ଶାହରୁଖ ଖାନ ଅସୁସ୍ଥ; ସଂକ୍ରମଣ ଯୋଗୁ ବିଗିଡ଼ିଲା ସ୍ୱାସ୍ଥ୍ୟ! Ask Me Anything ସେସନ୍ସରେ କହିଲେ, ‘ମୁଁ କେବଳ ଭାତ, ଡାଲି ଖାଉଛି’

ଫିଲ୍ମ ‘ପଠାନ୍‌’କୁ ନେଇ ବର୍ତ୍ତମାନ ଶାହରୁଖ ଖାନ ଚର୍ଚ୍ଚାରେ ଅଛନ୍ତି। ଗତକାଲି ଅଭିନେତା ନିଜ ଫ୍ୟାନ୍‌ମାନଙ୍କ ସହିତ କଥା ହୋଇଥିଲେ। ଏହି ସମୟରେ ସେ ଫ୍ୟାନ୍‌ମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। Ask Me Anything ସେସନ୍ସରେ କିଙ୍ଗ୍‌ ଖାନ ଖୁଲାସା କରିଥିଲେ କି, ତାଙ୍କୁ ଇନେ୍‌ଫେକ୍ସନ ହୋଇଛି। ଏଥିପାଇଁ ସେ ସ୍ପେଶାଲ ଡାଏଟ୍‌ ଫଲୋ କରୁଛନ୍ତି।

ବର୍ତ୍ତାଳାପ ସମୟରେ ଜଣେ ବ୍ୟକ୍ତି କିଙ୍ଗ୍‌ ଖାନଙ୍କୁ ତାଙ୍କ ଫୁଡ୍‌ ହାବିଟ୍‌ ବିଷୟରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ଅଭିନେତା କହିଥିଲେ, ସଂକ୍ରମଣ କାରଣରୁ ଅଳ୍ପ ଅସୁସ୍ଥ ଅଛି। ଏଥିପାଇଁ ବର୍ତ୍ତମାନ ମୁଁ କେବଳ ଭାତ, ଡାଲି ଖାଉଛି। ଏହି କଥା ଶୁଣିବା ପରେ ବ୍ୟକ୍ତି ଜଣକ ଯଥାଶୀଘ୍ର ଶାହରୁଖ ଖାନଙ୍କ ସୁସ୍ଥତା କାମନା କରିଥିଲେ।

ତେବେ ଶାହରୁଖ ନିଜ ଟ୍ଵିଟ୍‌ରେ ଉଲ୍ଲେଖ କରି ନ ଥିଲେ ଯେ ତାଙ୍କୁ କେଉଁ ସଂକ୍ରମଣ ଏବଂ କିପରି ସଂକ୍ରମଣ ହୋଇଛି। ଇନ୍‌ଫେକ୍ସନରୁ ସୁସ୍ଥ ହେବା ପାଇଁ ସେ ସିମ୍ପଲ୍‌ ଡାଏଟ୍‌ ଫଲୋ କରୁଛନ୍ତି। Ask Me Anything ସେସନ୍ସରେ ଶାହରୁଖ ଖାନ ଫିଫା ଓ୍ଵାର୍ଲ୍ଡ କପ୍‌, ଆଇପିଏଲ୍‌ ମ୍ୟାଚ୍‌ ଏବଂ ପଠାନ୍‌ ଫିଲ୍ମକୁ ନେଇ ଢେର୍‌ ସାରା ବାର୍ତ୍ତାଳାପ କରିଥିଲେ।

shah2
photo: aajtak

ପଠାନ୍‌ର ଫାର୍ଷ୍ଟ ଡେ’ ବକ୍ସ ଅଫିସ୍‌ କଲେକ୍ସନର ଅନୁମାନ ଉପରେ ମଧ୍ୟ କିଙ୍ଗ୍‌ ଖାନ କଥା ହୋଇଥିଲେ। ଏହି ମୁଭିର ପ୍ରଥମ ଗୀତ ‘ବେସରମ୍‌ ରଙ୍ଗ’ ରିଲିଜ୍‌ ହୋଇ ସାରିଛି, ଯେଉଁଥିରେ ଦୀପିକା ପାଦୁକୋନଙ୍କ ସହ ଶାହରୁଖ ଖାନଙ୍କର ଜବରଦସ୍ତ କେମିଷ୍ଟ୍ରୀ ଦେଖିବାକୁ ମିଳିଛି। ଶାହରୁଖ ଖାନ ଖୁଲାସା କରିଥିଲେ କି, ‘ପଠାନ୍‌’ର ଦ୍ୱିତୀୟ ଗୀତ ଅରିଜିତ୍‌ ସିଂ ଗାଇଛନ୍ତି।

ତାଙ୍କ କହିବା ଅନୁସାରେ, ବହୁତ ଜଲ୍‌ଦି ଫିଲ୍ମର ଟ୍ରେଲର ରିଲିଜ୍‌ ହେବ। ଆସନ୍ତା ବର୍ଷ ଅର୍ଥାତ୍‌ ଜାନୁୟାରୀ ୨୫ରେ ଏହି ବହୁ ପ୍ରତୀକ୍ଷିତ ମୁଭି ସିନେମା ଘରେ ମୁକ୍ତିଲାଭ କରିବ। ପଠାନ୍‌ ପରେ ଶାହରୁଖ ଖାନଙ୍କ ଜଓ୍ଵାନ ଏବଂ ଡଙ୍କି ପାଇପ୍‌ଲାଇନରେ ଅଛି। କହି ରଖୁଛୁ, ଫିଲ୍ମ ‘ପଠାନ୍‌’ ମାଧ୍ୟମରେ କିଙ୍ଗ୍‌ ଖାନ ୪ ବର୍ଷ ପରେ ବଡ଼ ପରଦାକୁ ଫେରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.