ଶିବସେନାର ନୂଆ ରଣନୀତି, ଉର୍ମିଳା ମାତୋଣ୍ଡକରଙ୍କୁ MLC କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କଲେ ନାଁ

ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପୁଣିଥରେ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଉର୍ମିଳା ମାତୋଣ୍ଡକରଙ୍କୁ ବିଧାନ ପରିଷଦର ସଦସ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମହାରାଷ୍ଟ୍ର ସରକାର ୧୨ ଟି ନାଁ ଥିବା ତାଲିକାକୁ ଏକ ବନ୍ଦ ଲଫାପାରେ ରାଜ୍ୟପାଳଙ୍କୁ ପଠାଇଛନ୍ତି। ଏଥିରେ ଉର୍ମିଲା ମାତୋଣ୍ଡକରଙ୍କ ନାଁ ମଧ୍ୟ ରହିଛି। କୁହାଯାଉଛି ଯେ ଦଳର ମିଶ୍ରଣରେ ତିନିଟି ପାର୍ଟିର ୪-୪ ଜଣଙ୍କ ନାଁ ସୁପାରିଶ କରାଯାଇଛି। ଶିବସେନା ତରଫରୁ ଉର୍ମିଳାଙ୍କ ନାଁ ସୁପାରିଶ କରାଯାଇଛି।

ଉର୍ମିଳା ସବୁବେଳେ ଖୋଲାଖୋଲି ନିଜ ମନ କଥା ଲୋକଙ୍କ ସାମ୍ନାରେ ରଖିଥାଆନ୍ତି। ସେ ବିଜେପି ଓ କଙ୍ଗନା ରାଣାଓ୍ଵତଙ୍କ ବିପକ୍ଷରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି। ଶିବସେନା ଓ କଙ୍ଗନାଙ୍କ ମଧ୍ୟରେ ବିବାଦ ମଧ୍ୟରେ ଉର୍ମିଳା ମଧ୍ୟ ମୁହଁ ଖୋଲିଥିଲେ। ସେ ସବୁବେଳେ ଶିବସେନା ତରଫରୁ ଯୁକ୍ତି ବାଢ଼ିଥାନ୍ତି। ଏଣୁ ଉର୍ମିଳାଙ୍କୁ ଶିବସେନା କାଉନ୍‌ସିଲ ସିଟ୍‌ ପାଇଁ ନିର୍ବାଚନ ପଡ଼ିଆକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି।

urmila matondkar

ସୂଚନାଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ଉର୍ମିଳା ମାତୋଣ୍ଡକର କଂଗ୍ରେସ ପାର୍ଟି ତରଫରୁ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହା ପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.