ଖରାପ ନୁହେଁ ଜୀବନ ସାଥୀ ସହ ଝଗଡା କରିବା, ରାଗ କୁ ପିଇ ଯିବା ହିଁ ବିପଦଜ୍ଜନକ

ସବୁ ସମ୍ପର୍କରେ ମନମାଳିନ୍ୟ ଥାଏ । ଉଭୟ ଭଲ ଏବଂ ମନ୍ଦର ପ୍ରଭାବ ସମସ୍ତଙ୍କ ସମ୍ପର୍କ ଉପରେ ପଡିଥାଏ । ତେଣୁ ସମ୍ପର୍କରେ ଝଗଡା ହେବା ସାଧାରଣ କଥା । ଆଉ ଝଗଡା ହେବା ପରେ ଉଭୟଙ୍କ ମନ ଉଦାସ ହୋଇଯାଇଥାଏ । କିନ୍ତୁ ସବୁଠାରୁ ଜରୁରୀ କିଭଳି ଏହି ସମସ୍ୟାର ସମାଧାନ କରିବେ ଏବଂ ପୂର୍ବ ଭଳି ସମ୍ପର୍କରେ ଖୁସି ଭରିଦେବେ । ଭୁଲ୍ ତେଣିକି ଯାହାର ହେଉନା କାହିଁକି ହେଲେ ଝଗଡା ପରେ ସମସ୍ୟାର ସମାଧାନ ହିଁ ସମ୍ପର୍କକୁ ମଜଭୂତ କରିଥାଏ । ତେବେ ଯଦି ଆମେ କହୁ ସାଥୀ ସହ ଝଗଡା ହେବା ଠିକ୍ ତେବେ କଣ ଆପଣ ବିଶ୍ବାସ କରିବେ ? ଆମେ ଜାଣିଛୁ ଆପଣଙ୍କ ଉତ୍ତର ନା ହେବ । କିନ୍ତୁ ସାଥୀ ସହ ଝଗଡା ହେବ ଠିକ୍ । ଏକଥା ଆମେ ନୁହେଁ ବରଂ ରିସର୍ଚ୍ଚ କହେ ।

ଏକ ରିସର୍ଚ୍ଚ ମୂତାବକ ଯେତେବେଳେ ସାଥୀ ସହ ଝଗଡା ହେଉଛି ସେତେବେଳେ ନିଜ ମନରେ ଥିବା ସମସ୍ତ ରାଗ ଜାହିର କରିଦେବା ଉଚିତ୍ । ଯଦି ମନରେ ଥିବା ରାଗ ଏବଂ କଥାକୁ ମନ ଭିତରେ ଦାବି ରଖି ଦେଉଛନ୍ତି ତେବେ ସ୍ବାସ୍ଥ୍ୟା ଉପରେ ଖରାପ ପ୍ରଭାବ ପଡିପାରେ । ଏହା ସହ ସବୁବେଳେ ଚାପଗ୍ରସ୍ତ ରହିପାରନ୍ତି । ରିସର୍ଚ୍ଚରେ କୁହାଯାଇଛି ଯେଉଁମାନେ ବିବାଦ ସମୟରେ ସାଥୀ ସାମ୍ନାରେ ରାଗକୁ ଜାହିର କରିଦେଉଛନ୍ତି ସେମାନେ କମ୍ ରୋଗରେ ପଡିଥାନ୍ତି ।

ଏହି ପରୀକ୍ଷଣ ପାଇଁ ବିଶେଷଜ୍ଞ ୧୯୨ କପଲ୍ସଙ୍କ ସମ୍ପର୍କକୁ ୩୨ ବର୍ଷରୁ ଅଧିକ ସମୟ ଧରି ବିଶ୍ଲେଷଣ କରାଯାଇଥିଲା । ଆଉ ବିଶେଷଜ୍ଞ ଏଥିପ୍ରତି ଖାସ୍ ଧ୍ୟାନ ଦେଇଥିଲେ ଯେ ଝଗଡା ସମୟରେ ନିଜ ରାଗକୁ ଜାହିର କରୁଥିବା ଏବଂ ଦାବି କି ରଖୁଥିବା ଲୋକଙ୍କ ଜୀବନ ଉପରେ କି ପ୍ରଭାବ ପଡୁଛି ।

ଆଉ ଏଥିରୁ ସାମ୍ନାକୁ ଆସିଥିଲା ଯେଉଁ ପୁରୁଷମାନେ ନିଜ ରାଗକୁ ଚାପି ରଖୁଛନ୍ତି ସେମାନଙ୍କ ମୃତ୍ୟୁର ସମ୍ଭାବନା ରାଗକୁ ଜାହିର କରିଦେଉଥିବା ମହିଳାଙ୍କ ତୁଳନାରେ ୫୧ ପ୍ରତିଶତ ଅଧିକ ହୋଇଥାଏ । ତେଣୁ ଆଗକୁ କେବେ ନିଜ ସାଥୀଙ୍କ ସହ ଝଗଡା ହେବେ ମନ ଖୋଲି କୁହନ୍ତୁ, ସମସ୍ୟାର ସମାଧାନ କରନ୍ତୁ ନା କି ଚୁପ୍ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.