କମିବ ମାଶାଙ୍କ ଉତ୍ପାତ, ଡ୍ରୋନ ମାଧ୍ୟମରେ ମଶା ନାଶକ ସ୍ପ୍ରେର ହେଲା ଶୁଭାରମ୍ଭ

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରେ ଚିନ୍ତା ବଢ଼ାଉଛି ମଶା । ଖାଲି ରାତି ନୁହ ଦିନରେ ମଧ୍ୟ ମଶା କମୁଡ଼ିକି ଲୋକ ଙ୍କୁ ଫୁଲାଇ ଦେଉଛି । ମଶା ଙ୍କ ବଂଶ ନିପାତ୍ କରିବାକୁ ବିଏମସିର ନୂଆ ପଦକ୍ଷେପ । ଭୁବନେଶ୍ବରର ନୀଳାଦ୍ରି ବିହାରରେ ଆରମ୍ଭ ହେଲା ଡ୍ରୋନ ମାଧ୍ୟମରେ କୀଟନାଶକ ସିଞ୍ଚନ। ଏହି ଡ୍ରୋନରେ ଥରକରେ ଦଶ ଲିଟର ଲିକୁଇଡ ରହିପାରିବ ।

ସ୍ପ୍ରେ ମାଧ୍ୟମରେ ଉପରୁ ତଳକୁ ସିଞ୍ଚନ କରାଯାଏ। ସ୍ପ୍ରେ କୁ କମାଇ ହେବ ବଢାଇ ହେବ ମଧ୍ଯ । ଏହି ଡ୍ରୋନ ସ୍ପ୍ରେର ଶୁଭାରମ୍ଭ ବେଳେ ବିଏମ୍ସି କମିଶନର ଉପସ୍ଥିତ ଥିଲେ । ଏହି କିଟ୍ ନାଶକ ସିଞ୍ଚନ ପରେ ମଶାର ସ୍ଥିତି କିପରି ରହୁଛି ଏହି ଅଞ୍ଚଳର ଲୋକଙ୍କ ମତ ନିଆଯିବ।  ତା ପରେ ଆଉ ଅଧିକ ଡ୍ରୋନର ବ୍ୟବସ୍ଥା କରାଯିବ ବୋଲି ବିଏସି କମିଶନର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.