Below header

ଆଜି ବି ସିଦ୍ଧାର୍ଥଙ୍କ ସ୍ମୃତିକୁ ସାଉଁଟୁଛନ୍ତି ଶେହନାଜ, ନିଜେ ଗୀତ ଗାଇ ସିଦ୍ଧାର୍ଥଙ୍କୁ କଲେ ଉତ୍ସର୍ଗ

ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ଯୋଡି ସମସ୍ତଙ୍କୁ ପସନ୍ଦ ଆସିଥିଲା। ଦୁହିଁଙ୍କ କେମେଷ୍ଟ୍ରି ବିଗବସ୍‌ ୧୩ ରେ ଦେଖିବାକୁ ମିଳିଥିଲା। କିନ୍ତୁ ସିଦ୍ଧାର୍ଥ ଶୁକ୍ଲାଙ୍କ ମାତ୍ର ୪୦ ବର୍ଷ ବୟସରେ ଅକସ୍ମାତ ମୃତ୍ୟୁ କେବଳ ଫ୍ୟାନ ନୁହେଁ ବରଂ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସିଦ୍ଧାର୍ଥ ନିଜର ଆକ୍ଟିଂ ସମସ୍ତଙ୍କ ମନ ଜିତିଥିଲା ଯେ, କେହି ତାଙ୍କୁ ଭୁଲିପାରୁନାହାନ୍ତି। କେବଳ ଫ୍ୟାନ୍‌ ନୁହେଁ ସିଦ୍ଧାର୍ଥଙ୍କ ଘର ଲୋକ ଆଉ ଶେହନାଜ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନଥିଲେ। ନିକଟରେ ଶେହନାଜ ଗିଲଙ୍କ ନୂଆ ଗୀତ ‘ତୁ ୟହିଁ ହୈ’ ରିଲିଜ ହୋଇଛି। ଆଉ ଏହି ଗୀତକୁ ନିଜେ ଶେହନାଜ ଗାଇଛନ୍ତି।

ଶେହନାଜ ଗିଲ୍‌ ନିଜ ନୂଆ ଗୀତକୁ ସିଦ୍ଧାର୍ଥଙ୍କୁ ଉତ୍ସର୍ଗୀକୃତ କରିଛନ୍ତି। ଏହି ଗୀତ ଦୁହିଁଙ୍କ ଭଲପାଇଁ ଏବଂ ବନ୍ଧୁତା ଭଳି ବହୁତ ସୁନ୍ଦର ହୋଇଛି। ଏହା ଶୁଣିବା ମାତ୍ରେ ଆପଣ ମଧ୍ୟ ଭାବବିହ୍ଵଳ ହୋଇଯିବେ। ସିଦ୍ଧାର୍ଥ ପାଇଁ ଶେହନାଜ ଏହି ଗୀତ ସ୍ପେଶାଲ ଭାବେ ଗାଇଥିଲେ। ସବୁବେଳେ ନିଜ ସ୍ମୃତିରେ ସିଦ୍ଧାର୍ଥଙ୍କୁ ମନେ ରଖିବେ ଶେହନାଜ।

ଏହା ପୂର୍ବରୁ ଶେହନାଜ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପକମିଂ ମ୍ୟୁଜିକ ଭିଡିଓର ପୋଷ୍ଟର ସେୟାର କରିଥିଲେ। ଏହି ମ୍ୟୁଜିକ ଭିଡିଓର ନାମ ‘ ତୁ ୟହିଁ ହୈ’ ରହିଛି। ପୋଷ୍ଟରରେ ଟାଇଟଲ ତଳେ ‘ସିଦ୍ଧାର୍ଥ ଶୁକ୍ଲାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି’ ବୋଲି ଲେଖାହୋଇଛି। ସୂଚନାଯୋଗ୍ୟ, ଶେହନାଜ ଦିଲଜିତ ଦୋସାଞ୍ଜଙ୍କ ସହିତ ଅପକମିଂ ଫିଲ୍ମ ‘ହୋସଲା ରଖ’ରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ନିଜର ନୂଆ ପ୍ରଡକ୍ସନ ହାଉସ ଖୋଲୁଛନ୍ତି। ଏହି ଫିଲ୍ମରେ ଗିପ୍ପି ଗେରୱାଲଙ୍କ ପୁଅ ଶିନ୍ଦା ଗ୍ରେୱାଲ ନଜର ଆସିବେ। ଫିଲ୍ମର ରୋମାଣ୍ଟିକ କମେଡି ରହିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.