ଅନ୍‌ଲକ୍‌ ୧.୦ ହେଉ ହେଉ ବଡ଼ ଡ୍ରମ୍‌ ମୁଣ୍ଡେଇ ମଦ ଆଣିବାକୁ ବାହାରିଗଲେ ଶକ୍ତି କପୁର, ଦେଖନ୍ତୁ ଭିଡିଓ

ନିଜ କମେଡି ଅନ୍ଦାଜରେ ସବୁବେଳେ ଲୋକଙ୍କୁ ହସାଉଥିବା ଶକ୍ତି କପୁର ଓରଫ କ୍ରାଇମ୍‌ ମାଷ୍ଟର ଗୋଗୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଶକ୍ତି କପୁରଙ୍କର ଏକ କମେଡି ଭିଡିଓ ବହୁତ ଭାଇରାଲ ହେଉଛି। ଏହି ଭିଡିଓରେ ଶକ୍ତି ଏକ ଡ୍ରମ୍‌କୁ ମୁଣ୍ଡରେ ମୁଣ୍ଡେଇକି ଚାଲୁଥିବା ଦେଖାଯାଇଛି।

 

View this post on Instagram

 

A post shared by Shakti Kapoor (@shaktikapoor) on

ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହୁନଥିବା ଶକ୍ତି କପୁର ଏବେ ଲକ୍‌ଡାଉନ୍‌ ଯୋଗୁ ବହୁ ଭିଡିଓ ସେୟାର କରୁଛନ୍ତି। ଶକ୍ତି କପୁର ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ମୁଣ୍ଡରେ ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ ଧରି ରାସ୍ତାରେ ଚାଲୁଥିବା ଦେଖାଯାଇଛି। ଭିଡିଓ ତିଆରି କରୁଥିବା ବ୍ୟକ୍ତି ତାଙ୍କୁ ପଚାରୁଛନ୍ତି ଏମିତି ଡ୍ରମ୍‌ ଧରି କୁଆଡ଼େ ଯାଉଛ। ଉତ୍ତରରେ ସେ କହୁଛନ୍ତି ମଦ ଆଣିବାକୁ। ଶକ୍ତିଙ୍କ ଉତ୍ତର ଶୁଣି ବ୍ୟକ୍ତି ଜଣକ ହସି ହସି କହୁଛନ୍ତି ଠିକ୍‌ ଅଛି ପୂରା ସୋସାଇଟି ପାଇଁ ନେଇକି ଆସିବ। ଏହି ଭିଡିଓକୁ ଏବେ ଯାଏଁ ହଜାରରୁ ଊର୍ଦ୍ଧ୍ୱ ଥର ଦେଖାସରିଲାଣି।

 

View this post on Instagram

 

I pray every one is safe and home ♥️

A post shared by Shakti Kapoor (@shaktikapoor) on

ପୂର୍ବରୁ ଶକ୍ତି କପୁର ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦେଖି ଭାବୁକ ହୋଇ ଏକ ଇମୋସନାଲ ଗୀତ ଗାଇଥିଲେ। ସେ ‘ମୁଝେ ଘର ହେ ଜାନା’ ଗୀତ ଗାଇଥିଲେ। ଏହି ଗୀତକୁ ମଧ୍ୟ ଲୋକମାନେ ବେଶ୍‌ ପସନ୍ଦ କରିଥିବା ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.