛି ସବୁଠୁ ଦାମୀ କାର୍। ଶାହାରୁଖଙ୍କ ଫ୍ଯାନ୍ ପେଜରେ ତାଙ୍କ ନୂଆ କାରର ଭିଡିଓ ସେୟାର କରାଯାଇଛି।

ଭାରତୀୟ ବକ୍ସ ଅଫିସରେ ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ ପଠାନ’ ଅଟକିବାର ନା ନେଉନାହିଁ । ଚାରିଆଡେ ଏହାର କ୍ରେଜ ଦିନକୁ ଦିନ ବଢିବାରେ ଲାଗିଛି।  ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍ ୪ ବର୍ଷ ପରେ ବଡ ପରଦାକୁ ଫେରିବା ପରେ ଏବେ ଗୋଟେ ପରେ ଗୋଟେ ଧମାକା କରିଚାଲିଛନ୍ତି। ତାଙ୍କ ମୁଭି ପଠାନ୍ ଜାନୁଆରୀ ୨୫ ତାରିଖରେ ରିଲିଜ୍ ହୋଇଥିଲା ଏବଂ ଫିଲ୍ମଟି ସବୁ ରେକର୍ଡ ଭାଙ୍ଗିଥିଲା।  ଶାହରୁଖ, ଦୀପିକା ପାଦୁରକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନିତ ଏହି ଫିଲ୍ମ ୱାଲର୍ଡ ବକ୍ସ ଅଫିସରେ ୧ ହଜାର କୋଟି ଟଙ୍କାର ଆୟ କରିସାରିଛି।

ରିପୋର୍ଟ ଅନୁସାରେ ଏହି ସଫଳତାକୁ ସେଲିବ୍ରେଟ୍ କରିବା ପାଇଁ ଶାହାରୁଖ ରଲ୍ସ- ରୟସ କଲିନନ ବ୍ଳାକ୍ ବ୍ଯାଜ୍ ନିଜକୁ ଗିଫ୍ଟ କରିଛନ୍ତି। ଶାହାରୁଖଙ୍କ ପାଖରେ ପୂର୍ବରୁ ହିଁ ଅନେକ ଲଗଜରୀ ଗାଡି ରହିଛି। ଏବେ ଏହି କାର୍ ତାଙ୍କର କଲେକ୍ସନରେ ସାମିଲ୍ ହୋଇଛି।

କିଙ୍ଗ୍ ଖାନଙ୍କ ନୁଆ ଷ୍ଟାଇଲିସ୍ ଏସୟୁଭିର ମୂଲ୍ଯ ୧୦ କୋଟି ଟଙ୍କା। ବର୍ତ୍ତମାନ ସମୟରେ ଭାରତରେ ବିକ୍ରି ହେଉଥିବା ଏହା ହେଉଛି ସବୁଠୁ ଦାମୀ କାର୍। ଶାହାରୁଖଙ୍କ ଫ୍ଯାନ୍ ପେଜରେ ତାଙ୍କ ନୂଆ କାରର ଭିଡିଓ ସେୟାର କରାଯାଇଛି। ପଠାନ୍ ପରେ ଶାହାରୁଖ ଏବେ ଯବାନ୍ ରେ ନଜର ଆସିବେ। ବର୍ତ୍ତମାନ ସେ ଏହି ଫିଲ୍ମର ସୁଟିଂରେ ବ୍ଯସ୍ତ ଅଛନ୍ତି। ଫିଲ୍ମରେ ନୟନତାରା,ସୁନୀଲ୍ ଗ୍ରୋବର ଏବଂ ସାନ୍ଯା ମଲହୋତ୍ରା ମଧ୍ଯ ନଜର ଆସିବେ।