Below header

କେବଳ ଐଶ୍ୱର୍ଯ୍ୟା ନୁହଁନ୍ତି ନଣନ୍ଦ ଶ୍ୱେତା ବଚ୍ଚନ ମଧ୍ୟ ସଲମାନଙ୍କୁ କରୁଥିଲେ ପ୍ରେମ, ପଢନ୍ତୁ ପୁରା କାହାଣୀ

ସଲମାନ୍‌ ଖାନ୍‌ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଲଭ୍‌ ଷ୍ଟୋରୀ କାହାକୁ ବା ଅଜଣା । ବଲିଉଡର ଏହି ଫେମସ୍‌ ଲଭ୍‌ ଷ୍ଟୋରୀ କେମିତି ହେଟ୍‌ ଷ୍ଟୋରୀରେ ପରିଣତ ହେଲା ତାହା ମଧ୍ୟ କାହାକୁ ଅଛପା ନାହିଁ । କାରଣ ଯାହା ହେଉ ନା କାହିଁକି ସଲମାନ୍‌ ଏବଂ ଐଶ୍ୱର୍ଯ୍ୟାଙ୍କ ଆଜି ଯାଏ ପରସ୍ପରର ଚେହେରା ଦେଖିବାକୁ ନାରାଜ୍‌ । ତେବେ ସଲମାନଙ୍କ ପ୍ରେମରେ କେବଳ ଐଶ୍ୱର‌୍ୟ୍ୟା ନୁହେଁ ବରଂ ତାଙ୍କ ନଣଦ ଶ୍ୱେତା ବଚ୍ଚନ ମଧ୍ୟ ପଡିଯାଇଥିଲେ । ଏକଥା କହିଛନ୍ତି ନିଜେ ଶ୍ୱେତା ।

sweta bachhan

ଏକ ସାକ୍ଷାତକାରରେ ଶ୍ୱେତା ନିଜେ ଏହାର ଖୁଲାସା କରିଛନ୍ତି । କହିଛନ୍ତି, ଟିନ୍‌ ଏଜରେ ତାଙ୍କ ଥିଲେ ସଲମାନ୍‌ ଖାନ୍‌ । ବୋର୍ଡିଂ ସ୍କୁଲରେ ଥିବା ବେଳେ ସଲମାନଙ୍କ ଫିଲ୍ମ ମେନେ ପ୍ୟାର କିୟା ୨୦ ଥର ଦେଖିଥିଲେ ।ଏପରିକି ପୁରା ଫିଲ୍ମର ଅଡିଓ ରେକର୍ଡ କରିନେଇଥିଲେ । ଆଉ ଯେତେବେଳେ ବି ସୁଯୋଗ ମିଳୁଥିଲା ଏହି ଅଡିଓକୁ ଶୁଣୁଥିଲେ ।

ଆଉ ଏକଥା ଜାଣିଥିଲେ ଭାଇ ଅଭିଶେକ ବଚ୍ଚନ । ଏହି ଫିଲ୍ମରେ ଯେଉଁ କ୍ୟାପ୍‌ ପିନ୍ଧିଥିଲେ ସଲମାନ୍‌ ସେହି କ୍ୟାପ୍‌ ଶ୍ୱେତାଙ୍କ ପାଇଁ ନେଇଥିଲେ ଅଭିଶେକ । ଆଉ ରାତିରେ କ୍ୟାପକୁ ପିନ୍ଧି ଶୋଉଥିଲେ ଶ୍ୱେତା । ଏକଥାଏକ ସୋ ରେ କହିଛନ୍ତି ନିଜେ ଶ୍ୱେତା ବଚ୍ଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.