ଶାହାରୁଖ ଖାନ୍‌ ଉମ୍‌ରାହ ପାଇଁ ପହଞ୍ଚିଲେ ମକ୍କାରେ, ଭିଡିଓ ହେଉଛି ଭାଇରାଲ

କେନ୍ୟୁଜ୍‌ ବ୍ୟୁରୋ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ନିଜର ଫିଲ୍ମର ସୁଟିଂ ସାରି ଯାଇ ମକ୍କାରେ ପହଞ୍ଚିଛନ୍ତି । ସେ ମକ୍କାରେ ପହଞ୍ଚିବା ପରେ ସେ ଉମ୍‌ରାହା କରିଛନ୍ତି । ମକ୍କାରେ ଥିବା ସମୟରେ ଜଣେ ଆରବ ସାମ୍ବାଦିକ ଟ୍ଵିଟ୍‌ କରି ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କିଙ୍ଗ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମର ‘ଡଙ୍କି’ର ସୁଟିଂ ସାରି ମକ୍କାରେ ପହଞ୍ଚିଛନ୍ତି । ସେ ପୂର୍ବରୁ ମଧ୍ୟ ମକ୍କା ଯାତ୍ରା କରିବା ପାଇଁ ସୂଚନା ଦେଇଥିଲେ । ଭାଇରାଲ ହେଉଥିବା ଭିଡିଓରେ ସେ ତାଙ୍କ ଦେହରେ ଧଳା ରଙ୍କର ଚାଦର ପକେଇ ଥିବାର ନଜର ଆସୁଛନ୍ତି । ସେହି ଭିଡିଓରେ ତାଙ୍କ ସହିତ ତାଙ୍କର ଅଧିକାରୀ ଓ ସିକ୍ୟୁରିଟି ତାଙ୍କୁ ଘେରି ରହିଥିବାର ଦେଖା ଯାଉଛନ୍ତି । ଶାହାରୁଖଙ୍କୁ ଏଭଳି ବେଶରେ ଦେଖି ତାଙ୍କର ଫ୍ୟାନ୍ସ ବହୁତ ଉତ୍ସାହିତ ବି ଅଛନ୍ତି ।

କିଛି ଦିନ ପୂର୍ବରୁ ଶାହାରୁଖ ଟ୍ଵିଟ୍‌ କରିଥିଲେ :

କିଛି ଦିନ ପୂର୍ବରୁ ବଲିଉଡ ବାଦଶାହା ଶହାରୁଖ ଖାନ ମକ୍କା ଯିବା ପାଇଁ ଇଛା ପ୍ରକାଶ କରିଥିଲେ । ତା ପରେ ସେ ଏହାକୁ ଟ୍ଵିଟ୍‌ କରି ମଧ୍ୟ ଲେଖିଥିଲେ । ସେ ଲେଖିଥିଲେ, ‘ ମୁଁ ମକ୍କା-ମଦିନା ଖୁବ୍‌ ଶୀଘ୍ର ଆସିବି, ସମସ୍ତଙ୍କୁ ଖୁସି ଦେଖିବାକୁ ଚାହୁଁଛି/ ମୁଁ ଯେତେବେଳେ ଛୋଟ ପିଲା ଥିଲି, ମୋ ପାଖରେ ଗୋଟିଏ ଛୋଟ ପିଆନୋ ଖେଳନା ଥିଲା ଯାହାକୁ ମୁଁ ମନେ ପକାଉଛି’ ଏମତି ଆହୁରି କିଛି ଲେଖିଥିଲେ ।

ସରିଲା ‘ଡଙ୍କି’ର ସୁଟିଂ:

କିଙ୍ଗ୍‌ ଖାନଙ୍କ ଆଗାମୀ ଫିଲ୍ମ ସୁଟିଂ ପାଇଁ ୟୁଏଇ ଯାଇଥିଲେ, ଏବେ ଫିଲ୍ମର ସୁଟିଂ ସାରି ସେ ମକ୍କାରେ ଯାଇ ‘ଉମ୍‌ରାହ’ ପାଳନ କରିଛନ୍ତି । ସୁଟିଂ ସରିବା ପରେ ଶାହାରୁଖ ଟ୍ଵିଟ୍‌ କରି ଫିଲ୍ମର ସବୁ କଳାକରମାନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏହି ଫିଲ୍ମ ଡିସେମ୍ବର ୨୨ ୨୦୨୩ରେ ପ୍ରେକ୍ଷାଳୟକୁ ଆସିବାର ସୂଚନା ମିଳିଛି । ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ଟଲିଉଡ ଆକ୍ଟ୍ରେସ ତାପ୍‌ସୀ ପାନ୍ନୁ ଲିଡ୍‌ ରୋଲ୍‌ରେ ନଜର ଆସୁଛନ୍ତି । ଶାହାରୁଖଙ୍କର ଏହି ଫିଲ୍ମ ଜିଓ ଷ୍ଟୁଡିଓଜ୍‌ , ରେଡ୍‌ ଚିଲି ଏଣ୍ଟରଟେନ୍‌ମେଣ୍ଟ ଏବଂ ରାଜକୁମାର ହିରାନୀ ଫିଲ୍ମ୍‌ସ ବ୍ୟାନରରେ ନିର୍ମାଣ ହେଉଥିବା ବେଳେ ଏହାର ପଯୋଜନା ଭାର ତୁଲାଉଛନ୍ତି ଶାହାରୁଖ ଖାନଙ୍କ ପତ୍ନୀ ଗୌରୀ ଖାନ୍‌ ।

ପାକିସ୍ତାନ ଆକ୍ଟର ବି ପହଞ୍ଚିଲେ ମକ୍କାରେ :

ଶାହାରୁଖ ଖାନଙ୍କ ଛଡ଼ା ପାକିସ୍ତାନୀ ଆକ୍ଟର ଏବଂ ମଡେଲ ହୁମାୟୁଁ ସଇଦ ଆନ୍ସାରୀ ‘ଉମ୍‌ରାହ’ ପାଳନ ପାଇଁ ମକ୍କା ରେ ଯାଇ ପହଞ୍ଚିଥିଲେ । ସେ ଉମ୍‌ରାହ କରୁଥିବାର ଫଟୋ ମଧ୍ୟ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.