Below header

ବିନା ଡାଏଟ ଓ ଏକ୍ସରସାଇଜରେ ବି ଆପଣ କମେଇ ପାରିବେ ନିଜ ଓଜନ, କେମିତି ଜାଣନ୍ତୁ

ଆମେ ସାଧାରଣତଃ ଓଜନ ହ୍ରାସ କରିବା ପାଇଁ ହେଭି ଡାଏଟ ଚାଟ ଆପଣେଇ ଥାଉ ନଚେତ ସକାଳେ କିମ୍ବା ସନ୍ଧ୍ୟାରେ ଏକ୍ସରସାଇଜ କରିଥାଉ । କିନ୍ତୁ ଆପଣ କେବେ ଶୁଣିଛନ୍ତି କି ହାତ ପାପୁଲିର କିଛି ଅଂଶକୁ ଦବେଇ କି ମଧ୍ୟ ଆମେ ନିଜଶରୀରର ଓଜନକୁ ହ୍ରାସ କରିପାରିବା ବା ନିୟନ୍ତ୍ରଣକୁ ଆଣିପାରିବା । ଏହି ଟେକନିକ କୁ ଇଏଫଟି ବା ଇମୋସନାଲ ଫ୍ରିଡମ ଟେକନିକ ବୋଲି କୁହାଯାଏ । ଏହି ଥେରାପିରେ ଶରୀରର କିଛି ଅଂଶକୁ ପ୍ରେସ କରି କିମ୍ବା ଦବେଇକି ଆମେ ଶରୀରର ଓଜନକୁ ଅନେକ ମାତ୍ରାରେ କମେଇ ପାରିବା । ଏକ ରିପୋର୍ଟ ଅନୁଯାୟୀ ଏହି ଫର୍ମୁଲାରେ କିଛି ଲୋକ ସେମାନଙ୍କ ଓଜନ ମାତ୍ର ୫ ମାସ ଭିତରେ ୩୦ ପାଉଣ୍ଡ କିମ୍ବା ୧୩.୫ କିଲୋଗ୍ରାମ ପର୍ଯ୍ୟନ୍ତ କମେଇ ପାରିଛନ୍ତି । ଏହି ଟାପିଙ୍ଗ ସଲ୍ୟୁସନର ଉଦ୍ଭାବକ ଜେସିକା ଓ଼ର୍ଟନରଙ୍କ କହିବା ଅନୁଯାୟୀ, ଇଏଫଟି ହେଉଛି ପ୍ରକୃତରେ ଏକପ୍ରକାର ଷ୍ଟ୍ରେସ କମକରିବା ଟେକନିକ । ଯାହାକି ମନସ୍ଥାତ୍ବିକ ବିଜ୍ଞାନ ଓ ଚାଇନାର ଆକ୍ୟୁପ୍ରେସର ଥେରାପିର ମିଶ୍ରଣ । ଏହି ଟେକନିକ ଜରିଆରେ ଶରୀରର ଷ୍ଟ୍ରେସ ହରମୋନ ବାକରଟିସଲଗୁଡିକୁ କମ କରାଯାଇ ପାରିବ ।

