ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ କିଙ୍ଗ ଖାନଙ୍କ ନାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଉନ୍ମୋଚନ

ବଲିଉଡର କିଙ୍ଗ ଖାନ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। ଅନେକ ସମୟ ଧରି, ତାଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇନଥିଲା, କିନ୍ତୁ ବେଳେବେଳେ ଶାହରୁଖ କିଛି ବିଜ୍ଞାପନ, ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ। ଏବେ ପୁଣି ଥରେ ଶାହରୁଖ ଆଲୋଚନାର ବିଷୟ ପାଲଟିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଯେଉଁଥିରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହୋଇଛି।

ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଚଳିତ ମାସରେ ସାଇନ୍ ଲାଙ୍ଗୁଏଜ୍ ଡେ’ ଅବସରରେ ଏହି ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀ ଲଞ୍ଚ କରିଥିଲେ। ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିବା ପାଇଁ ପିଏମ ମୋଦିଙ୍କ ଦ୍ୱାରା ଏହି ଡିକ୍ସିନାରୀ ଲଞ୍ଚ କରାଯାଇଥିଲା। ଯେଉଁଥିରେ ବର୍ତ୍ତମାନ କିଙ୍ଗ ଖାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ କିଙ୍ଗ ଖାନଙ୍କ ଏଣ୍ଟ୍ରି ହେବା ଶୁଣି ପ୍ରଶଂସକ ବହୁତ ଖୁସି ଅଛନ୍ତି।
ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ ୧୦ ହଜାର ଶବ୍ଦ ଅଛି, ଯେଉଁଥିରେ ଶାହରୁଖଙ୍କ ନାମ ମଧ୍ୟ ଅଛି। ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଏବଂ ଟ୍ରେନିଂ ସେଣ୍ଟର୍ ଏହାର ଏକ ଭିଡିଓ ଜାରି କରିଛି।