ଝାରସୁଗୁଡ଼ା ବିମାନବନ୍ଦରରୁ ଚଳାଚଳ କରୁଥିବା ସ୍ପାଇସ ଜେଟ ଏୟାରୱେଜର ବଦଳିଲା ସମୟ ସାରଣୀ

ଝାରସୁଗୁଡ଼ା(କେନ୍ଯୁଜ୍): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଚଳାଚଳ କରୁଥିବା ସ୍ପାଇସ ଜେଟ ଏୟାରୱେଜର ବଦଳିଲା ସମୟ ସାରଣୀ । ବେଙ୍ଗାଲୁରୁରୁ ୬ଟା ୨୫ରେ ଉଡି ଝାରସୁଗୁଡ଼ାରେ ୯ଟାରେ ପହଁଞ୍ଚିବ। ସେହିପରି ସକାଳ ୯ଟା୩୦ରୁ ଝାରସୁଗୁଡ଼ା ଛାଡି ୧୧ଟା ୨୦ରେ ବେଙ୍ଗାଳୁରୁ ପହଁଞ୍ଚିବ ।

କୋଲକାତାରୁ ଦିନ ୧ଟାରୁ ଉଡି ୨ଟା୪୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ଦିନ ୩ଟାରୁ ଛାଡି ଦିନ ୪ଟା୨୫ରେ କୋଲକାତାରେ ପହଞ୍ଚିବ। ସେହିଭଳି ଦିନ ୩ଟା୦୫ରେ ଦିଲ୍ଲୀରୁ ଛାଡିବ ଓ ୫ଟାରେ ଝାରସୁଗୁଡ଼ାରେ ପହଞ୍ଚିବ। ସେହିଭଳି ୫ଟା୩୦ରୁ ଝାରସୁଗୁଡ଼ାରୁ ଛାଡି ୭ଟା୪୫ରେ ଦିଲ୍ଲୀରେ ପହଞ୍ଚିବ। ହାଇଦ୍ରାବାଦରୁ ୪ଟା୫୦ରୁ ବାହାରି ୬ଟା୪୦ରେ ହାଇଦ୍ରାବାଦରେ ପହଞ୍ଚିବ। ଝାରସୁଗୁଡ଼ାରୁ ସଂଧ୍ୟା ୭ଟା ରେ ବାହାରି ୯ଟାରେ ହାଇଦ୍ରାବାଦରେ ପହଞ୍ଚିବ। ଏହି ସମୟ ଆସନ୍ତା ଅକ୍ଟୋବର ୩୧ରୁ ଲାଗୁହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ପବନ କୁମାର ଯୁତସୀ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.