FOOT TAPPING

P.C- Nectar Sleep

କହିରଖିବା ଉଚିତ ହେବକି, ଏହି ହର୍ମୋନ ଶରିରରେ ଆଞ୍ଜିଟି ବୃଦ୍ଧି, ଓଜନ ବୃଦ୍ଧି କିମ୍ବା ଶୋଇବା ସହ ଜଡିତ ସମସ୍ୟାକୁ କମ କରିଥାଏ । ଓଜନ ସମେତ ଏଗୁଡ଼ିକୁ ନିୟନ୍ତ୍ରଣରେ ଆଣିବାରେ ବି ଏହି ହରମୋନ ସହାୟକ ହୋଇଥାଏ । ଟାପିଙ୍ଗ ଟେକନିକ ଲୋକଙ୍କ ନେଗେଟିଭ ଇମୋସନକୁ ନିୟନ୍ତ୍ରଣରେ ଆଣିବାରେ ବି ସାହାଯ୍ୟ କରିଥାଏ । କୌଣସି ସମସ୍ୟାର ସମାଧାନ ହୋଇପାରୁନି କିମ୍ବା କୌଣସି ସମସ୍ୟାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ଅଛନ୍ତି ସେଗୁଡିକର ସମାଧାନରେ ବି ଲାଭକାରୀ । ସେ ସବୁଥିରେ ଏହି ହର୍ମୋନ ସାହାଯ୍ୟ କରିଥାଏ । ଏହି ଟେକନିକରେ ଶରୀରର ୯ ଟି ସ୍ୱତନ୍ତ୍ର ସ୍ଥାନରେ ୫ ରୁ ୭ ଥର ଟ୍ୟାପିଂ ବା ହାଲୁକା ପ୍ରେସ କରାଯାଇଥାଏ । କିନ୍ତୁ ଏହି ସମୟରେ ନିର୍ଦ୍ଧିଷ୍ଟ ସମସ୍ୟା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଶରୀରର ଏହି ସବୁସ୍ଥାନକୁ “ମେରିଡ଼ିଆନପଏଣ୍ଟ” ବୋଲିକୁହାଯାଏ । କେତେକ ଗବେଷଣାରୁ ଜଣାପଡିଛିଯେ ଟ୍ୟାପିଂ ହେଉଛି ଚିନ୍ତା କିମ୍ବା ଷ୍ଟ୍ରେସ କମକରିବାର ଏକ ଟେକନିକ ।

ଆମେରିକାନ ସାଇକୋଲୋଜିକାଲ ଆସୋସିଏସନ ତରଫରୁ ୨୦୨୦ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟରୁ ହିଁ ଏହା ଜଣାଯାଇଛି । ଏହିଷ୍ଟଡିରେ ଭଲ୍ୟୁଣ୍ଟିୟର ମାନଙ୍କର ଷ୍ଟ୍ରେସଲେବଲକୁ ଟ୍ୟାପିଂ ଥେରାପିର ୬୦ ମିନିଟ ପୂର୍ବରୁ ଏବଂ ୬୦ ମିନିଟ ପରେ ଚେକ କରାଯାଇଥିଲା । ଇଏଫଟି ଟେକନିକ ନେବା ପରେ ଏକ୍ସପର୍ଟମାନେ ଆନଯାଇଟି, ଡିପ୍ରେସନ ସମେତ ଅନ୍ୟାନ କେତେକ ଲକ୍ଷଣ ଗୁଡିକରେ ପରିବର୍ତ୍ତନ ଆସିଥିବା ନେଇ ଲକ୍ଷ କରିଥିଲେ । ଟ୍ୟାପିଂ ମାଧ୍ୟମରେ ଷ୍ଟ୍ରେସ କମକରିବାରେ ସେପରି କୌଣସି କ୍ଷତିନାହିଁ । ଏମିତି କରିବା ଖୁବସହଜ ଓ ସରଳ । କିନ୍ତୁ ଏଯାବତ ଟ୍ୟାପିଂଗ ସାହାଯ୍ୟରେ ଯେ ଓଜନ କମାଯାଇପାରିବ ସେନେଇ କିଛି ବି ବିଶେଷ ତଥ୍ୟ ପଦାକୁ ଆସିନାହିଁ । ଆଉ ମଧ୍ୟ ନ୍ୟୁଟ୍ରିସନ କିମ୍ବା ଖାଦ୍ୟାଭାସ, ରୋଷେଇ ଟେକନିକ ବାବଦରେ ଯଦି ବା କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ ଏଗୁଡିକ ପ୍ରତି ମଧ୍ୟ ସମାନ ଭାବରେ ଧ୍ୟାନ ଦେବା ନିହାତି ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.