ଧୋନୀ ଅଧିନାୟକ ପଦ ଛାଡିବା ପରେ ଭାବବିହ୍ଵଳ ହେଲେ କୋହଲି, କହିଲେ ‘ସବୁବେଳେ ମାହିଙ୍କ ପାଇଁ ରହିବ ସମ୍ମାନ’

ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପରକିଙ୍ଗସର ଅଧିନାୟକ ପଦ ଛାଡିବା ତାଙ୍କ ଫ୍ୟାନ୍ସଙ୍କୁ ଝଟକା ଦେଇଛି। ଚେନ୍ନାଇର ଅଧିନାୟକ ପଦ ଛାଡିବା ପରେ ଦାୟିତ୍ୱ ରବିନ୍ଦ୍ର ଜାଡେଜାଙ୍କୁ ଦେଇଛନ୍ତି। ମାହି ହଠାତ୍‌ ଅଧିନାୟକ ପଦ ଛାଡିବା ଯୋଗୁଁ ଫ୍ୟାନ୍ସ ଯେତିକି ମନ ଦୁଃଖ କରୁଛନ୍ତି, ଭାରତୀୟ କ୍ରିକେଟର ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ସେତିକି ମନ ଦୁଃଖ କରିଛନ୍ତି। ବିରାଟ କୋହଲି ଧୋନୀ ଅଧିନାୟକ ପଦ ଛାଡିବା ଖବର ଶୁଣି ଭାବୁକ ହୋଇଯାଇଛନ୍ତି। ବିରାଟ କୋହଲି ସୋସିଆଲ ମିଡିଆରେ ଧୋନୀଙ୍କ ନାମରେ ଏକ ଭାବବିହ୍ଵଳ ପୋଷ୍ଟ ଲେଖିଛନ୍ତି।

ବିରାଟ କୋହଲିଙ୍କ ମୁତାବକ, ଫ୍ୟାନ୍ସ ଏହି ଅଧ୍ୟାୟକୁ କେବେ ବି ଭୁଲିବେ ନାହିଁ। ବିରାଟ କୋହଲି ଟ୍ଵିଟ୍‌ କରି ଲେଖିଛନ୍ତି, ‘ହଳଦିଆ ଜର୍ସିରେ ଲିଜେଣ୍ଡରୀ’ ଅଧିନାୟକ ପଦ ଛାଡିଦେଲେ। ଯାହାକୁ ଫ୍ୟାନ୍ସ କେବେ ବି ଭୁଲିପାରିବେ ନାହିଁ। ସବୁବେଳେ ଆପଣଙ୍କ ପାଇଁ ସମ୍ମାନ ରହିବ। କିଛିଦିନ ପୂର୍ବରୁ ବିରାଟ କୋହଲି ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ପଦ ଛାଡିଥିଲେ।

କେବଳ କୋହଲି ନୁହେଁ ପୂର୍ବତନ ଭାରତୀୟ ଓ୍ଵିକେଟ କିପର ପାର୍ଥିବ ପଟେଲ ମଧ୍ୟ ଧୋନୀ ଅଧିନାୟକ ପଦ ଛାଡିବା ନେଇ ଟ୍ଵିଟ୍‌ କରିଛନ୍ତି। ଇରଫାନ ଫଠାନ ମଧ୍ୟ ଧୋନୀଙ୍କ ଅଧିନାୟକ ପଦ ଛାଡବାକୁ ନେଇ ମନଦୁଃଖ କରି ଟ୍ଵିଟ୍‌ କରିଚନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.