ବାହାଘର ପୂର୍ବରୁ ଭାଙ୍ଗିଗଲା ଶ୍ରଦ୍ଧା ଓ ରୋହନଙ୍କ ସମ୍ପର୍କ ! ବର୍ଷ ଆରମ୍ଭରୁ ଚାଲିଥିଲା ମନମାଳିନ୍ୟ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଗତ କିଛିଦିନରୁ ଲାଇମଲାଇଟରୁ ଦୂରେଇ ରହିଛନ୍ତି। ନିକଟରେ ରଣବୀର କପୁରଙ୍କ ସହିତ ଏକ ଫିଲ୍ମର ସୁଟିଂ ସମୟର ଫଟୋରେ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା। ଶ୍ରଦ୍ଧା ଓ ରଣବୀରଙ୍କ ଅପକମିଂ ଫିଲ୍ମର ଏକ ଗୀତର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏବେ ଶ୍ରଦ୍ଧାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି। ଶ୍ରଦ୍ଧା ବଏଫ୍ରେଣ୍ଡ ରୋହନ ଠାରୁ ଅଲଗା ହେବା କଥା ଚର୍ଚ୍ଚାକୁ ଆସିଛି। କିଛିଦିନ ହେଲାଣି ଶ୍ରଦ୍ଧାଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା। କିନ୍ତୁ ଏବେ ଦୁହେଁ ଅଲଗା ହୋଇଥିବା କଥା ସାମ୍ନାକୁ ଆସିଛି।

ଶ୍ରଦ୍ଧା କେବେ ବି ରିଲେସନସିପ୍‌ ଷ୍ଟାଟସକୁ ଲୋକଙ୍କ ସାମ୍ନାକୁ ଆଣିନାହାନ୍ତି। କିନ୍ତୁ ଜଣାଶୁଣା ଫଟୋଗ୍ରାଫର ରୋହନ ଶ୍ରେଷ୍ଠଙ୍କ ସହିତ ଦୀର୍ଘ ୪ ବର୍ଷ ହେଲାଣି ଏକାଠି ରହିଛନ୍ତି। ପରସ୍ପରକୁ କଲେଜ ଦିନରୁ ଜାଣିଥିବା ଦୁହେଁ ଖୁବଶୀଘ୍ର ବିବାହ କରିଥାନ୍ତେ, ତେବେ ଏବେ ଏମିତି କ’ଣ ଘଟିଲା ଯେ, ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ବସିଛନ୍ତି।

ପିଙ୍କଭିଲ୍ଲାର ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଶ୍ରଦ୍ଧାଙ୍କ ଜନ୍ମଦିନରେ ରୋହନ ଶ୍ରେଷ୍ଠ ଉପସ୍ଥିତ ନଥିଲେ। ଦୁହିଁଙ୍କ ମଧ୍ୟରେ ବର୍ଷ ଆରମ୍ଭରୁ ମନମାଳିନ୍ୟ ଚାଲିଛି। ତେଣୁ ଫେବୃଆରୀରେ ଦୁହେଁ ଅଲଗା ହେବେ ବୋଲି ନିଷ୍ପତ୍ତି ନେଇସାରିଥିଲେ। କିନ୍ତୁ ଦୁହିଁଙ୍କ ବ୍ରେକଅପ୍‌ କାରଣ କ’ଣ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.