ଦିଶାଙ୍କ ମୃତ୍ୟୁ ଖବର ପାଇବା ପରେ ବେହୋସ ହୋଇଯାଇଥିଲେ ସୁଶାନ୍ତ, ବୟାନ ଦେଲେ ସିଦ୍ଧାର୍ଥ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଦିନ କୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି । ଯଦି ଆତ୍ମହତ୍ୟା କରିଛନ୍ତି ତେବେ କେଉଁ କାରଣ ତାଙ୍କୁ ଏପରି କରିବା ପାଇଁ ବାଧ୍ୟ କରିଛି, ଯଦି ଏହା ଏକ ହତ୍ୟା ଘଟଣା ତେବେ ଏହା ପଛରେ କାହାର ହାତ ଅଛି ସେନେଇ ଏବେ ଦେଶବ୍ୟାପୀ ଆଲୋଚନା ଜାରି ରହିଛି । ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ଓ ଏନସିବିକୁ ହସ୍ତାନ୍ତର କରାଯାଇଥିବା ବେଳେ ସୁଶାନ୍ତଙ୍କ ମୃତ୍ୟୁ ପଛର ଅନେକ ସମ୍ଭାବିତ ତଥ୍ୟ ବି ଗୋଟେ ପରେ ଗୋଟେ ହୋଇ ସାମ୍ନାକୁ ଆସିବାରେ ଲାଗିଛି । କିଛି ଜଣଙ୍କର କହିବା ଅନୁଯାୟୀ ସୁଶାନ୍ତଙ୍କ ଏପରି ଅକସ୍ମାତ ମୃତ୍ୟୁ ସହ ତାଙ୍କ ମ୍ୟାନେଜର ଦିଶା ସାଲିଏନଙ୍କ ମୃତ୍ୟୁ ସହିତ ସିଧା ସମ୍ବନ୍ଧ ରହିଛି । କାରଣ ସୁଶାନ୍ତଙ୍କ ମୃତ୍ୟୁର ପୂର୍ବ ସପ୍ତାହ ହିଁ ଦିଶା ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଥିଲା ।

sushant

କିନ୍ତୁ ଏବେ ସୁଶାନ୍ତଙ୍କ ଜଣେ ଅନ୍ତରଙ୍ଗ ସାଙ୍ଗ ତଥା ତାଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପୀଠାନୀ ସିବିଆଇକୁ ଏକ ଚାଂଚଲ୍ୟକର ବୟାନ ଦେଇଥିବା ନେଇ ଏକ ମିଡ଼ିଆ ରିପୋର୍ଟରୁ ପ୍ରକାଶିତ ହୋଇଛି । ସିଦ୍ଧାର୍ଥଙ୍କ ଅନୁଯାୟୀ, ଦିଶାଙ୍କ ମୃତ୍ୟୁ ଖବର ଶୁଣି ସୁଶାନ୍ତ ବେହୋସ ହୋଇଯାଇଥିଲେ । ଜୁନ ୮ ତାରିଖରେ ଦିଶାଙ୍କ ମୃତ୍ୟୁ ଖବର ପାଇବା ପରେ ସୁଶାନ୍ତଙ୍କ ଅବସ୍ଥା ଭଲ ନଥିଲା । ଏକ ପ୍ରକାର ଭୟବିତ୍ତ ଅବସ୍ଥାରେ ଯେମିତି ରହୁଥିଲେ । ଏମିତିକି ନିଜ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ସୁଶାନ୍ତ ସିଦ୍ଧାର୍ଥଙ୍କୁ କହିଥିଲେ । ଏମିତି ଲାଗୁଥିଲା ଯେମିତି ଦିଶାଙ୍କ ମୃତ୍ୟୁ ପଛର ରହସ୍ୟ ସୁଶାନ୍ତଙ୍କୁ ଜଣାଥିଲା । ନିଜ ଲ୍ୟାପଟପ, କ୍ୟାମେରା, ହାର୍ଡ ଡ୍ରାଇଭ ଆଦିକୁ ପାଗଳ ପରି ଖୋଜୁଥୁଲେ ସୁଶାନ୍ତ । ଯାହାକି ସିଦ୍ଧାର୍ଥଙ୍କୁ ଅସହଜ ଓ ଅସାଧାରଣ ଲାଗିଥିବା ନେଇ ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.